ଟି-୨୦ ଆନ୍ତର୍ଜାତିକ କ୍ରିକେଟରେ ୩ଟି ମେଡନ ଓଭର ପକାଇ ନୂଆ ରେକର୍ଡ ସୃଷ୍ଟି କଲେ ଦିପ୍ତୀ


ମହିଳା କ୍ରିକେଟରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ, ଦକ୍ଷିଣ ଆଫ୍ରିକାକୁ ୧୧ରେ ପରାସ୍ତ କରି ସିରିଜରେ ୧-୦ରେ ଆଗୁଆ ରହିଥିବାବେଳେ ଅନ୍ୟପଟେ ଭାରତୀୟ ଦଳର ବୋଲର ଦିପ୍ତୀ ଶର୍ମା କ୍ରିକେଟ ଜଗତରେ ଏକ ନୂଆ ରେକର୍ଡ ସୃଷ୍ଟି କରିବାର ଗୌରବ ଅର୍ଜନ କରିଛନ୍ତି ।


ଦିପ୍ତୀ ଏହି ମ୍ୟାଚରେ ମାତ୍ର ୮ ରନ ଦେଇ ୩ଟି ୱିକେଟ ହାସଲ କରିଥିବାବେଳେ ତାଙ୍କର ୪ ଓଭରରେ ସେ ୩ଟି ମେଡନ ଓଭର ଦେଇ କ୍ରିକେଟ ଜଗତରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏହା ସହ ଦିପ୍ତୀ ଭାରତର ଏଭଳି ଜଣେ ବୋଲର ରୂପେ ଉଭାନ ହୋଇଛନ୍ତି ଯିଏକି ଟି-୨୦ ଆନ୍ତର୍ଜାତିକ କ୍ରିକେଟରେ ୪ ଓଭରରୁ ୩ ଓଭର ମେଡନ ଦେଇଛନ୍ତି । ଏହା ଦିପ୍ତୀଙ୍କ ଟି-୨୦ କ୍ୟାରିୟର ସବୁଠାରୁ ଉତ୍ତମ ସ୍ପେଲ ରହିଥିବାବେଳେ ସେ ନିଜ ଓଭର ୧୯ ନମ୍ବର ବଲରେ ପ୍ରଥମ ରନ ଦେଇଥିଲେ ।
ସେପଟେ ଭାରତ ପକ୍ଷରୁ ଦିପ୍ତୀଙ୍କ ସମେତ ଶିଖା ପାଣ୍ଡେ ୧୮ ରନ ଦେଇ ୨ଟି ୱିକେଟ, ପୁନମ ଯାଦବ ୨୫ ରନ ଦେଇ ୨ଟି ୱିକେଟ ଏବଂ ରାଧା ଯାଦବ ୨୯ ରନ ଦେଇ ୨ଟି ୱିକେଟ ଲେଖାଏଁ ହାସଲ କରିଛନ୍ତି ।


Share It

Comments are closed.