୧୧୦ ଫୁଟ ଗଭୀର ବୋରୱେଲରେ ଗଳି ପଡିଲା ୩ ବର୍ଷର ନିରୀହ ଝିଅ


ବିହାରର ମୁଙ୍ଗେର ଜିଲ୍ଲାରେ ଏକ ୩ ବର୍ଷର ଝିଅ ୧୧୦ ଫୁଟ ଗଭୀର ବୋରୱେଲରେ ଗଳିପଡିଛି । ଝିଅକୁ ବଞ୍ଚାଇବା ପାଇଁ ଦୀର୍ଘ ୧୫ ଘଣ୍ଟା ହେବ ରେସକିୟୁ ଦଳ ଅପରେସନରେ ଲାଗିଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ଏନଡିଆରଏଫର ଟିମ ଏହି ତିନି ବର୍ଷର ଝିଅକୁ ୧୧୦ ଫୁଟ ଗଭୀର ବୋରୱେଲରୁ ଉଦ୍ଧାର କରିବା ପାଇଁ ଲାଗି ପଡିଛନ୍ତି । ଝିଅଟିର ନାମ ହେଉଛି ସନା । ସନା ମଙ୍ଗଳବାର ଦିନ ଖେଳୁ ଖେଳୁ ସେ ବୋରୱେଲ ମଧ୍ୟରେ ଗଳି ପଡିଥିଲା । ତାଙ୍କର ପରିବାର ଲୋକ ଝିଅ ପାଇଁ କାନ୍ଦି କାନ୍ଦି ନୟାନ୍ତ ହୋଇଗଲେଣି । ସନାର ମା ବାରମ୍ବାର ତାଙ୍କ ଝିଅଙ୍କୁ ବଞ୍ଚାଇବା ପାଇଁ ପ୍ରଶାସନ ନିକଟରେ ଗୁହାରି କରୁଛନ୍ତି ।
ରେସକୁୟୁ ଅପରେସନ ଦ୍ୱାରା ସଦର ହସ୍ପିଟାଲର ଡା. ଫୌଜ ଝିଅର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଯାଞ୍ଚ କରୁଛନ୍ତି । ତାଙ୍କର କହିବା କଥା ହେଉଛି କି, ସନା ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ଅଛି । ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ସନା ପାଖରେ ଅକ୍ସିଜେନ ପାଇପ ପହଞ୍ଚାଇ ଦିଆଯାଇଛି । ସିସିଟିଭି ଜରୀଆରେ ସନା ଉପରେ ନଜର ରଖାଯାଉଛି । ଏସଡିଆରଏଫ ଟିମ ଜିଲ୍ଲା ପ୍ରସାଶନ ସହଯୋଗରେ ଉଦ୍ଧାର କାର୍ଯ୍ୟ ନିଜ ହାତକୁ ନେଇଛନ୍ତି
ଏସଡିଆରଏଫ ଅଧିକାରୀ ଏହା ସୂଚନା ଦେଇଛନ୍ତି ବର୍ତ୍ତମାନ ଆମେ ୩୩ ଫୁଟ ପର୍ଯ୍ୟନ୍ତ ଗର୍ତ କରିସାରିଛୁ ଓ ବର୍ତ୍ତମାନ ଆମକୁ ଆଉ ୧୨ ଫୁଟ ଗର୍ତ୍ତ କରିବାର ଅଛି । ସେ କହିଛନ୍ତି ଆମେ ଯଥା ସମ୍ଭବ ସନାକୁ ରକ୍ଷା କରିବା ପାଇଁ ଚେଷ୍ଟା କରିବୁ । ଆମେ ବର୍ତ୍ତମାନ ରଡ ପକାଇଦେଇଛୁ, ଯାହା ଫଳରେ ସେ ଆଉ ଭିତରକୁ ଯାଇ ପାରିବ ନାହିଁ । ତାକୁ ବାହାର କରିବା ପାଇଁ ଆମକୁ ଆଉ ଅତିରିକ୍ତ ୪ ଘଣ୍ଟା ଲାଗିବ । ଏହାକୁ ଅଧିକ ଖୋଳିବା ପାଇଁ ଏସଡିଆରଏଫ ଟମି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୫୦ ଜଣ ଶ୍ରମିକକୁ ଯୋଗାଇଦେବା ପାଇଁ କହିଛନ୍ତି ।


Share It

Comments are closed.