୮ ଶ୍ରେଣୀ ଶିଷ୍ୟ ସହ ଫେରାର ହୋଇଗଲେ ଶିକ୍ଷତ୍ରୀ, କରୁଥିଲେ ପରସ୍ପରକୁ ପ୍ରେମ


ଗୁଜୁରାଟରେ ଶିକ୍ଷତ୍ରୀ ଏବଂ ଶିଷ୍ୟ ମଧ୍ୟରେ ଗଢି ଉଠିଥିବା ପ୍ରେମ ସଂପର୍କକୁ ନେଇ ଏଭଳି ଏକ ଘଟଣା ସାମନାକୁ ଆସିଛି, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି । ଗାନ୍ଧୀ ନଗରରେ ଜଣେ ୨୬ ବର୍ଷିୟ ଶିକ୍ଷତ୍ରୀ ଏକ ୧୪ ବର୍ଷିୟ ନାବାଳକକୁ ନେଇ ଫେରାର ହୋଇଯିବାର ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ମିଳିଥିବା ସୂଚନା ମୁତାବକ, ଉକ୍ତ ନାବାଳକଟି ୮ମ ଶ୍ରେଣୀରେ ପାଠ ପଢୁଥିବାବେଳେ ସେ ଗତ ଶୁକ୍ରବାର ନିଖୋଜ ହୋଇଛି । ଉକ୍ତ ନାବାଳକ ସହ ତାଙ୍କ ଶ୍ରେଣୀ ଶିକ୍ଷତ୍ରୀ ମଧ୍ୟ ନିଖୋଜ ଥିବା ଜାଣିବାକୁ ମିଳିଛି । ଏହି ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, “ଉକ୍ତ ମହିଳା ଶିକ୍ଷତ୍ରୀ ଏବଂ ନିଖୋଜ ବାଳକ ସହ କଥିତ ଋପେ ପ୍ରାୟ ୧ ବର୍ଷ ହେବ ଅନ୍ତରଙ୍ଗ ସଂପର୍କ ଗଢି ଉଠିଥିଲା । ସ୍କୁଲ ପ୍ରଶାସନ ପକ୍ଷରୁ ଏହି ସଂପର୍କକୁ ନେଇ ଉଭୟଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା ।”
ଦୁହେଁଙ୍କ ସଂପର୍କକୁ କେହି ପସନ୍ଦ କରୁନଥିବା ହେତୁ ସେମାନେ ଦୈଡି ପଳାଇଯିବା ପାଇଁ ନିଷ୍ପତି ନେଇଥାଇ ପାରନ୍ତି ବୋଲି ପୋଲିସ କହିଛି । ଏହି ଘଟଣାକୁ ନେଇ ନାବାଳକର ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ପୋଲିସ ବର୍ତ୍ତମାନ ଏହାର ତଦନ୍ତ କରୁଛି ।


Share It

Comments are closed.