ଦୁର୍ଘଟଣାଗ୍ରସ୍ତ ହେଲା ୧୦୮ ଆମ୍ବୁଲାନ୍ସ : ୨ ମୃତ


ଗତକାଲି ବିଳମ୍ବିତ ରାତିରେ ଚାନ୍ଦବାଲି ମେଡିକାଲରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଭିମୁଖ୍ୟ ଯାଉଥିବା ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଗ୍ରସ୍ତ ଯୋଗୁଁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।
ଖବର ଅନୁଯାୟୀ, ଚାନ୍ଦବାଲି ଥାନା ଅନ୍ତର୍ଗତ କାଣ୍ଡଗରଡି ଗାଁର ଉପେନ୍ଦ୍ର ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଚାନ୍ଦବାଲି ଡାକ୍ତରଖାନା ଆଣିଥିଲେ କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ରେଫର କରିଥିଲେ ।
ଏହି ଆମ୍ବୁଲାନ୍ସଟି ରୋଗୀ ଏବଂ ତାଙ୍କର ଜଣେ ସଂପର୍କୀୟଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଭିମୁଖ୍ୟ ଯାଉଥିବାବେଳେ ଏକ ଗୋରୁ ରାସ୍ତା କଡକୁ ମାଡି ଆସିବା ଫଳରେ ଆମ୍ବୁଲାନ୍ସଟି ନିୟନ୍ତ୍ରଣ ହରାଇ ଏକ ଗଛରେ ଯାଇ ଖୁବ ଜୋରସେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ରୋଗୀ ଶ୍ରୀ ସାହୁ ଓ ଆମ୍ବୁଲାନ୍ସ ହେଲଫର ପ୍ରମୋଦ ପରିଡାଙ୍କର ମୃତ୍ୟୁଘଟିଥିଲା ।
ଖବର ପାଇ ପୋଲିସ ଘଟଣାସ୍ଥଳେ ପହଞ୍ଚିବା ସହ ଏହାର ତନାଘନା ଆରମ୍ଭ କରିଦେଇଛି ।


Share It

Comments are closed.