ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦୃଷ୍ଟିହୀନତା, ପ୍ରଥମ ପରୀକ୍ଷାରେ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଗୋକୁଲ


ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦୃଷ୍ଟିହୀନତା । ସଫଳତାର ଶୀର୍ଷରେ ପହଂଚିବା ପାଇଁ ଥିବା ମନୋବଳ ଲାଗି ଭାରତୀୟ ପ୍ରଶାସନିକ ସେବାରେ ଆଜି କୃତକାର‌୍ୟ୍ୟ ହେଲେ ଦିବ୍ୟାଙ୍ଗ । ପୁଣି ଥରେ ପ୍ରମାଣ ହେଲା ଯେ, ଇଚ୍ଛାଶକ୍ତି ଆଗରେ ବାଧକ ସାଜିପାରେ ନାହିଁ କୌଣସି ପରିସ୍ଥିତି । କିଛି ପାଇବାକୁ ନିଜ ଭିତରେ ଜିଙ୍ଗ୍ୟାସା ଥିଲେ ସଫଳତାର ଶିଡି ଛଢିବାକୁ ବାସ କେହି ମୁହୂର୍ତ୍ତ ହିଁ ଲାଗିବା । ଆଉ ଆପଣା ଛାଏଁ ସଫଳତା ମିଳିବ । ଜଣେ ଦୃଷ୍ଟିଶକ୍ତି ନ ଥିବା ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର‌୍ୟ୍ୟ ହୋଇ ତାହା ପ୍ରମାଣ କରିଛନ୍ତି।

୨୩ ବର୍ଷିୟ ଗୋକୁଲ୍ ନାମକ ଏହି ଯୁବକ ପିଲାଟି ଦିନରୁ ଦୁନିଆକୁ ଦେଖିବାର ସୁଯୋଗ ପାଇନାହାନ୍ତି। ତଥାପି ବି ସେ ହାରି ଯାଇନାହାନ୍ତି। ନିଜ ଇଚ୍ଛା ଶକ୍ତିକୁ ଦୃଢ଼ କରି ସଫଳତାର ନିକଟତର ହୋଇପାରିଛନ୍ତି। ପ୍ରଥମ ଉଦ୍ୟମରେ ଗୋକୁଲ୍ ସିଭିଲ୍ ସର୍ଭିସ୍ ରାଙ୍କ୍ ତାଲିକାରେ ସ୍ଥାନ ପାଇଛନ୍ତି। ସେ ଯେତେବେଳେ ନିଜର ପରୀକ୍ଷା ଫଳ ବିଷୟରେ ପ୍ରଥମେ ଶୁଣିବାକୁ ପାଇଲେ ସେତେବେଳେ ତାଙ୍କ ଖୁସିର ସୀମା ରହିଲା ନାହିଁ ବୋଲି ସେ ମତ ରଖିଛନ୍ତି। ଗୋକୁଲ୍ ମାର୍ ଇଭାନିୟସ୍ କଲେଜ୍‌‌ରେ ଇଂରାଜି ଓ ମାତୃଭାଷାରେ ସ୍ନାତକତ୍ତୋର କରିବା ସମୟରେ ସିଭିଲ୍ ସର୍ଭିସ ପାଇଁ ଚେଷ୍ଟା କରିଥିଲେ ଓ ‌ତାଙ୍କ ଚେଷ୍ଟା ଶେଷରେ ସଫଳ ବି ହୋଇଛି।


Share It

Comments are closed.