ଓଡିଶାରେ ୨ ହଜାର ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା


କରୋନା କବଳରୁ ଓଡ଼ିଶା ଧୀରେଧୀରେ ମୁକୁଳିବାରେ ଲାଗିଛି । ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଦେଖିବାକୁ ମିଳୁଛି । ସୁସ୍ଥ ଟ୍ରେଣ୍ଡ୍‌ ଉପରମୁହାଁ ହୋଇଚାଲିଛି । କିନ୍ତୁ ମୃତ୍ୟୁରେ ଲାଗିପାରୁ ବ୍ରେକ୍। ଅନ୍ୟ ପଓଡ଼ିଶାକୁ ସାର୍ସ କୋଭ୍‌-୨ ଭୂତାଣୁ ଭୟ ବଢ଼ିଛି। ଭୁବନେଶ୍ୱରରୁ ଭାଇରସର ନୂଆ ଷ୍ଟ୍ରେନ ଚିହ୍ନଟ ପରେ ଚିନ୍ତା ବଢ଼ିଛି। ୨୪ ଘଣ୍ଟା ରାଜ୍ୟରେ ୨୨ ଟି ଜିଲ୍ଲାରୁ ୨୬୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୧୨ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୫୪୨ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଓଡ଼ିଶାରେ କରୋନା ସଂକ୍ରମଣ କମିଛି। ୨୪ଘଣ୍ଟା ମଧ୍ୟରେ ୨୬୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪୫ ଜଣ, ସୁନ୍ଦରଗଡ଼ରୁ ୪୧ ଜଣ, କଟକରୁ ୨୯ ଜଣ, ମୟୂରଭଞ୍ଜରୁ ୧୯ ଜଣ, ପୁରୀରୁ ୧୬ ଜଣ, ଖୋର୍ଦ୍ଧାରୁ ୧୫ ଜଣ,ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪ ଜଣ ଲେଖାଏଁ, ଯାଜପୁରରୁ ୧୩ ଜଣ, ନୂଆପଡ଼ାରୁ ୧୧ ଜଣ, କେନ୍ଦୁଝରରୁ ୮ ଜଣ, ଭଦ୍ରକରୁ ୭ ଜଣ, କଳାହାଣ୍ଡିରୁ ୫ ଜଣ, ବଲାଙ୍ଗୀର, ଦେବଗଡ଼, ଓ ସମ୍ବଲପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼ରୁ ୩ ଜଣ, ଗଞ୍ଜାମ, ଝାରସୁଗୁଡା ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୨୭ ହଜାର ୫୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ୨ ହଜାର ୯୯୧ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୨୨ ହଜାର ୯୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୬୭ ଲକ୍ଷ ୩୭ ହଜାର ୩୨୨ ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.