ଭାଗବତ ପ୍ରାପ୍ତିର ଦଶମାର୍ଗ

ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ଭଗବାନଙ୍କୁ ପାଇବା । ଶାସ୍ତ୍ର ଓ ସବୁ ମାହାତ୍ମାମାନେ ଏଥିପାଇଁ ଅନେକ ନିୟମ ବତାଉଛନ୍ତି । ନିଜ ନିଜ ଅଧିକାର ଓ ରୁଚି ଅନୁସାରେ କୌଣସି ଶାସ୍ତ୍ରୋକ୍ତ ଉପାୟକୁ ନିଷ୍କାମ ଭାବରେ ଅର୍ଥାତ ସଂସାରିକ ସୁଖ ପାଇବା କାମନା ଛାଡି କେବଳ ଭଗବତ ପ୍ରୀତ୍ୟର୍ଥେ କାମରେ ଲଗାଇଲେ ଠିକ ସମୟରେ ଭଗବାନଙ୍କୁ ପାଇ ନିଜର ଜନ୍ମ ଏବଂ ଜୀବନକୁ ସାର୍ଥକ କରିପାରୋ । ଭଗାବନ ଶ୍ରୀ ମନୁ ଧର୍ମର ଦଶ ଲକ୍ଷଣ ବତାଇଛନ୍ତି, ଏହି ଦଶ ଲକ୍ଷଣଯୁକ୍ତ ଧର୍ମର ନିଷ୍କାମ ଆଚରଣ କରୁଥିବା ମନୁଷ୍ୟ ମାୟାବନ୍ଧନରୁ ମୁକ୍ତ ହୋଇ ଭବାନଙ୍କୁ ପାଇପାରେ

ରାଗ – ଦ୍ୱେଷ, ଦମ୍ଭ-କପଟ, ତଥା ବୈର – ଅଭିଯାନ ଆଦିର ବିକାର ନାଶ ପାଇ ଅନ୍ତଃକରଣ ସ୍ୱଚ୍ଛ ହୋଇଯିବାକୁ ଆଭ୍ୟନ୍ତରୀଣ ଶୁଦ୍ଧି କୁହାଯାଏ ।

ଇନ୍ଦ୍ରିୟ – ନିଗ୍ରହ : ଇନ୍ଦ୍ରିୟମାନଙ୍କୁ ସେମାନଙ୍କର ବିଷୟରେ ଅର୍ଥାତ ରୂପ, ରସ, ଗନ୍ଧ, ସ୍ପର୍ଶ ଆଦିର ଇଚ୍ଛାପୂର୍ବକ ଯିବାକୁ ନ ଦେଇ ଅନିଷ୍ଟକାରୀ ବିଷୟଗୁଡିକରୁ ହଟାଇ ଆଣି କଲ୍ୟାଣକାରୀ ବିଷୟଗୁଡିକରେ ଲଗାଇ ଦେବା ।
ଧୀ (ବୁଦ୍ଧି) : ସାତ୍ତ୍ୱିକା ଶ୍ରେଷ୍ଠ ବୃଦ୍ଧି, । ଯାହା ସତସଙ୍ଗ, ସତଶାସ୍ତ୍ର ଅଧ୍ୟୟନ, ଭାଗବତ ଭଜନ ଓ ଆତ୍ମ ବିଚାରରୁ ଉତ୍ପନ୍ନ ହୋଇଥାଏ , ତଥା ଯାହା ଦ୍ୱାରା ମନ ପରମାତ୍ମାଙ୍କ ପାଖରେ ଲାଗିଯାଏ ଏବଂ ଯଥାର୍ଥ ଜ୍ଞାନ ଉତ୍ପନ୍ନ ହୁଏ ।
ବିଦ୍ୟା : ଅଧ୍ୟାତ୍ମବିଦ୍ୟା, ଯାହାକୁ ଭଗବାନ ନିଜର ସ୍ୱରୁପ ବୋଲି ବତାଇଛନ୍ତି ଏବଂ ଯାହା ମନୁଷ୍ୟକୁ ଅବିଦ୍ୟାରୁ ମୁକ୍ତ କରି ପରମାତ୍ମାଙ୍କ ପରମପଦ ଲାଭ କରାଏ ।
ସତ୍ୟ : ଯଥାର୍ଥ ଓ ପ୍ରି. ଭାଷଣ । ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କୁ ଦ୍ୱାରା ଯେପରି ନିଶ୍ଚୟ କରାଯାଇଥିବା ପ୍ରିୟ ଶବ୍ଦ ଦ୍ୱାରା ସେପରି କହିବା ତଥା ଏହା ଦ୍ୱାରା ଯେପରି କୌଣସି ନିର୍ଦ୍ଦୋଷ ପ୍ରାଣାର କିଛି କ୍ଷତି ନହୁଏ, ସେଥିପ୍ରତି ଧ୍ୟାନ ରଖିବା । ଯାହା ଯଥାର୍ଥ ହୋଇଥିବ, ପ୍ରିୟ ହୋଇଥିବ, କପଟରହିତ ହୋଇଥିବ ଏବଂ ଯାହା କାହାରି ଅମଙ୍ଗଳ କରୁ ନଥିବ, ତାହା ହିଁ ସତ୍ୟ ଅଟେ ।
କ୍ରୋଧ ତ୍ୟାଗ : ନିଜର ମନ୍ଦ କରୁଥିବା ଲୋକ ପ୍ରତି ମନରେ କୌଣସି ପ୍ରକାର କ୍ରୋଧର ବିକାର ନହେବା । କ୍ରୋଧ ତ୍ୟାଗ ଓ କ୍ଷମା ମଧ୍ୟରେ ଭେଦ ଏହି ଯେ କ୍ରୋଧତ୍ୟାଗ ଦ୍ୱାରା କୌଣସି କ୍ରିୟା ହୁଏ ନାହିଁ, ଯାହା ବି କିଛି ହୁଏ, ତାହା ସବୁ ମନୁଷ୍ୟ ସହିଯାଏ ଏବଂ ତା ମନରେ ବିକାର ସୃଷ୍ଟି ହେବାକୁ ଦିଏ ନାହିଁ, କିନˆୁ ଏହା ଦ୍ୱାରା ଆମରମନ୍ଦ କରୁଥିବା ଲୋକର କ୍ଷମା ହୁଏ ନାହିଁ । ନ୍ୟାୟକାରୀ ଇଶ୍ୱରଙ୍କ ଦ୍ୱାରା ଇହ-ପରଲୋକରେ ତାହାର ଫଳ ଅବଶ୍ୟ ମିଳେ । କିନ୍ତୁ କ୍ଷମା ଦ୍ୱାରା ତାହାର ଅପରାଧର କ୍ଷମା ହୋଇଯାଏ ।
ଧୃତି : ଧୃତି ଅର୍ଥାତ ଧୈର୍ଯ୍ୟ । କୌଣସି ପ୍ରକାର ସଙ୍କଟ ପଡିଲେ ମଧ୍ୟ ବା ଇଚ୍ଛିତ ବସ୍ତୁ ନପାଇଲେ ମଧ୍ୟ ଧୈର୍ଯ୍ୟ ଛାଡିବ ନାହିଁ । ସେ ଧୈର୍ଯ୍ୟ ଧାରଣ କରି ରଖେ, ତାହାର ଧର୍ମ ରକ୍ଷା ହୁଏ ଏବଂ ସେ ଐହିକ ଓ ପରଲୋକିକ ସଫଳତା ପାଇପାରେ୍ ।
କ୍ଷମା : ନିଜର ମନ୍ଦ କରୁଥିବା ଲୋକକୁ ଦଣ୍ଡ ଦେବା ଓ ଦେବାର ପୁରା ଶକ୍ତି ଥିଲେ ମଧ୍ୟ ତାକୁ ଦଣ୍ଡଦେବା, ଦିଆଯିବାର ଭାବନାକୁ ମଧ୍ୟ ମନରେ ନଆଣି ତାର ଅପରାଧକୁ ସହି ଯିବା ଏବଂ ତାହା ଯେପର୍ି ସବୁକାଳ ପାଇଁ ଲୋପ ପାଇଯାଏ, ସେଥିପାଇଁ ଯଥୋଚିତ ଚେଷ୍ଟା କରିବାକୁ କ୍ଷମା କୁହାଯାଏ ।
ଦମ : ସାଧରଣତଃ ଇନ୍ଧ୍ରିୟ ସଂଯମକୁ ଦମ କୁହାଯାଏ, ପରନ୍ତୁ ଶ୍ଲୋକରେ ଇନ୍ଦ୍ରିୟ ସଂଯମ ଅଲଗା କୁହାଯାଇଛି । ଏଣୁ ଏଠାରେ ଦମ ଶବ୍ଦର ଅର୍ଥ ଶମ ବା ମନ ସଂଯମ ବୋଲି ବୁଝିବା ଉଚିତ । ମନକୁ ବଶ ନକରି ଭଗବାନଙ୍କୁ ପାଇବା ପ୍ରାସ ଅସମ୍ଭବ । ଅଭ୍ୟସ ଓ ବୈରାଗ ଦ୍ୱାରା ମନର ବଶ ହେବା କଥା ଭଗବାନ ବତାଇଛନ୍ତି ।
ଅସ୍ତେୟ : ଅସ୍ତେୟ କହିଲେ ସ୍ୱଚ୍ଛ ମନ, ସ୍ୱଚ୍ଛ ଭାବନା, ସ୍ୱଚ୍ଛ କର୍ମକୁ ବୁଝାଏ । ମନ, ବାଣୀ ଓ ଶରୀର ଦ୍ୱାରା କୌଣସି ପ୍ରକାର ଚୋରି ନକରିବା
ଶୌ÷÷ଚ: ବାହ୍ୟ ଓ ଆଭ୍ୟନ୍ତର ଶୁଦ୍ଧି – ସତ୍ୟତାପୂର୍ବକ ଶୁଦ୍ଧ ବେପାର ଦ୍ୱାରା ଦ୍ରବ୍ୟକୁ, ତହିଁରୁ ପ୍ରାପ୍ତ ଅନ୍ନ ଦ୍ୱାରା ଆହାରକୁ, ଯଥାଯୋଗ୍ୟ କଥାବାର୍ତ୍ତା ଦ୍ୱାରା ଆଚରଣକୁ ଏବଂ ପାଣି, ମାଟି ଆଦି ଦ୍ୱାରା କରାଯାଉଥିବା ଶରୀରର ଶୁଦ୍ଧକୁ ବାହ୍ୟ ଶୁଦ୍ଧି କୁହାଯାଏ

Comments are closed.