ଅନଲାଇନ ଗେମରେ ୪୦,୦୦୦ ହାରି ଆତ୍ମହତ୍ୟା କଲା ନାବାଳକ


ମହଙ୍ଗା ପଡିଲା ଅନ୍‌ଲାଇନ୍‌ ଗେମ୍‌ ଖେଲିବା । ପ୍ରଥମେ ହରାଇଲେ ୪୦ହଜାର ଟଙ୍କା, ତାପରେ ନିଜ ଜୀବନ ହାରିଲେ ୧୩ବର୍ଷୀୟ ନାବାଳକ । ନିଜ ବେକରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି ନାବାଳକ । ମଧ୍ୟପ୍ରଦେଶ ଛତରପୁରର ଏହି ଘଟଣା । ଯାହାକୁ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି । ସ୍ଥାନୀୟ ପୋଲିସ ଡିଏସ୍‌ପି ଏନେଇ ସ୍ପଷ୍ଟ କରିଛନ୍ତି । ଏହାସହିତ ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ ମଧ୍ୟ ଜବତ ହୋଇଛି ।

ଜବତ ହୋଇଥିବା ସୁଇସାଇଡ଼ ନୋଟରେ ଲେଖାଅଛି ଯେ, ନାବାଳକ ଜଣଙ୍କ ନିଜ ମାଆଙ୍କ ବ୍ୟାଙ୍କ ଖାତାରୁ ୪୦ହଜାର ଟଙ୍କା ବାହାର କରିଥିଲେ । ଏହାପରେ ସମସ୍ତ ଟଙ୍କାକୁ ‘ଫ୍ରି ଫାୟାର’ ଗେମ୍‌ରେ ବର୍‌ବାଦ କରିଦେଇଛନ୍ତି । ୬ଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଏହି ଛାତ୍ର ଜଣଙ୍କ ନିଜ ମାଆଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିପାଇଁ ନିଜ ମାନସିକ ଅବସାଦ ହରାଇ ଆତ୍ମହତ୍ୟା କରୁଛି । ତେବେ ଯେତେବେଳେ ଘରେ ମାଆ ଓ ପିତା କେହି ନଥିଲେ , ସେତିକି ବେଳେ ନାବାଳକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଙ୍କ ମାଆ ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟ ବିଭାଗରେ ଏକ ନର୍ସ , ସେହି ସମୟରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିଲେ ।
ସେପଟେ ମାମଲା ସଂପର୍କରେ ଜାଣିବା ପରେ ମାଆ କହିଛନ୍ତି ଯେ, ଟଙ୍କା ନେଣଦେଣ ନେଇ ଫୋନ୍‌ରେ ମେସେଜ୍‌ ଆସିଥିଲା । ମହିଳା ଜଣଙ୍କ ନିଜ ନାବାଳକ ପୁଅକୁ ଫୋନ୍‌ରେ ଗାଳି କରିଥିଲେ । ଏହାପରେ ନାବାଳକ ଜଣଙ୍କ ନିଜକୁ ଏକ ଘର ଭିତରେ ବନ୍ଦ କରିଦେଇଥିଲେ । କିଛି ସମୟ ପରେ ନାବାଳକଙ୍କ ବଡ଼ ଭଉଣୀ ଘରକୁ ଆସିଥିଲେ , ଏବଂ ଭାଇର କଟାବ ଭିତର ପଟୁ ବନ୍ଦ ଥିବା ଦେଖିଥିଲେ । ତୁରନ୍ତ ଏନେଇ ମାଆ-ପିତାଙ୍କୁ ଖବର ଦେଇଥିଲେ । ଶେଷରେ କବାଟକୁ ଭାଙ୍ଗି ଘର ଖୋଲାଯାଇଥିଲେ । ଘର ଖୋଲିଲା ବେଳକୁ ନାବାଳକ ଜଣଙ୍କ ବେକରେ ଫାଶି ଲଗାଇ ଫ୍ୟାନ୍‌ରେ ଝୁଲୁଥିବାର ଦେଖିବାକୁ ମିଳିଥିଲା ।

ସେହିପରି ଏହାପୂର୍ବରୁ ଜାନୁଆରୀ ମାସରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଜଣେ ପିତା ‘ଫ୍ରି ଫାୟାର ‘ ଖେଳ ନିଶାରୁ ନିଜ ପୁଅ ଠାରୁ ମୋବାଇଲ ଛଡାଇଆଣିଥିଲେ । ଏହାପରେ ୧୨ବର୍ଷୀୟ ଛାତ୍ର ଜଣଙ୍କ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।


Share It

Comments are closed.