ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା, କହିଲେ ଦେଶରେ ଗୋଟିଏ ନୁହେଁ ବରଂ ୩ ପ୍ରକାରର କରୋନା ଭ୍ୟାକସିନର ଚାଲିଛି ପରୀକ୍ଷଣ


ସାରା ଦେଶରେ କରୋନା ଭାଇରସ ମହାମାରୀ ରୂପ ଧାରଣ କରିଛି । ପ୍ରତିଦିନ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାଫଳରେ ଦେଶରେ କରୋନା ଗ୍ରାଫ୍‌ ଦିନକୁ ଦିନ ବଢିଚାଲିଛି । ପ୍ରତିଦିନ ଦେଶରେ କରୋନା ନୂଆ ରେକର୍ଡ କରୁଛି । ତେବେ ଏଭଳି ସମୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, କରୋନାକୁ ପ୍ରତିହତ କରିବା ପାଇଁ ଭ୍ୟାକ୍‌ସିନ୍‌ କେବେ ଆସିବ । ତେବେ ଭ୍ୟାକ୍‌ସିନ୍‌ କେବେ ଆସିବା ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନୂଆ ଘୋଷଣା କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ଆଜି ସାରାଦେଶର ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଲାଲ୍‌କିଲ୍ଲାରୁ ପତାକା ଉତ୍ତୋଳନ ସମୟରେ ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସମ୍ବୋଧନ ଅବସରରେ କରୋନା ଭ୍ୟାକସିନ୍‌ ନେଇ ବଡ଼ ଘୋଷଣା କରିଛନ୍ତି । ଦେଶରେ ଗୋଟିଏ ନୁହେଁ, କି ଦୁଇଟି ନୁହେଁ, ବରଂ ୩ ପ୍ରକାରର କରୋନା ଭ୍ୟାକ୍‌ସିନ୍‌ର ପରୀକ୍ଷଣ ଭିନ୍ନ ଭିନ୍ନ ଚରଣରେ ଚାଲୁରହିଛି । ଯାହାର ପରୀକ୍ଷଣ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ।  ଦେଶର ବୈଜ୍ଞାନିକମାନେ ଦିନରାତି ଭ୍ୟାକ୍‌ସିନ୍‌ ପ୍ରସ୍ତୁତିରେ ଲାଗିପଡିଛନ୍ତି । କିପରି ଦେଶବାସୀମାନେ ଏହି ମହାମାରୀ ପାଇଁ ଭ୍ୟାକ୍‌ସିନ୍‌ ପାଇଁ ସେଥିପାଇଁ ଉଭୟ ସରକାର ଓ ବୈଜ୍ଞାନିକ ନିଜ ନିଜର ଉଦ୍ୟମ ଜାରି ରଖିଛନ୍ତି । ତେବେ ପରୀକ୍ଷଣ ଚାଲିଥିବା ଭ୍ୟାକ୍‌ସିନ୍‌ର ଯେତେବେଳେ ସମ୍ପୂର୍ଣ୍ଣ ହୋଇଯିବ ବା ବୈଜ୍ଞାନିକମାନେ ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ବୋଲି ଗ୍ରୀନ୍‌ ସିଗ୍‌ନାଲ ଦେଇଦେବେ । ସେତେବେ ଦେଶରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯିବ । ବୈଜ୍ଞାନିକମାନଙ୍କ ଗ୍ରୀନ୍‌ ସିଗ୍‌ନାଲ ପରେ ଦେଶରେ ବିପୁଳ ପରିମାଣର ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ହେବ । ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ପରେ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ଯେ, କିପରି ଦେଶର ସମସ୍ତ ଲୋକମାନଙ୍କ ନିକଟରେ ଏହି ଭ୍ୟାକ୍‌ସିନ୍‌ ପହଞ୍ଚିବ । ଏବଂ କିପରି ଏହି ମହାମାରୀରୁ ଦେଶବାସୀଙ୍କୁ ରକ୍ଷା କରାଯିବା, ତାହା ପ୍ରଥମ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଦେଶରେ କିପରି ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ଓ ଦେଶବାସୀଙ୍କ ଦିଆଯିବ , ସେନେଇ ରୋଡମ୍ୟାପ୍‌ ମଧ୍ୟ ପ୍ରସ୍ତୁତି ହୋଇରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ।


Share It

Comments are closed.