ହରିଚନ୍ଦନପୁରରେ ଟାଟା ଷ୍ଟିଲ ୟାଟ୍ସର ୧୮ତମ ସଂସ୍କରଣ ଆୟୋଜିତ

ପ୍ରତିଯୋଗୀତାରେ ଭାଗ ନେଲେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ


ଟାଟା ଷ୍ଟିଲ ପକ୍ଷରୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ସହଯୋଗରେ ହରିଚନ୍ଦନପୁର ଉଚ୍ଚ ବିଦ୍ୟାଳୟ ଓ ହରିଚନ୍ଦନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୟଙ୍ଗ ଆଷ୍ଟ୍ରୋନୋମର୍ ଟ୍ୟାଲେଣ୍ଟ ସର୍ଚ୍ଚ (ୟାଟ୍ସ)ର ୧୮ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ୫୦୦ରୁ ଅଧିକ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ସ୍କୁଲର ଶିକ୍ଷକମାନେ ଏହାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ବିଶେଷ କରି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗୀତାରେ ଭାଗନେଇଥିଲେ। ଏହି ଅବସରରେ ମଣ୍ଡଳ ଶିକ୍ଷା ଅଧିକାରୀ ଏବଂ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ମାନଙ୍କ ଦ୍ୱାରା କୃତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ୟାଟ୍ସ ୨୦୨୪ର ବିଷୟବସ୍ତୁ ହେଉଛି “ମହାକାଶ ଆପଣଙ୍କ ପରବର୍ତ୍ତୀ ଗନ୍ତବ୍ୟ ସ୍ଥଳ ହେବ କି?’ ଏହି କାର୍ଯ୍ୟକ୍ରମରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଓପନ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଏଥିରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବହୁ ସମ୍ଭାବ୍ୟ ଉତ୍ତର ଦିଆଯାଇଥିବା ପ୍ରଶ୍ନ (ଏମସିକ୍ୟୁ) ପରୀକ୍ଷା ମଧ୍ୟ ରହିଛି। ଉଭୟ କୁଇଜ୍ ଏବଂ ଏମସିକ୍ୟୁ ପରୀକ୍ଷା ବିଦ୍ୟାଳୟରେ ବ୍ୟକ୍ତିଗତ ଭାବରେ ପରିଚାଳିତ ହେବ। ଏହାବ୍ୟତୀତ ଓପନ୍ କୁଇଜ୍ ଓ ଏମ୍ସିକ୍ୟୁ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଅନଲାଇନରେ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଭସଗ୍ଧ.କ୍ଷଚ୍ଚ/ଣଇଞଝ୨୦୨୪ ଲିଙ୍କ କୁ ଯାଇ ପଞ୍ଜୀକରଣ କରିପାରିବେ।

୨୦୨୪ ଅଗଷ୍ଟ୨୭ରେ ୟାଟ୍ସର ୧୮ତମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍‌ଘାଟନ କରିଥିଲେ। ଏହି ବହୁ ପ୍ରତୀକ୍ଷିତ ପଦକ୍ଷେପ ଓଡ଼ିଶାର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍କୃଷ୍ଠ ପ୍ଲାଟଫର୍ମ ପ୍ରଦାନ କରୁଛି। ଛାତ୍ରଛାତ୍ରୀମାନେ ମହାକାଶ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ ପ୍ରତି ଆଗ୍ରହ ପ୍ରକାଶ କରିବା ସହିତ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିପାରିବେ। ମହାନ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଯେ କି ପଠାଣି ସାମନ୍ତ ଭାବେ ବେସ ପରିଚିତ। ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନକୁ ପ୍ରଶଂସା କରାଯାଏ। ତାଙ୍କ ଅବଦାନକୁ ପ୍ରୋତ୍ସାହିତ କରିବା ପାଇଁ ୟାଟ୍ସ ଲକ୍ଷ୍ୟ ରଖିଛି।

ଡିସେମ୍ବର ୧୩, ୨୦୨୪ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ମନୋନୀତ ପ୍ରତିଯୋଗୀଙ୍କୁ ନିମନ୍ତ୍ରଣ କରାଯିବ। ସେହିଦିନ ହିଁ ବିଜେତାଙ୍କ ନାମ ଘୋଷଣା କରାଯାଇ ପୁରସ୍କୃତ କରାଯିବ।

୧୭ ବର୍ଷ ଧରି ମହାକାଶ ବିଜ୍ଞାନର ଚମତ୍କାର ଅନୁସନ୍ଧାନ କରିବାକୁ ୟାଟ୍ସ ଯୁବ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଦେଇଆସିଛି। ୨୦୨୪ ଜୁନ୍ ଶେଷ ସପ୍ତାହରେ ୟାଟ୍ସର ୧୭ତମ ସଂସ୍କରଣର ବିଜେତା ଛାତ୍ରଛାତ୍ରୀମାନେ ଅହମ୍ମଦାବାଦସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଏସ୍‌ଏସି) ପରିଦର୍ଶନ କରିଥିଲେ। ସେଠାରେ ସେମାନଙ୍କୁ ଏହି କେନ୍ଦ୍ରର ନିର୍ଦେଶକଙ୍କ ସମେତ ମହାକାଶ ବୈଜ୍ଞାନିକଙ୍କ ସହ ଛାତ୍ରଛାତ୍ରୀମାନଙ୍କୁ ଆଲୋଚନା କରିବାର ସୁଯୋଗ ପ୍ରଦାନ କରାଯାଇଥିଲା।


Share It

Comments are closed.