ପ୍ରଥମଥର ପାଇଁ ବିଶ୍ୱକପ ବିଜେତା ଟିମ ଉପରେ ହେବ ଧନ ବର୍ଷା, ଜାଣନ୍ତୁ କେମିତି


୩୦ ମଇରୁ ଇଂଲଣ୍ଡରେ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆଇସିସି ପକ୍ଷରୁ ୨୦୧୯ କ୍ରିକେଟ ବିଶ୍ୱକପ ବିଜେତା ଟିମକୁ ୨୮ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଟୁର୍ଣ୍ଣାମେଣ୍ଟ ବିଜେତା ଟିମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଉଥିବା ପୁରଷ୍କାର ରାଶି ମଧ୍ୟରୁ ଏହା ହେଉଛି ସବୁଠାରୁ ଅଧିକ ।
ଆଇସିସି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ହାରିବା ଦଳକୁ ୧୪ କୋଟି ଏବଂ ସେମି ଫାଇନାଲରେ ହାରିବା ଟିମକୁ ୫.୬୦ କୋଟି ପୁରସ୍କାର ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।
କେବଳ ଏତିକି ନୁହେଁ ଟୁର୍ଣ୍ଣାମେଣ୍ଟରେ ଲିଗ ସ୍ତରରେ ବିଜୟୀ ଟିମକୁ ମଧ୍ୟ ପୁରଷ୍କାର ରାଶି ମିଳିବାର ବ୍ୟବସ୍ଥା ରହିଛି । ଲିଗ ସ୍ତରରେ ବିଜୟୀ ପ୍ରତ୍ୟେକ ଟିମକୁ ୨୮ ଲକ୍ଷ ଟଙ୍କା ମିଳିବାର ବ୍ୟବସ୍ଥା ରହିଥିବାବେଳେ କ୍ରମଶଃ ଲିଗରୁ ବିଜୟ ହୋଇ ଆଗକୁ ଅଗ୍ରସର ହେଉଥିବା ଟିମକୁ ୭୦ ଲକ୍ଷ ଟଙ୍କା ପୁରଷ୍କାର ରାଶି ମିଳିବାର ବ୍ୟବସ୍ଥା ରହିଛି । ପ୍ରକାଶ ଥାଉକି ବିଶ୍ୱକପର ପାଇନାଲ ଇଂଲଣ୍ଡର ଲର୍ଡସରେ ଖେଳାଯିବାର ବ୍ୟବସ୍ଥା ରହିଛି ।


Share It

Comments are closed.