ମହିଳାଙ୍କୁ ରକ୍ତଦାନ କରି ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


କେନ୍ଦୁଝର: ରକ୍ତହୀନତାରେ ପୀଡ଼ିତ ଜଣେ ଗୁରୁତର ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଜମ୍ବିରା ଗ୍ରାମର ଉର୍ମିଳା ଘଡ଼େଇ(୩୫ବର୍ଷ) ନାମକ ଜଣେ ମହିଳା ରକ୍ତହୀନତାରେ ପୀଡ଼ିତ ଥିବାରୁ ଆନନ୍ଦପୁର ଏସଡିଏଚ କେନ୍ଦୁଝରରେ ଭର୍ତି ହୋଇଥିଲେ  ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ଡାକ୍ତର ତୁରନ୍ତ ଓ’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଏହି ସମୟରେ ଡାକ୍ତରଖାନାରେ ମଧ୍ୟ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ମାତ୍ର ଏତିକିବେଳେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ସମାନ ଡାକ୍ତରଖାନାକୁ ଆସିଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଭାଗୀରଥି ନାୟକ ଉକ୍ତ ରୋଗୀଙ୍କ ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ । ସୌଭାଗ୍ୟସତଃ ତାଙ୍କର ବ୍ଲଡ ଗ୍ରୁପ ମଧ୍ୟ ସମାନ ଥିବାରୁ ସେ ବିନା କୌଣସି ଦ୍ୱିଧାରେ ତୁରନ୍ତ ରକ୍ତଦାନ ପାଇଁ ଆଗେଇ ଆସିଥିଲେ ଏବଂ ଗୋଟିଏ ୟୁନିଟ ଓ’ପଜିଡଟିଭ ରକ୍ତ ଦାନ କରି ରୋଗୀଙ୍କ ଜୀବନ ବଂଚାଇଲେ । ତାଙ୍କର ଏଭଳି ମାନବିକତା ପାଇଁ ତାଙ୍କୁ ଖୁବ ପ୍ରଶଂସା କରାଯାଉଛି ।


Share It

Comments are closed.