ଗୁରୁତର ପ୍ରସୂତିଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


କୋରାପୁଟ: ଜଣେ ଗୁରୁତର ପ୍ରସୂତିଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ମାଲକାନଗିରି ଜିଲ୍ଲା ଏମଭି-୭୯ ଅଂଚଳର ସୁମନ ବରାଇ ନାମକ ଜଣେ ପ୍ରସୂତି ମହିଳା ପ୍ରସବ ପରବର୍ତି ଚିକିତ୍ସା ପାଇଁ ଏସ୍‌ଏଲ୍‌ଏନ୍ ମେଡିକାଲ କଲେଜ କୋରାପୁଟରେ ଭର୍ତି ହୋଇଥିଲେ । ମାତ୍ର ଚଳିତ ସେପ୍ଟେମ୍ବର ୨୦ ତାରିଖ ଦିନ ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା କାରଣରୁ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ବି’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଏହି ସମୟରେ ଡାକ୍ତରଖାନାରେ ମଧ୍ୟ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିବାରୁ ରୋଗୀଙ୍କ ପରିବାର ଲୋକେ ବିଚଳିତ ହୋଇପଡ଼ିଥିଲେ । ସମାନ ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ଏସ୍‌ଏଲ୍‌ଏନ୍ ମେଡିକାଲ କଲେଜ, କୋରାପୁଟକୁ ଆସିଥିବା ୧୦୮ ଆମ୍ବୁଲାନ୍ସ ଇଏମଟି ପ୍ରଶାନ୍ତ ରେ ଉକ୍ତ ରୋଗୀଙ୍କ ସଂକ୍ରାନ୍ତରେ ଖବର ପାଇଲେ । ତେଣୁ ସେ ବିନା କୌଣସି ବିଳମ୍ବରେ ତୁରନ୍ତ ରକ୍ତଦାନ ପାଇଁ ଆଗେଇ ଆସିଲେ ଏବଂ ଉକ୍ତ ରୋଗୀଙ୍କୁ ଗୋଟିଏ ୟୁନିଟ ବି’ପଜିଟିଭ ରକ୍ତ ଦାନ କଲେ । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମାନବିକତା ପାଇଁ ସେ ଖୁବ ପ୍ରଶଂସିତ ହୋଇଛନ୍ତି ।


Share It

Comments are closed.