ଗର୍ଭବତୀଙ୍କୁ ଖଟିଆରେ ୩ କି.ମି ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: ଅନେକ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କୁ ନିଜର କର୍ତ୍ତବ୍ୟ ପରିସରରୁ ବାହାରି ସାହାଯ୍ୟର ହାତବଢାଇ ଦେଇଛନ୍ତି ମାନବିକତାର ପରିଚୟ । ସେହିପରି ଗତ ଗୁରୁବାର ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ବଣ୍ଡାଦୋରା ଗାଁରେ ଗର୍ଭବତୀଙ୍କୁ ଖଟିଆରେ ବୋହି ଦେଇଛନ୍ତି ମହାନତାର ଆଉ ଏକ ଉଦାହରଣ । ଖବର ଅନୁଯାୟୀ ଡ଼ଙ୍ଗସିଲ ପଂଚାୟତର ବଣ୍ଡାଦୋରା ଗାଁରେ ଲକ୍ଷ୍ମୀ ମାଝୀଙ୍କର ଗର୍ଭ ଯନ୍ତ୍ରଣାହେବାରୁ ସ୍ଥାନୀୟ ଆଶା କର୍ମି ୧୦୮ ଆମ୍ବୁଲାନ୍ସକୁ କଲ୍ କରିଥିଲେ । ଆମ୍ବୁଲାନ୍ସ ସଠିକ୍ ସମୟରେ ପଂହଚିଥିଲେ ମଧ୍ୟ ଖରାପ ରାସ୍ତା କାରଣରୁ ୩ କି.ମି ଦୁର ସିରିପାଇ ଛକଠାରେ ଅଟକି ରହିଥିଲା ।
ଏହାପରେ ଆମ୍ବୁଲାନ୍ସ ପାଇଲଟ ପରିକ୍ଷିତ ନାଏକ୍ ଗାଁକୁଯାଇ ସୂଚନା ଦେଇଥିଲେ । ପରିବାରବର୍ଗ, ଆଶାକର୍ମି ଏବଂ ଆମ୍ବୁଲାନ୍ସ ପାଇଲଟ ଜଙ୍ଗଲିଆ ରାସ୍ତାରେ ଦିର୍ଘ ୩କି.ମି ପର୍ଯ୍ୟନ୍ତ ଖଟିଆରେ ବୋହି ରୋଗୀଙ୍କୁ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । କିନ୍ତୁ ମଝି ରାସ୍ଥାରେ ଲକ୍ଷ୍ମୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଏବଂ ପରେ ୧୦୮ ଆମ୍ବୁଲାନ୍ସରେ ନେଇ ଡ଼ଙ୍ଗସିଲ ପ୍ରାଥମିକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ଉଭୟ ମା\’ ଏବଂ ଶିଶୁ ସୁସ୍ଥଥିବା ଜଣାଇଛନ୍ତି । ବାସ୍ତବରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କର ଏହିପରି ମାନବିକତା ସମାଜରେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।


Share It

Comments are closed.