ହୀରାକୁଦ ଡ୍ୟାମରେ ୨୮ଟି ଗେଟ ଖୋଲିଲା, ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା


ହୀରାକୁଦ ଡ୍ୟାମରେ ପୁନର୍ବାର ୪ଟି ଗେଟ ଖୋଲାଯାଇଛି ଯାହାର ସଂଖ୍ୟା ୨୮ରେ ପହଞ୍ଚିଛି । ଏହା ଦ୍ୱାରା ମହାନଦୀରେ ଗୋଟିଏ ଛୋଟ ବନ୍ୟା ସମସ୍ୟା ଦେଖାଯାଇଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି ।
ମିଶ୍ରଙ୍କ କହିବା ଅନୁଯାୟୀ ଅଗଷ୍ଟ ୫ ସୁଦ୍ଧା ୭ରୁ ୮ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କରାଯାଇପାରେ । ଛତିଶଗଡରେ ପ୍ରବଳ ବର୍ଷା ହେତୁ ହୀରାକୁଦରେ ଜଳ ସ୍ତର ବଢିବାରେ ଲାଗିଛି । ବର୍ତ୍ତମାନ ୨୪ଘଣ୍ଟା ମଧ୍ୟରେ ୮ଟି ଖୋଲା ସରିଛି ।


Share It

Comments are closed.