ଓଡିଶାରେ ଆର୍ନ୍ତଜାତୀୟ ମହିଳା ଦିବସରେ ୨୫ ମହିଳାଙ୍କୁ ଜେଡବ୍ଲାକ, ଏରିଜ ଦ୍ୱାରା ସମ୍ମାନିତ


ଭୁବନେଶ୍ୱର – ଦେଶର ତୃତୀୟ ବୃହତ ଅଗରବତୀ ପ୍ରସ୍ତୁତକାରୀ କମ୍ପାନୀ, ଏମଡିପିଏଚ ପକ୍ଷରୁ ଏହାର ଲୋକପ୍ରିୟ ଅଗରବତୀ ବ୍ରାଣ୍ଡ ଜେଡ ବ୍ଲାକ ୩ ଇନ ୧ ଏବଂ ଏରିଜ ସହିତ ଓଡିଶାରେ ଏହାର ଅଭିବୃଦ୍ଧିକୁ ଉତ୍ସାହିତ କରିଛି । ଇନ୍ଦୋରର ଏମପି ସ୍ଥିତ ମୟୁସୂର ଡିପ ପରଫ୍ୟୁରମରି ହାଉସ (ଏମଡିପିଏଚ) କମ୍ପାନୀ ପକ୍ଷରୁ ଓଡିଶା ବଜାରରେ ଏହାର ନୂତନ ଫ୍ଲାଗସିପ ବ୍ରାଣ୍ଡ ଜେଡ ବ୍ଲାକ, ଏରିଜର ଶୁଭାରମ୍ଭ କରାଯାଇଛି । ଗତ ବର୍ଷ ଏହାର ବ୍ରାଣ୍ଡ ଆମ୍ବାସାଡର ଓଡିଆ ସୁପରଷ୍ଟାର ବର୍ଷା ପ୍ରିୟଦର୍ଶିନୀଙ୍କୁ ଚୟନ କରାଯାଇଥିଲା । ଆର୍ନ୍ତଜାତୀୟ ମହିଳା ଦିବସରେ ଜେଡ ବ୍ଲାକ ସହିତ ଓଡିଆ ସୁପରଷ୍ଟାର ବର୍ଷା ପ୍ରିୟଦର୍ଶିନୀ, ୨୫ ମହିଳା କର୍ମଚାରୀ ଯେଉଁମାନେ ଓଡିଶାରେ ଏହାର ଉତ୍ପାଦନ କମ୍ପାନୀରେ ଉତ୍ସାହର ସହିତ କାମ କରିଛନ୍ତି ସେମାନଙ୍କୁ ସମ୍ମାନିତ କରିଛନ୍ତି । ସେ କହିଛନ୍ତି ଯେ, “ଏହି ପଦକ୍ଷେପ ଦ୍ୱାରା ମହିଳାମାନେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସେମାନଙ୍କ ପରିବାରକୁ ଭଲ ଜୀବନଯାପନ କରିବାରେ ସାହାଯ୍ୟ କରିପାରୁଛନ୍ତି । ମୁଁ ଏରିଜର ଏକ ଅଂଶ ହୋଇଥିବାରୁ ଖୁବ ଉତ୍ସାହିତ ଯାହା ହର ସାଂଶ ମେଁ ଓଡିଶା ଅଭିଯାନ ଦ୍ୱାରା ଓଡିଶାକୁ ଗୌରବାନ୍ୱିତ କରିଥିବାବେଳେ ଏହା ଦ୍ୱାରା ଅନେକ ମହିଳାଙ୍କୁ ସଶକ୍ତିକରଣ କରିବାର ଆଶା ରଖୁଛୁ ।” ଏହି କାର୍ଯ୍ୟକ୍ରମ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ନାରୀ ଚିର ସମ୍ମାନିତ’ ଉତ୍ସବ କଟକରେ ଆୟୋଜିତ ହେଇଯାଇଛି ।

ଏପରି ଏକ ମହିଳା ଶ୍ରୀମତୀ ଜୟନ୍ତୀ ଗୁରୁ ଯେ ସେହି କାରଖାନାରେ କାମ କରୁଛନ୍ତି ସେ କହିଛନ୍ତି ଯେ, ଆମର ଉପାର୍ଜନରୁ ଆମ୍ଭେ ଆମର ସ୍ୱାମୀଙ୍କୁ ସୋମନଙ୍କ ଋଣ ଭରଣା କରିବାରେ ସାହାଯ୍ୟ କରିବା ସହ ବାକି ପିଲାଙ୍କ ପାଇଁ ଏବଂ ଘର କାର୍ଯ୍ୟରେ ଖର୍ଚ୍ଚ କରିଥାଉ । ବର୍ତ୍ତମାନ ମୁଁ ପ୍ରଶିକ୍ଷଣ ପରେ ଏହି ଅଗରବତୀ ପ୍ରସ୍ତୁତିକୁ ଉପଭୋଗ କରୁଛି ।
ଏମଡିପିଏଚ ପକ୍ଷରୁ ୧୦୦ ମହିଳାଙ୍କୁ ତାଙ୍କର ଅନ୍ୟ ଏକ ଫ୍ରାଞ୍ଚାଇଜ୍ କଟକ, ଜଗତପୁରରେ କର୍ମନିଯୁକ୍ତି ଦିଆଯାଇପାରିଛି । ଏହି ପରିପ୍ରେକ୍ଷୀରେ ଜେଡ ବ୍ଲାକର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଙ୍କିତ ଅଗ୍ରୱାଲ କହିଛନ୍ତି ଯେ, “ବର୍ଷା ପ୍ରିୟଦର୍ଶିନୀଙ୍କୁ ଏହାର ଆମ୍ବାସାଡ଼ର ଭାବେ ନିଯୁକ୍ତି ପାଇଥିବାବେଳେ, ଏହାଦ୍ୱାରା ଏମଡିପିଏଚ ପକ୍ଷରୁ ଓଡିଶାରେ କର୍ମନିଯୁକ୍ତି ବୃଦ୍ଧିରେ ମହିଳାଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛିି । ଅଗରବତୀ ପ୍ରସ୍ତୁତି କରିବା ବହୁ ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ଉପକାରୀ ହୋଇପାରୁଛି ଯେଉଁମାନେ ପ୍ରତି ମାସରେ ନିଜର ପରିବାର ପାଇଁ ୧୫୦୦ ରୁ ୨,୦୦୦ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରୁଛନ୍ତି । ଆମ୍ଭେମାନେ ଗ୍ରାମାଞ୍ଚଳର ମହିଳାମାନଙ୍କୁ କୌଶଳପୂର୍ଣ୍ଣ ପ୍ରଶିକ୍ଷଣ ପ୍ରଦାନ କରୁଛୁ ଏବଂ ରାଜ୍ୟର ଅଧିକରୁ ଅଧିକ ମହିଳାଙ୍କୁ ନିକଟ ଭବିଷ୍ୟତରେ ଅଧିକ ନିଯୁକ୍ତିର ସୁଯୋଗ ପ୍ରଦାନ କରିବାର ଲକ୍ଷ୍ୟ ରଖିଛୁ ।”
ଅଗରବତୀ କ୍ଷେତ୍ରରେ ମୁଖ୍ୟ ପ୍ରତିଯୋଗୀ ସମ୍ବନ୍ଧରେ ସେ କହିଛନ୍ତି ଯେ, “ଆମ୍ଭେମାନେ ଇନ୍ଦୋର (ଏମପି) ଠାରେ ଅନ୍ୟ ଏକ କ୍ଷେତ୍ର ସ୍ଥାପନ କରିବା ପାଇଁ ପ୍ରସ୍ତୁତି କରୁଛୁ ଯାହା ୨ ଲକ୍ଷ ବର୍ଗ ଫୁଟର ଏବଂ ଏହା ଜାନୁଆରୀ ୨୦୧୮ରୁ କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ଆମ୍ଭର ଉତ୍ପାଦନର କ୍ଷମତା ୪୦ ପ୍ରତିଶତ ବୃଦ୍ଧି ହୋଇପାରିବ ଏବଂ ଏହା ପାଖାପାଖି ୬୦୦ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିପାରିବ । ହର ସାଂଶ ମେଁ ଓଡିଶା ଅଭିଯାନ ଯାହାର ଅର୍ଥ ହେଉଛି ଓଡିଶା ସମସ୍ତଙ୍କ ନିଶ୍ୱାସରେ ରହିଛି ଏବଂ ଏହା ଓଡିଶାର ଐତହ୍ୟ ସମ୍ବନ୍ଧରେ ଦର୍ଶାଉଛି ।”


Share It

Comments are closed.