ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୦୮ ଆମ୍ବୁଲାନ୍ସ ସେବା ସମ୍ବର୍ଦ୍ଧିତ


ଭୁବନେଶ୍ୱର : ଓଡ଼ିଶାରେ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ ଦ୍ୱାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ସେବାକୁ ଗତ ଅଗଷ୍ଟ ୧୩  ତାରିଖ ୨୦୨୩ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଶଂସା ଓ ସମ୍ବର୍ଦ୍ଧିତ କରାଯାଇଛି । ଭୟାବହ ବାହାନଗା ରେଳ ଦୁର୍ଘଟଣା ସମୟରେ ଯୋଗାଇଥିବା ଅସାଧାରଣ ସେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବ ଲୋକସେବା ଭବନରେ ଆୟୋଜିତ ହୋଇଥିଲା ଯେଉଁଠାରେ ବାହାନଗା ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ସ୍ୱେଚ୍ଛାସେବୀ, ଅନୁଷ୍ଠାନ ଓ ଏଜେନ୍ସିଗୁଡିକୁ ସମ୍ମାନିତ କରାଯାଇଛି  ଏହି କାର୍ଯ୍ୟକ୍ରମରେ ଏମ୍‌ଡି ଏନ୍‌ଏଚ୍‌ଏମ୍‌, ଆଇଏଏସ, ଡକ୍ଟର ବୃନ୍ଦା ଡି ଓ ୧୦୮ ଆମ୍ବୁଲାନ୍ସର ପ୍ରୋଜେକ୍ଟ ହେଡ୍ ଶ୍ରୀ ସବ୍ୟସାଚୀ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କଠାରୁ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ପୁରସ୍କାର ଗ୍ରହଣ କରିଛନ୍ତି ।

ଏସମ୍ପର୍କରେ ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍‌ର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, “ଆମେ ଗତ ୧୧ ବର୍ଷ ହେବ ଓଡିଶାରେ ପରିଚାଳନା କରୁଛୁ ଏବଂ ବାହାନଗା ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟ ଅନେକ ଦୃଷ୍ଟିରୁ ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ଥିଲା । କାରଣ ମାତ୍ର କିଛି ଘଂଟାରେ ୧୧ଟି ଜିଲ୍ଲାରୁ ୨୨୯ଟି ଏମର୍ଜେନ୍ସି ମେଡିକାଲ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ଅଣାଯାଇଥିଲା । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହଯୋଗ କାରଣରୁ ଏହା ସମ୍ଭବ ହୋଇପାରିଥିଲା । ଗତ କିଛି ବର୍ଷ ମଧ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ରାଜ୍ୟରେ ନିଜର ସେବାକୁ ଉନ୍ନତ କରିଛି । କେବଳ ୨୮୦ଟି ଆମ୍ବୁଲାନ୍ସ ସହ ଆରମ୍ଭ କରିଥିବା ଜେଡ୍‌ଏଚ୍‌ଏଲ୍ ଏବେ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ସେବା ଅଧିନରେ ୧୧୨୪ଟି ଆମ୍ବୁଲାନ୍ସର ପରିଚାଳନା କରୁଛି । ଏହି ସେବା ୧ କୋଟିରୁ ଅଧିକ ରୋଗୀଙ୍କୁ ଉପକୃତ କରିଛି । ସେହିପରି ୬ଟି ୧୦୮ ବୋଟ ଆମ୍ବୁଲାନ୍ସକୁ ବିଚ୍ଛିନ୍ନାଂଚଳରେ ନିୟୋଜିତ କରାଯାଇଛି । ଏହାର ଭୁବନେଶ୍ୱର-ସ୍ଥିତ ୨୪ଞ୍ଚ୭ ଇଂଟିଗ୍ରେଟେଡ୍ ସେଂଟର୍‌ର ଅଧିକାରୀମାନେ ଦକ୍ଷତାର ସହ ରୋଗୀଙ୍କ ସ୍ଥାନ ଚିହ୍ନଟ କରିଥାନ୍ତି ଓ ସେମାନଙ୍କୁ ଯେତେଶୀଘ୍ର ସମ୍ଭବ ଆବଶ୍ୟକୀୟ ଚିକିତ୍ସା ସେବା ପାଇବାରେ ସହଯୋଗ କରିଥାନ୍ତି । ୧୦୮ ଆମ୍ବୁଲାନ୍ସ ସେବାକୁ ମାର୍ଚ୍ଚ ୫, ୨୦୧୩ରେ ଆରମ୍ଭ କରାଯାଇଥିଲା ।


Share It

Comments are closed.