ରୋଗୀଙ୍କ ମୂଲ୍ୟବାନ ଜିନିଷ ଫେରାଇ ଉଦାହରଣ ସୃଷ୍ଟି କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ବିଗତ ଦିନଗୁଡ଼ିକରେ ଆମକୁ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି ଯେଉଁଠାରେ ୧୦୮ ଆମ୍ବୁଲାନ୍ସର କର୍ମଚାରୀମାନେ ନିଜ କର୍ତବ୍ୟ ପରିସରରୁ ବାହାରି ରୋଗୀଙ୍କୁ ସବୁ ସମ୍ଭବ ସାହାଯ୍ୟ କରିଛନ୍ତି । ଗୁରୁତର ରୋଗୀଙ୍କୁ ରକ୍ତ ଦାନ କରିବା ହେଉ କିମ୍ବା ରୋଗୀଙ୍କୁ ନିଜେ କାନ୍ଧରେ ବୋହି ଆଣିବା ହେଉ ପ୍ରତିଥର ନିଜର ସଚ୍ଚୋଟପଣିଆ ଏବଂ ନିଃସ୍ୱାର୍ଥପର ସେବା ମନୋବୃତି ପାଇଁ ଅନ୍ୟମାନଙ୍କ ଦ୍ୱାରା ବେଶ୍‌ ପ୍ରଶଂସିତ ହୋଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ବର୍ତମାନ ସମାନ ଧରଣର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲାରେ ।
ଘଟଣାନୁଯାୟୀ ଗତ ବୁଧବାର ଦିନ ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଗୁଲନଗର୍‌ ପୋଲ ନୀକଟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକଙ୍କ ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସ ନୀକଟକୁ ଏକ ଫୋନ କଲ୍ ଆସିଥିଲା । ଖବର ପାଇବା ପରେ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚି ସେଠାରୁ ରୋଗୀଙ୍କୁ ଆଣି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥଲା । କିନ୍ତୁ ସେଠାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ନେବା ପାଇଁ କହିଥିଲେ ଯାହାପରେ ପ୍ରାଥମିକ ଚିକିତ୍ସା ପରେ ରୋଗୀଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଗଲା । ରୋଗୀଙ୍କୁ କଟକରେ ଛାଡ଼ି ଆସିବା ବାଟରେ ଆମ୍ବୁଲାନ୍ସ କର୍ମଚାରୀ ଗାଡ଼ି ମଧ୍ୟରେ ରୋଗୀଙ୍କର ଏକ ବ୍ୟାଗ ଥିବା ଦେଖିଥିଲେ ଯେଉଁଥିରେ ଅନେକ ମୋବାଇଲ ଫୋନ, ଦରକାରୀ କାଗଜପତ୍ର ଏବଂ କିଛି ଟଙ୍କା ରହିଥିଲା । ଯାହାପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ନିଜେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ସମସ୍ତ ଜିନିଷ ତାଙ୍କୁ ହସ୍ତାନ୍ତର କରିଛନ୍ତି ।


Share It

Comments are closed.