ରୋଗୀଙ୍କୁ ୫ କି.ମି ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ପୁରୀ: ଗତ ୧୬ ତାରିଖ ଦିନ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସଉରିଆ ଗ୍ରାମରୁ ଜଣେ ଅଜଣା ରୋଗୀଙ୍କ ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସକୁ ଖବର ମିଳିଥିଲା । ବ୍ୟକ୍ତି ଜଣଙ୍କ ବିଲରେ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ଖବର ପାଇବା ପରେ ଡ୍ରାଇଭର ସୁଜିତ କୁମାର ଦାସ, ଇଏମଟି ଅମୀୟ ମହର୍ଷି ଏବଂ ସହାୟକ ମ୍ୟୁତ୍ୟୁଞ୍ଜୟ ଜେନା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ନେଇ ରୋଗୀଙ୍କ ଗ୍ରାମ ଅଭିମୁଖେ ବାହାରିଯାଇଥିଲେ । କିନ୍ତୁ ରୋଗୀଙ୍କ ପାଖରେ ପହଂଚିବା ରାସ୍ତାରେ ବାରବାଟି ଛକଠାରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଆଉ ଆଗକୁ ବଢ଼ି ନପାରି ଅଧା ବାଟରେ ଅଟକି ରହିଲା । ତେଣୁ ଆମ୍ବୁଲାନ୍ସ କର୍ମଚାରୀ ଚାଲି ଚାଲି ଯାଇ ରୋଗୀଙ୍କ ନୀକଟରେ ପହଂଚିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ରୋଗୀଙ୍କୁ ଏକ ଷ୍ଟ୍ରେଚରରେ ୫ କି.ମି ରାସ୍ତା ବୋହି ଆଣି ଆମ୍ବୁଲାନ୍ସ ନୀକଟରେ ପହଂଚାଇଲେ । ଯାହାପରେ ରୋଗୀଙ୍କୁ ସେଠାରୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏଭଳି ମାନବିକତା ପାଇଁ ତାଙ୍କୁ ଖୁବ ପ୍ରଂଶସା କରାଯାଇଛି ।

Share It

Comments are closed.