ବିନା ଭିସାରେ ବିଶ୍ୱର ଏହି ସମସ୍ତ ଦେଶକୁ ଭାରତୀୟମାନେ କରିପାରିବେ ଯାତ୍ରା, ଜାଣନ୍ତୁ


ବିଶ୍ୱର ଏଭଳି ୧୬ଟି ଦେଶ ରହିଛି, ଯେଉଁଠିକୁ ଯାତ୍ରା କରିବାକୁ ପାସପୋର୍ଟଧାରୀ ଭାରତୀୟଙ୍କୁ ଭିସା ଦରକାର ପଡିବ ନାହିଁ। ଏହି ଦେଶ ଭିତରେ ନେପାଳ, ମାଳଦ୍ୱୀପ, ଭୁଟାନ ଓ ମୋରିଶସ୍ ଭଳି ଦେଶ ରହିଛି। ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି.ମୂରଲୀଧରନ୍ ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନ ଉତ୍ତରରେ କହିଛନ୍ତି। ସେ କହିଛନ୍ତି, ୪୩ ଦେଶ ଭିସା-ଅନ୍ –ଆରାଇଭାଲ ସୁବିଧା ପ୍ରଦାନ କରିଛନ୍ତି ଓ ୩୬ଟି ଦେଶ ପାସପୋର୍ଟଧାରୀ ଭାରତୀୟଙ୍କୁ ଇ-ଭିସା ସୁବିଧା ପ୍ରଦାନ କରିଥାଏ। ଏହି ଦେଶ ଯେପରିକି- ବାରବାଡୋସ୍, ଭୁଟାନ, ଡୋମିନିକା, ଗ୍ରେନାଡ୍, ହେତି, ହଂକଂ SAR , ମାଳଦ୍ୱୀପ, ମରିଶସ୍, ମାଟେସେରାଟ୍, ନେପାଳ, ନିୟୁ ଦ୍ୱୀପ, ସମୋଆ, ସେନେଗଲ, ତ୍ରିନିଦାଦ୍ ଓ ଟୋର୍ବେଗୋ, ସେଣ୍ଟ ଭିସେଣ୍ଟ ଓ ଗ୍ରେନେଡାଇସ୍ ଓ ସର୍ଭିୟା। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିଲା ସୂଚନା ଅନୁସାରେ, ଇରାନ, ଇଣ୍ଡୋନେସିଆ ଓ ମିଆଁମାର ସେହି ଦେଶରେ ରହିଛି। ଯାହା ଭିସା-ଅନ୍-ଆରାଇଭାଲ ସୁବିଧା ପ୍ରଦାନ କରିଥାଏ ଓ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ମାଲେସିଆ ସେହି ୨୬ ଦେଶ ଭିତରେ ରହିଛି, ଯାହାଙ୍କ ପାଖରେ ଇ-ଭିସା ସୁବିଧା ରହିଛି। ମନ୍ତ୍ରୀଙ୍କ କହିବା ଅନୁସାରେ, ସରକାର ଅନ୍ତର୍ଜାତୀୟ ଯାତ୍ରାକୁ ସହଜ କରିବା ଉଦେଶ୍ୟରୁ ଭାରତୀୟଙ୍କୁ ଭିସା ମୁକ୍ତ ଯାତ୍ରା, ଭିସା-ଅନ୍-ଆରାଇଭାଲ ଓ ଇ-ଭିସା ସୁବିଧା ପ୍ରଦାନ କରୁଥିବା ଦେଶର ସଂଖ୍ୟା ବଢିବାର ଚେଷ୍ଟା କରିବା ଦରକାର।


Share It

Comments are closed.