ଦେଶରେ ଦେଖା ଦେଲାଣି ତୃତୀୟ ଲହରର ପ୍ରଭାବ, ପୁଡୁଚେରୀରେ ଏକା ସାଙ୍ଗେ ୨୦ ଶିଶୁ କରୋନାରେ ଆକ୍ରାନ୍ତ


ଦେଶରେ ଚିନ୍ତା ବଢାଇଲାଣି କରୋନାର ତୃତୀୟ ଲହରୀ। ଶିଶୁମାନଙ୍କ ପାଇଁ ଘାତକ ହେବ ତୃତୀୟ ଲହରୀ। ପୁଡୁଚେରୀରେ ଏକା ସାଙ୍ଗରେ ୨୦ ଶିଶୁ କରୋନା ସଂକ୍ରମିତ ଚିହ୍ନଟ। ସମସ୍ତଙ୍କୁ ଆନନ ଫାନନରେ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସେବା ନିର୍ଦ୍ଦେଶକ ଏସ୍ ମୋହନ କୁମାର ଏନେଇ ସୂଚନା ଦେଇଛନ୍ତି।

ଏସ୍ ମୋହନ କୁମାର ଏନେଇ କହିଛନ୍ତି ଯେ, ଏକା ସାଙ୍ଗରେ ସଂକ୍ରମିତ ଚିହ୍ନଟ ହୋଇଥିବା ୨୦ ଜଣ ଶିଶୁଙ୍କୁ କାଦିରକାମମ ସ୍ଥିତ ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କର ସ୍ଵାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।

କିଛି ଦିନର ବ୍ୟବଧାନ ପରେ ଦେଶରେ ଏବେ ଦୈନିକ ସଂକ୍ରମଣ ଟ୍ରେଣ୍ଡ୍ ୪୦ ହଜାର ପାର୍ କରିଛି। ୧୫ ଦିନ ପୂର୍ବରୁ ଦୈନିକ କରୋନା ସଂକ୍ରମଣ ମାମଲାରେ ହ୍ରାସ ଘଟିଥିଲା। ହେଲେ ଦେଶର କେତେକ ଅଂଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଲାଣି। ମହାମାରୀ ବାରମ୍ବାର ରୂପ ବଦଳାଉଥିବାରୁ ସଂକ୍ରମଣରେ ଲାଗୁନି ବ୍ରେକ୍। ପ୍ରଥମେ ଡେଲ୍ଟା, ବିଟା, ଗାମା, ଆଲ୍ଫା ପରେ ଏବେ ଲାମ୍ବଡା ସ୍ଵସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢାଇଛି।


Share It

Comments are closed.