ଜମ୍ମୁ ଓ କଶ୍ମୀରରେ ଏନକାଉଣ୍ଟର: ୩ ପାକିସ୍ତାନୀ ଆତଙ୍କବାଦୀ ନିହତ, ଜଣେ ସୁରକ୍ଷାକର୍ମୀ ସହିଦ


ଜମ୍ମୁ ଓ କଶ୍ମୀର ବାରାମୂଳାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଭିତରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି। ଏହି ସଂଘର୍ଷରେ ଜଣେ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଜମ୍ମୁ-କଶ୍ମୀର ପୋଲିସ ଆଇଜିପି ବିଜୟ କୁମାର ଏନକାଉଣ୍ଟର ବିଷୟରେ ସୂଚନା ଦେଇ କହିଛନ୍ତି, ବାରାମୂଳାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ଭିତରେ ଆଜି ଏକକାଉଣ୍ଟର ହୋଇଛି, ଯେଉଁଥିରେ ୩ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସଂଘର୍ଷରେ ଜଣେ ପୋଲିସ ମଧ୍ୟ ଶହୀଦ ହୋଇଛନ୍ତି। ତେବେ ଏହି ସମୟରେ ବହୁ ପରିମାଣାରେ ଅସ୍ତ୍ରଶସ୍ତ୍ର ଓ ଗୋଳା-ବାରୁଦ ଜବତ କରାଯାଇଛି।


Share It

Comments are closed.