୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁନେଇ ଗ୍ରିଭାନ୍ସ ବୈଠକ ଅନୁଷ୍ଠିତ


ଭୁବନେଶ୍ୱର: ୧୦୮ ଅମ୍ବୁଲାନ୍ସ କର୍ମଚାରୀଙ୍କୁନେଇ ବାରିପଦାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ କଳାବାଡ଼ିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ଗ୍ରିଭାନ୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ୧୦୮ କ୍ରିୟୁମାନେ ଯୋଗଦେଇଛନ୍ତି । ଉକ୍ତ ବୈଠକରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ କିପରି ସୁରକ୍ଷିତ ଭାବରେ ଏବଂ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବେ, ରୋଗୀ ମାନଙ୍କୁ ସଠିକ୍ ସମୟରେ ଡ଼ାକ୍ତରଖାନାରେ ପହଂଚାଇପାରିବେ ସେଥି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି ।
ଏହା ସହିତ କୌଣସିବି ଗରିବ ତଥା ଅଧ୍ୟୁଷିତ ଅଞ୍ଚଳର ରୋଗୀ ଯେପରି ୧୦୮ ଆମ୍ବୁଲାନ୍ସ ସେବାରୁ ବଂଚିତ ନହୁଏ ସେଥିପ୍ରତି ମଧ୍ୟ କର୍ମଚାରୀ ମାନଙ୍କୁ ଦୃଷ୍ଟି ଦେବାକୁ ପ୍ରଶିକ୍ଷଣ ଦିଆଯାଇଛି । ଉକ୍ତ ବୈଠକରେ ବିଭିନ୍ନ ପ୍ରଶିକ୍ଷଣ ସହିତ ଆମ୍ବୁଲାନ୍ସ ସେବା ପ୍ରଦାନ କରିବା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କିଛି କର୍ମଚାରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ଯାହା ମାଧ୍ୟମରେ ପୁରସ୍କୃତ ହୋଇଥିବା କିଛି କର୍ମଚାରୀଙ୍କୁ ଦେଖି ଅନ୍ୟ କର୍ମୀମାନେ ଅନୁପ୍ରାଣିତହୋଇ ଭଲ କାମ କରିବା ପାଇଁ ଉତ୍ସାହିତ ହୋଇପାରିବେ ସେଥି ନିମନ୍ତେ ଧ୍ୟାନ ଦିଆଯାଇଛି ।


Share It

Comments are closed.