ମଦରସ୍ ପବ୍ଲିକ ସ୍କୁଲରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ଏବଂ ସାଧନ କର୍ମୀ ବିଜ୍ଞାନ ଶିକ୍ଷକମାନଙ୍କ ପାଇଁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ଭୁବନେଶ୍ୱର : ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ  ଏବଂ ମଦରସ୍ ପବ୍ଲିକ ସ୍କୁଲର ମିଳିତ ଆନୁକୂଲ୍ୟରେ ୩୦ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ଏବଂ ସାଧନ କର୍ମୀ ବିଜ୍ଞାନ ଶିକ୍ଷକମାନଙ୍କ ପାଇଁ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ସ୍ଥାନୀୟ ମଦରସ୍ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି ।

ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରିବା, ସେମାନଙ୍କ ସ୍ଥିତି ଶକ୍ତିକୁ ତ୍ୱରାନ୍ୱିତ କରିବା ଏବଂ ସଂଘବଦ୍ଧ ଭାବରେ କାର୍ଯ୍ୟ କରିବାରେ ଶିଶୁ ବିଜ୍ଞାନ କଂଗ୍ରେସର ଭୂମିକା ଅତୁଳନୀୟ ବୋଲି ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷ ତଥା ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ରଣସିଂହ ନିର୍ମଳେନ୍ଦୁ ରାୟ ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଡକ୍ଟର ରାୟଙ୍କ ପୌରହିତରେ ଅନୁଷ୍ଠିତ ଅହି ରାଜ୍ୟସ୍ତରୀୟ କର୍ମୀଶାଳାରେ ଓଡିଶାର ୩୦ଟି ଜିଲ୍ଲାରୁ ଆସିଥିବା ଜିଲ୍ଲା ସଂଯୋଜକ, ତଥା କଟକ , ଭୁବନେଶ୍ୱର ସାଧାନ କର୍ମୀ ବିଜ୍ଞାନ ଶିକ୍ଷକମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମଦରସ୍ ପବ୍ଲିକ ସ୍କୁଲର ଉପାଧ୍ୟକ୍ଷ ଶ୍ରୀମତୀ ଆଶା ଟି.ଆର ସ୍ୱାଗତ ଅଭିଭାଷଣ ପ୍ରଦନା କରିଥିଲେ । ବିଜ୍ଞାନ ଶିକ୍ଷାର ଅଭିବୃଦ୍ଧି କ୍ଷେତ୍ରରେ ଶିଶୁ ବିଜ୍ଞାନୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ଶୈକ୍ଷିକ ସଂଯୋଜକ ଶ୍ରୀ ଅରୁଣ କୁମାର ପତି ମତବ୍ୟକ୍ତ କରିଥିଲେ । ପିଲାମାନଙ୍କର ଅନ୍ତର୍ନିହିତ ଶକ୍ତି ବୃଦ୍ଧି କରିବାରେ ଶିଶୁ ବିଜ୍ଞାନ କଂଗ୍ରେସ ବେସ ସହାୟକ ହେଉଛି ବୋଲି ମୁଖ୍ୟ ସଂଯୋଜକ ଶ୍ରୀମତୀ କବିତା ରାୟ ମତବ୍ୟକ୍ତ କରିଥିଲେ । ଶିଶୁ ବିଜ୍ଞାନ କଂଗ୍ରେସର ଯୁଗ୍ମ ସଂଯୋଜକ ଶ୍ରୀ ସୁନିଲ କୁମାର ରଥ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସୁସ୍ଥ ସମାଜ ଗଠନ ପାଇଁ ଶିଶୁ ବିଜ୍ଞାନ କଂଗ୍ରେସ ସବୁବେଳେ ସହାୟକ ହେଉଛି ବୋଲି ମତବ୍ୟକ୍ତ କରିଥିଲେ ।

ଓଡିଶା ବିଜ୍ଞାନ ଏକାଡେମୀ ସମ୍ପାଦକ ତଥା ଶିଶୁ ବିଜ୍ଞାନ କଂଗ୍ରେସର ଶୈକ୍ଷିକ ସଂଯୋଜକ ପ୍ରଫେସର ଆଶିଷ କୁମାର ମହାନ୍ତି ଏବଂ ଗଞ୍ଜାମ ଜିଲ୍ଲା ସଂଯୋଜକ ଶ୍ରୀ ଗୋପାଳ କୃଷ୍ଣ ପଣ୍ଡା ସମସ୍ତ ଜିଲ୍ଲା ସଂଯୋଜକ ଏବଂ ବିଜ୍ଞାନ ଶିକ୍ଷକମାନଙ୍କୁ ଚଳିତ ବର୍ଷର ମୁଖ୍ୟ ବିକ୍ଷୟ ବସ୍ତୁ ‘ସୁସ୍ଥ ରହିଲେ ଆମ ପରିସଂସ୍ଥା-ବଜାୟ ରହିବ ସ୍ୱାସ୍ଥ୍ୟ ଓ ସୁସ୍ଥତା’ ବକ୍ଷୟରେ ଫୁଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଉଦଘାଟନୀ ଉତ୍ସବରେ ଗତ ବର୍ଷର ରାଜ୍ୟ ଏବଂ ଜାତୀୟ ସ୍ତରରେ ଉପସ୍ଥାପିତ ହୋଇଥିବା ସମସ୍ତ ପ୍ରକଳ୍ପ ଆଧାରିତ ପୁସ୍ତକ ଶିଶୁ ବିଜ୍ଞାନ କଂଗ୍ରେସର ଅଧ୍ୟକ୍ଷ ଡ. ରଣସିଂହ ନିର୍ମଳେନ୍ଦୁ ରାୟ ଏବଂ ମଂଚାସୀନ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ଶିଶୁ ବିଜ୍ଞାନ କଂଗ୍ରେସର ସଂଗଠନ ସମ୍ପାଦକ ଶ୍ରୀ ସତ୍ୟବ୍ରତ ସ୍ୱାଇଁ, ମଦରସ୍ ପବ୍ଲିକ ସ୍କୁଲର ମିସ ସନ୍ତୋଷୀ ମହାପାତ୍ର ଏବଂ ଶ୍ରୀ ପ୍ରଦୀପ କୁମାର ଖାଡଙ୍ଗାଙ୍କ ସୁପରିଚାଳନାରେ ଉକ୍ତ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ସମାପନ ହୋଇଥିଲା ।


Share It

Comments are closed.