ଭାରତୀୟ ଦଳକୁ ବଡ ଝଟକା, ଚତୁର୍ଥ ଟେଷ୍ଟରୁ ବାଦ ପଡିଲେ ବୁମରା


ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟେଷ୍ଟ ଶୃଙ୍ଖଳାର ୪ର୍ଥ ତଥା ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବ। କିନ୍ତୁ ଏହା ପବୂର୍ର୍ରୁ ଭାରତୀୟ ଟିମ୍‌କୁ ବଡ଼ ଘଟ୍‌କା ଲାଗିଛି। ଟିମ୍‌ର ଷ୍ଟାର୍‌ ଦ୍ରୁତ ବୋଲର ଜଶପ୍ରୀତ୍‌ ବୁମରା ୪ର୍ଥ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି। ବିସିସିଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଜଶପ୍ରୀତ୍‌ ବୁମରା ବ୍ୟକ୍ତିଗତ କାରଣରୁ ୪ର୍ଥ ଟେଷ୍ଟ ମ୍ୟାଚରେ ନ ଖେଳିବାକୁ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଟିମ୍‌ରୁ ରିଲିଜ କରିଦିଆଯାଇଛି ଏବଂ ସେ ୪ର୍ଥ ଟେଷ୍ଟରେ ଖେଳିବେ ନାହିଁ। ଏହା ସହିତ ବୁମ୍‌ରାଙ୍କ ବଦଳରେ ଅନ୍ୟ କୌଣସି ଖେଳାଳିଙ୍କୁ ସ୍କ୍ୱାଡରେ ସାମିଲ କରାଯିବ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ବୁମରାଙ୍କୁ ଚେନ୍ନାଇରେ ଅନୁଷ୍ଠିତ ୨ୟ ଟେଷ୍ଟରେ ବି ବାଦ୍‌ ଦିଆଯାଇଥିଲା। ଇଂଲଣ୍ଡ ବିପକ୍ଷ ଆଗାମୀ ଟି-୨୦ ସିରିଜ ପାଇଁ ବି ତାଙ୍କୁ ଟିମ୍‌ରେ ସାମିଲ କରାଯାଇ ନାହିଁ।


Share It

Comments are closed.