ଜିଓଫୋନ୍ ନେକ୍ସଟ୍‌ର ୧୦ଟି ପ୍ରମୁଖ ବିଶେଷତ୍ୱ ଯାହା ଏହାକୁ ସ୍ୱତନ୍ତ୍ର କରିଛି


ଭୁବନେଶ୍ୱର: ଜିଓଫୋନ୍ ନେକ୍ସଟ୍ ଉନ୍ମୋଚିତ ହୋଇସାରିଛି । ରିଲାଏନ୍ସ ଜିଓ ଓ ଗୁଗୁଲ୍ ମିଳିତ ଭାବେ ଏହାକୁ ବିକଶିତ କରିଛନ୍ତି ଯାହା ଗୁଗୁଲ୍ ଦ୍ୱାରା ଏହି ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ପ୍ରଗତି ଅପରେଟିଂ ସିଷ୍ଟମ୍ ଦ୍ୱାରା ପରିଚାଳିତ ହେଉଛି । ଏହି ସ୍ମାର୍ଟଫୋନ୍‌ରେ ଅନେକ ପ୍ରମୁଖ ବୈଶିଷ୍ଟ୍ୟ ରହିଛି ଯାହା ଏହାକୁ ସ୍ୱତନ୍ତ୍ର କରିପାରିଛି ।

ଏଥିରେ ରହିଛି ସ୍ୱତନ୍ତ୍ର ସେଲ୍‌ଫି କ୍ୟାମେରା ସୁବିଧା । ଅନ୍ୟ ସ୍ମାର୍ଟଫୋନ୍‌ଗୁଡ଼ିକରେ ସାଧାରଣତଃ ସେଲ୍‌ଫି ନେଲେ ଲେଖାଗୁଡ଼ିକ ଓଲଟା ଦେଖାଯାଏ । କିନ୍ତୁ ଜିଓଫୋନ୍ ନେକ୍ସଟ୍‌ରେ ଫଟୋରେ ରହିଥିବା ଲେଖାଗୁଡ଼ିକୁ ସିଧା ରହିଥାଏ । ସେଥିପାଇଁ ଆପଣଙ୍କୁ ବାରମ୍ବାର ସେଟିଂଗକୁ ଯାଇ ଫଟୋକୁ ସିଧା କରିବାକୁ ପଡ଼ିବ ନାହିଁ । କ୍ୟାମେରାର ଉପର ଭାଗରେ ଆପଣ ଦେଖିପାରିବେ ଯେ ଯେତିକି ଷ୍ଟୋରେଜ୍ ରହିଛି ସେଥିରେ ଆପଣ ଆଉ କେତେ ଫଟୋ ଉଠାଇପାରିବେ । ଜିଓଫୋନ୍ ନେକ୍ସଟ୍‌ରେ ୫୦୦୦ରୁ ଅଧିକ ଫଟୋ ରଖିହେବ । କ୍ୟାମେରାରେ ରହିଛି ଇନବିଲ୍‌ଟ ସ୍ନାପ୍‌ଚାଟ୍ ଫିଲ୍‌ଟର ଓ ଅନୁବାଦ ସୁବିଧା । ଫଟୋ ଉଠାଇ ଆପଣ ନିଜ ଭାଷାରେ ଳେଖାର ଅନୁବାଦ କରିପାରିବେ ଓ ଦଶଟି ପ୍ରମୁଖ ଭାରତୀୟ ଭାଷାରେ ତାହାକୁ ଶୁଣିପାରିବେ ।

ଜିଓଫୋନ୍ ନେକ୍ସଟ୍‌ରେ ଡିଜିଟାଲ୍ ୱେଲ୍‌-ବିଙ୍ଗ ଓ ପ୍ୟାରେଂଟାଲ୍ କଂଟ୍ରୋଲ୍ ସୁବିଧା ମଧ୍ୟ ରହିଛି । ଫୋନ୍ କେତେ ସମୟ ଅନଲକ୍ ଥିଲା ତାହା ମଧ୍ୟ ଏଥିରୁ ଜଣାପଡ଼ିବ । ଏଥିରେ ଡୁ ଟନ୍ ଡିଷ୍ଟର୍ବ ସୁବିଧା, କି’ ବୋର୍ଡରେ ଭଏସ୍ ଟାଇପିଂ, ଗୋଟିଏ ହାତରେ ଟାଇପିଂ, ଗ୍ଲାଇଡ୍ ଟାଇପିଂ ଓ ପର୍ସନାଲ୍ ଡିକ୍ସନାରି ଭଳି ସୁବିଧା ରହିଛି । ଜିଓଫୋନ୍ ନେକ୍ସଟ୍‌ରେ ଲାଇଭ୍ ଟ୍ରାନ୍ସସ୍କ୍ରାଇବ୍ ଆପ୍ ବ୍ୟବହାର କରି ଅତି ସହଜରେ ଟାଇପ୍ କରାଯାଇପାରିବ, ଫଳରେ କି’ ବୋର୍ଡରେ ଆଉ ହାତ ବୁଲାଇବାକୁ ପଡ଼ିବନି ।

ଏଥିରେ ଥିବା ନାଇଟ୍ ଲାଇଟ୍ ବୈଶିଷ୍ଟ୍ୟ ଯୋଗୁଁ ରାତିରେ ଫୋନ୍‌ଟିକୁ ଦେଖିବା ବେଳେ ସ୍କ୍ରିନ୍‌କୁ ତାହା ଡିମ୍ କରିଦେବ, ଯାହାଦ୍ୱାରା ଆଖି ଉପରେ ଅଧିକ ଚାପ ପଡିବ ନାହିଁ ।

ଜିଓଫୋନ୍ ନେକ୍ସଟ୍‌ରେ ସ୍କ୍ରିନ୍ ସଟ୍ ଓ ସ୍କ୍ରିନ୍ ରେକର୍ଡିଂ ସୁବିଧା ରହିଛି, ଯେଉଁଥିରେ ମୋବାଇଲ୍ ସ୍କ୍ରିନ୍ ରେ ଚାଲୁଥିବା ସବୁକିଛି ରେକର୍ଡିଂଗ୍ କରିହେବ ଏବଂ ଗୋଟିଏ ଟଚ୍ ରେ ହିଁ ସ୍କ୍ରିନ୍ ସଟ୍ ନେଇହେବ ।

ଏହି ଫୋନ୍‌ରେ ରହିଥିବା ସ୍କ୍ରିନ୍ ରିଡର ଓ ଅନୁବାଦ ସୁବିଧା ଜରିଆରେ ଗୁଗୁଲ୍ ଟ୍ରାନ୍ସଲେସନ୍ ସେବା ଉପଲବ୍ଧ ରହିଥିବା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ ସୁବିଧା ମିଳିବ ।

ଜିଓଫୋନ୍ ନେକ୍ସଟ୍‌ରେ ଡ୍ରପ୍ ଡାଉନ୍ ନୋଟିଫିକେସନ୍ ପ୍ୟାନେଲ୍ ରହିଛି ଯେଉଁଥିରେ ଷ୍ଟୋରେଜ୍‌କୁ ଦେଖିବାର ସୁବିଧା ରହିଛି । ଏହି ପ୍ୟାନେଲ୍‌ରେ ରହିଛି ଫୋକସ୍ ମୋଡ୍‌, ଇନଭର୍ଟ କଲର, ସ୍କ୍ରିନ୍ ରେକର୍ଡ ଓ ଷ୍ଟୋରେଜ୍ ବିକଳ୍ପ । ଫୋକସ୍ ମୋଡ୍ ଜରିଆରେ ଆପଣ ନିଜ କାମ ଉପରେ ଫୋକସ୍ କରିବାକୁ କିଛି ନିର୍ଦିଷ୍ଟ ଆପ୍‌କୁ ଚାହିଁଲେ ପଜ୍‌୍ କରିପାରିବେ, ଯାହାଦ୍ୱାରା ଏଥିରୁ ଆସୁଥିବା ନୋଟିଫିକେସନ୍ ସେହି ସମୟ ପାଇଁ ବନ୍ଦ ରହିବ । ଏଥିରେ ରହିଥିବା ବେଡଟାଇମ୍ ମୋଡ୍‌ରେ ଆପଣ ଶୋଇବା ସମୟ ଓ ସ୍କ୍ରିନ୍ ଟାଇମ୍ କୁ ନିରୀକ୍ଷଣ କରିପାରିବେ ।

ଜିଓଫୋନ୍ ନେକ୍ସଟ୍‌ରେ ଥିବା ଗୁଗୁଲ୍ ଗୋରେ ଆପଣଙ୍କୁ ସବୁ ପ୍ରକାର ସୁବିଧା ଯଥା ଅନୁସନ୍ଧାନ, ଅନୁବାଦ, ଇମେଜ, ଜିଆଇଏଫ୍ ଆଦି ଫିଚର୍ ଗୋଟିଏ ସ୍ଥାନରେ ମିଳିବ । ଏହି ଫୋନ୍‌ରେ ଓଟିଜି ସପୋର୍ଟ ମଧ୍ୟ ରହିଛି ଯାହା ଜରିଆରେ ଫୋନ୍‌ରେ ଓଟିଜି ପେନ୍‌ଡ୍ରାଇଭ୍ ଲଗାଇ ବ୍ୟବହାର କରିହେବ । ଏହାଦ୍ୱାରା ଫୋନ୍ ର ଷ୍ଟୋରେଜ୍ ପରିଚାଳନା ସହଜ ହୋଇପାରିବ ।

ଜିଓଫୋନ୍ ନେକ୍ସଟ୍‌ରେ ୫.୪୫ ଇଂଚ୍ ଏଚ୍‌ଡି ଡିସ୍‌ପ୍ଲେ ମଲ୍ଟି ଟଚ୍ ସ୍କ୍ରିନ୍‌, କର୍ଣ୍ଣିଂ ଗରିଲା ଗ୍ଲାସ୍ ଥ୍ରୀ, ଜିଓ ଓ ଗୁଗୁଲ୍‌ର ପ୍ରିଲୋଡେଡ୍ ଅପ୍‌ଟିମାଇଜ୍‌ଡ ଆପ୍ ସମୂହ, ପ୍ରଗତି ଅପରେଟିଂ ସିଷ୍ଟମ୍‌, ସ୍ୱୟଂକ୍ରିୟ ସଫ୍‌ଟଓୟାର ଓ ସିକ୍ୟୁରିଟି ଅପ୍‌ଡେଟ୍‌, ଆଂଟି ଫିଙ୍ଗରପ୍ରିଂଟ୍ କୋଟିଂ, ୧୩ ମେଗାପିକ୍‌ସେଲ୍ ପଛ କ୍ୟାମେରା, ୮ ମେଗା ପିକ୍‌ସେଲ୍ ସାମ୍ନା ସେଲ୍ଫି କ୍ୟାମେରା, ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ କ୍ୟୁଏମ୍ ୨୧୫ ପ୍ରୋସେସର, ୨ ଜିବି ରାମ୍‌, ୩୨ ଜିବି ରମ୍ (ଇଂଟର୍ନାଲ୍ ମେମୋରି), ୫୧୨ ଜିବି ପର୍ଯ୍ୟନ୍ତ ମେମୋରି ସମ୍ପ୍ରସାରଣ ସୁବିଧା ରହିଥିବା ସ୍ୱତନ୍ତ୍ର ସ୍ଥାନ, ବ୍ଲୁ ଟୁଥ୍‌, ୱାଇ-ଫାଇ, ହଟ୍ ସ୍ପଟ୍ଳ, ଓଟିଜି ସପୋର୍ଟ, ଜି-ସେନ୍‌ସର, ଲାଇଟ୍ ସେନ୍‌ସର୍ ଓ ପ୍ରକ୍ସିମିଟି ସେନ୍‌ସର୍ ଭଳି ସୁବିଧା ମିଳିବ । ଜିଓ ଓ ଗୁଗୁଲ୍ ନିଜର ପ୍ରି ଲୋଡେଡ୍ ଆପ୍‌ଗୁଡ଼ିକୁ ଅପ୍ଟିମାଇଜ୍ କରିଛନ୍ତି ଯଦ୍ୱାରା ଜିଓଫୋନ୍ ନେକ୍ସଟ୍‌ର ପ୍ରଦର୍ଶନ ବହୁତ ଭଲ ରହିବ ।

ଗ୍ରାହକମାନେ ଜିଓଫୋନ୍ ନେକ୍ସଟ୍‌କୁ ମାତ୍ର ୧୯୯୯ ଟଙ୍କାର ଡାଉନ୍‌ପେମେଂଟ୍ ଦେଇ ନିଜର କରିପାରିବେ ଏବଂ ବଳକା ରାଶିକୁ ନିଜ ସୁବିଧା ଅନୁସାରେ ୧୮ କିମ୍ବା ୨୪ ମାସରେ ୩୦୦ ରୁ ୬୦୦ ଟଙ୍କାର ସହଜ କିସ୍ତି (ଇଏମ୍‌ଆଇ) ରିଚାର୍ଜ ଜରିଆରେ ଦେଇପାରିବେ । ବିନା କିସ୍ତିରେ ସିଧାସଳଖ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓଫୋନ୍ ନେକ୍ସଟ୍ ର ମୂଲ୍ୟ ୬୪୯୯ ଟଙ୍କା ରହିଛି ।


Share It

Comments are closed.