ରାଜ୍ୟରେ ଆଉ ୨୨୩୯ ଆକ୍ରାନ୍ତ ଚିହ୍ନଟ


ରାଜ୍ୟରୁ ଆଜି ଆଉ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଚିହ୍ନଟ ୨୨୩୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୮୨୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଈ ରାଜ୍ୟର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪ ହଜାର ୫୩୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୧୯ ଜଣ ରହିଥିବା ବେଳେ ଗଞ୍ଜାମରୁ ୨୪୬, କଟକରୁ ୧୧୭, ବାଲେଶ୍ଵର ୧୩୦,ନୟାଗଡରୁ ୧୪୭, ରାୟଗଡାରୁ ୧୨୦, କୋରାପୁଟରୁ ୯୧, କନ୍ଧାମାଳରୁ ୯୦,ମୟୂରଭଞ୍ଜରୁ ୮୦, ,କେନ୍ଦୁଝରରୁ ୭୨,ଯାଜପୁରରୁ ୭୫, ମାଲକାନଗିରିରୁ ୫୫, ପୁରୀରୁ ୪୦, ସୁନ୍ଦରଗଡରୁ ୬୪, ସୋନପୁରରୁ ୨୪, ସମ୍ବଲପୁରରୁ ୫୩, ନୂଆପଡାରୁ ୮, ନବରଙ୍ଗପୁରରୁ ୧୪, କେନ୍ଦ୍ରପଡାରୁ ୭, କଳାହାଣ୍ଡିରୁ ୨୧, ଝାରସୁଗୁଡାରୁ ୧୩, ଜଗତସିଂହପୁରରୁ ୨୬, ଗଜପତି ୪୨, ଢେଙ୍କାନାଳରୁ ୩୬, ବୋଦ୍ଧରୁ ୫୩,ବଲାଙ୍ଗୀରରୁ ୬୬,ଭଦ୍ରକ ୭୩,ବରଗଡରୁ ୫୧ ଓ ଅନୁଗୁଳରୁ ୬ ଜଣ ରହିଛନ୍ତି ।


Share It

Comments are closed.