ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂମିକମ୍ପର ଝଟ୍‌କା


କରୋନା ଭାଇରସ୍‌ର ଆତଙ୍କ ମଧ୍ୟରେ ଆଜି ଦିଲ୍ଲୀ ଓ ଏନ୍‌ସିଆର୍ ଅଂଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି । ଭୂମିକମ୍ପ ଝଟ୍‌କା ପରେ ଲୋକେ ନିଜ ନିଜ ଘରୁ ବାହାରି ଆସିଥିଲେ । ଦିଲ୍ଲୀ ସମେତ ଗାଜିଆବାଦ, ନୋଏଡା, ଗ୍ରେଟର୍ ନୋଏଡାରେ ମଧ୍ୟ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପର ଝଟ୍‌କା ପ୍ରାୟ ୫ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ର ଦିଲ୍ଲୀ ଓ ଉତରପ୍ରଦେଶ ମଧ୍ୟରେ ଥିଲା । ତେବେ ଏହି ଭୂକମ୍ପର ଏପିସେଣ୍ଟର ପାକିସ୍ତାନର ରାଜନପୁର ଅଂଚଳ ଥିବା ଜଣ ପଡିଛି ।

ଦେଶରେ ସମ୍ପ୍ରତି କରୋନା ଭାଇରସ୍ ମହାମାରୀ କାରଣରୁ ଲକ୍‌ଡାଉନ୍ ଲାଗୁ ହୋଇଛି । ଲକ୍‌ଡାଉନ୍ ଯୋଗୁଁ ଲୋକେ ଘର ଭିତରେ ରହୁଥିବା ବେଳେ ଭୂକମ୍ପ ଯୋଗୁଁ ବହୁସଂଖ୍ୟକ ଲୋକ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ । ଭୂକମ୍ପ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଥିଲେ, ଆଶା କରୁଛି ସମସ୍ତ ଲୋକ ସୁରକ୍ଷିତ ଥିବେ । ମୁଁ ଆପଣଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ।


Share It

Comments are closed.