ମୁହଁରେ ମାସ୍କ ପିନ୍ଧି ପଡିଆରେ ଅଭ୍ୟାସ କଲେ ବାଙ୍ଗଲାଦେଶ ଖେଳାଳୀ


ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ୩ ନଭେମ୍ବରରୁ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବାକୁ ଅଛି । ୩ ନଭେମ୍ବରରୁ ସିରିଜର ପ୍ରଥମ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ମ୍ୟାଚ ପୂର୍ବରୁ ଦିଲ୍ଲୀରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଙ୍ଗଲାଦେଶୀ ଖେଳାଳୀ ନିଜ ମୁହଁରେ ମାସ୍କ ପିନ୍ଦି ଅଭ୍ୟାସ କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଦେଖିବାକୁ ମିଳିଥିଲା । ଦିଲ୍ଲୀର ବାୟୁରେ ବର୍ତ୍ତମାନ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ବାଙ୍ଗଲାଦେଶର ବୋଲିଂ କୋଚ ଡାନିଏଲ ଭିକ୍ଟୋରି ଏବଂ ବ୍ୟାଟିଙ୍ଗ କୋଚ ରସେଲ ଡିମୋଗଙ୍କ ସମେତ ଅନ୍ୟ କେତେକ ଖେଳାଳୀ ମଧ୍ୟ ନିଜ ମୁହଁରେ ମାସ୍କ ପିନ୍ଧି ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା ।

ଲିଟନ ଦାସ, ଅଲ ଅମିନ ହୁସେନଙ୍କୁ ମଧ୍ୟ ମୁହଁରେ ମାସ୍କ ପିନ୍ଧି ପ୍ରଶିକ୍ଷଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ସମୟରେ ମଧ୍ୟ ଶ୍ରୀଲଙ୍କା ଖେଳାଳୀ ମୁହଁରେ ମାସ୍କ ପିନ୍ଧି କ୍ରିକେଟ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ସତ୍ତେ୍ୱ ମଧ୍ୟ ମ୍ୟାଚଟି ନିର୍ଦ୍ଧାରିତ ସମୟରେ ଆରମ୍ଭ କରାଯିବ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଇ ଦିଆଯାଇଥିବାବେଳେ ଏହାକୁ ନେଇ ପରିବେଶବିତ ଏବଂ କ୍ରିକେଟର ନେତା ସାଜିଥିବା ଗୌତମ ଗମ୍ଭୀର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।
ବିରାଟ କୋହଲିଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଥିବାବେଲେ ରୋହିତ ଶର୍ମାଙ୍କୁ ସିରିଜର ଅଧିନାୟକତ୍ୱର ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।


Share It

Comments are closed.