ଆତ୍ମସମର୍ପଣ କଲେ ୧୬ ହାର୍ଡକୋର ମାଓବାଦୀ
ପୋଲିସକୁ ଏକ ବଡ଼ ସଫଳତା, ଛତିଶଗଡ଼ରେ ୧୬ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଏସପିଙ୍କ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି।
ସୋମବାର ଛତିଶଗଡ଼ର ସୁକମା ଜିଲ୍ଲାରେ ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA) ବାଟାଲିୟନର ଦୁଇ ହାର୍ଡକୋର ସଦସ୍ୟଙ୍କ ସମେତ ପ୍ରାୟ ୧୬ ଜଣ ମାଓବାଦୀ ପୋଲିସ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ପୋଲିସକୁ ଏକ ବଡ଼ ସଫଳତା, ଛତିଶଗଡ଼ରେ ୨୪ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏପ୍ରିଲରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଏସପିଙ୍କ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି।
ହାର୍ଡକୋର ମାଓବାଦୀମାନେ ପୂର୍ବ ବସ୍ତର ଡିଭିଜନର ଭୈରାମଗଡ଼ ଅଞ୍ଚଳର ଥିଲେ। ସେମାନଙ୍କ ନାମରେ ୨୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଛତିଶଗଡ଼ ସରକାରଙ୍କ ପୁନର୍ବାସ ଯୋଜନାରେ ଆକର୍ଷିତ ହୋଇ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ବିଜାପୁର ଏସପି ଜିତେନ୍ଦ୍ର ଚୌହାନ କହିଛନ୍ତି ଯେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଏବଂ ସହଯୋଗ ଯୋଗାଇ ଦିଆଯିବ।
ସମ୍ପ୍ରତି ଛତିଶଗଡ଼ରେ ୯ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏସପିଙ୍କ ନିକଟରେ ୯ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିଲେ।
Comments are closed.