ଏ ପର୍ଯ୍ୟନ୍ତ କିଏ କେଉଁ ଆସନରେ ଆଗୁଆ ଅଛନ୍ତି, ଜାଣନ୍ତୁ


ଆଜି ହେଉଛି ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳର ଦିନ । ତେବେ ଏହି ଅଗ୍ନି ପରୀକ୍ଷାରେ କିଏ ବିଜୟୀ ହେବ ଆଉ ଘଣ୍ଟା ମଧ୍ୟରେ ଜଣାପଡିଯିବ ତ ନିଶ୍ଚିତ । ତେବେ ଏହା ପୂର୍ବରୁ କିଏ କେଉଁ ଆସନରେ ଆଗୁଆ ଅଛନ୍ତି ଆସନ୍ତୁ ଜାଣିବା ।
ବିଧାନସଭା ଆସନରେ ବୌଦ୍ଧରୁ ପ୍ରଦୀପ ଅମାତ, ବାଙ୍ଗୀରେ ଦେବୀ ରଞ୍ଜନ ତ୍ରିପାଠୀ, ଆଠଗଡ ତିଗିରିଆରୁ ରଣେନ୍ଦ୍ରପ୍ରତାପ ସ୍ୱାଇଁ, ବରଚଣାରୁ ଅମର ଶତପଥୀ, କଟକ-ବାରବାଟୀରେ ମହମ୍ମଦ ମୋକିମ, କଟକ ଚୌଦ୍ୱାରୁ ସୌଭିକ ବିଶ୍ୱାଳ, କଟକ-ସାଲେପୁରରୁ ପ୍ରଶାନ୍ତ ବେହେରା, କେନ୍ଦ୍ରାପଡାରୁ ଗଣେଶ୍ୱର ବେହେରା, ଆଳିରୁ ପ୍ରତାଦ ଦେବ, ମହାକାଳପଡାରୁ ଅତନୁ ସବ୍ୟସଚୀ ନାୟକ, ତିର୍ତ୍ତୋଲରୁ ବିଷ୍ଣୁ ଦାସ, ବାଲିକୁଦା-ଏରୋସମାରୁ ରଘୁନନ୍ଦନ ଦାସ, ନିମାପଡାରୁ ସମୀର ରଞ୍ଜନ ଦାସ, ପୁରୀରୁ ମହେଶ୍ୱର ମହାନ୍ତି, ବ୍ରହ୍ମଗିରିରୁ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, ପିପିଲିରୁ ପ୍ରଦୀପ ମହାରଥୀ, ଭୁବନେଶ୍ୱର ଏକାମ୍ରରୁ ଅଶୋକ ପଣ୍ଡା, ଜଟଣୀରୁ ବିଭୂତି ଭୂଷଣ ବଳବନ୍ତରାୟ, ଚିଲିକାରୁ ପ୍ରଶାନ୍ତ ଜଗଦେବ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ବିଜେପୁରରୁ ନବୀନ ପଟ୍ଟନାୟକ, ଖଣ୍ଡପଡାରୁ ସୌନ୍ୟରଞ୍ଜନ ପଟ୍ଟନାୟକ, ଚାନ୍ଦବାଲୀରୁ ବ୍ୟାମକେଶ ରାୟ, ନୟାଗଡରୁ ଅରୁଣ ସାହୁ,ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ, ସାନଖେମୁଣ୍ଡିଆରୁ ରମେଶ ଜେନା, ହିଞ୍ଜିଳିରୁ ନବୀନ ପଟ୍ଟନାୟକ, ଘସିପୁରାରୁ ବଦ୍ରିନାରାୟଣ ପାତ୍ର, ଚିକିଟିରୁ ଉଷା ଦେବୀ, ଭଦ୍ରକରୁ ସଞ୍ଜିବ ମଲ୍ଲିକ ଆଗୁଆ ଅଛନ୍ତି
ତେବେ ସେହିଭଳି ଲୋକସଭା ଆସନରେ କେନ୍ଦ୍ରାପଡାରୁ ଅନୁଭବ ମହାନ୍ତି, କେନ୍ଦୁଝରରୁ ଚନ୍ଦ୍ରାଣୀ ମୁର୍ମୁ, ବାଲେଶ୍ୱରରୁ ପ୍ରତାପ ଶଡଙ୍ଗୀ, ପୁରୀରୁ ପିନାକୀ ମିଶ୍ର, ମୟୁରଭଞ୍ଜରୁ ବିଶେଶ୍ୱର ଟୁଡୁ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ଭର୍ତ୍ତୁହରି ମହତାବ, ଭୁବନେଶ୍ୱର ଅପରାଜିତ ଶଡଙ୍ଗୀ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ ଆଗୁଆ ଥିବାର ଜଣାପଡିଛି ।


Share It

Comments are closed.