ହୋଣ୍ଡାର 2018 ଗୋଲ୍ଡ ଓ୍ୱିଙ୍ଗର ଡେଲିଭରି ଅାରମ୍ଭ


ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଅାଣ୍ଡ୍ ସ୍କୁଟର ଇଣ୍ଡିଅା ଲିମିଟେଡ୍ ପକ୍ଷରୁ 2018 ଗୋଲ୍ଡ ଓ୍ୱିଙ୍ଗ୍ର ଡେଲିଭରି ଅାରମ୍ଭ କରାଯାଇଛି ରାଜସ୍ଥାନର ଜୟପୁରଠାରେ ଅାୟୋଜିତ ଏକ ମେଗା କାର୍ଯ୍ୟକ୍ରମରେ ଏହି ଟୁରର୍ ବାଇକ୍ର ଡେଲିଭରି ଅାରମ୍ଭ ହୋଇଛି 2018 ଅଟୋ ଏକ୍ସପୋରେ ଏହାକୁ ଉନ୍ମୋଚନ କରାଯାଇଥିଲା
ଏଥିରେ ରହିଛି 6-ସିଲିଣ୍ଡର ବିଶିଷ୍ଟ ଇିନ, 7 ସ୍ପିଡ୍ ଡୁଅାଲ୍ କ୍ଲଚ୍ ଟ୍ରାନ୍ସମିସନ୍ ଓ ହୋଣ୍ଡାର ଏହା ପ୍ରଥମ ଗାଡ଼ି ଯେଉଁଥିରେ ଡବଲ୍ ଓ୍ୱିସ୍ ବୋନ୍ ସାମ୍ନା ସସ୍ପେନ୍ସନ୍ ରହିଛି
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଅାଣ୍ଡ୍ ସ୍କୁଟର ଇଣ୍ଡିଅା ପ୍ରାଇଭେଟ୍ ଲିମିଟେଡ୍ର ବିକ୍ରି ଓ ମାର୍କେଟିଂ ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଅା  କହିଲେ, ‘ହୋଣ୍ଡା 2ହ୍ବିଲର୍ସ ଇଣ୍ଡିଅା ଅଟୋ ଏକ୍ସପୋ ପାଭିଲିଅନ୍ରେ 2018 ଗୋଲ୍ଡ ଓ୍ୱିଙ୍ଗ୍ ଥିଲା ସୋସ୍ ଟପର୍ ଜବରଦସ୍ତ ସମର୍ଥନ ଓ 35ରୁ ଅଧିକ ବୁକିଙ୍ଗ ହାସଲ କରିବା ପରେ, ଅାମେ ଗୋଲ୍ଡ ଓ୍ୱିଙ୍ଗ୍ର ଡେଲିଭରି ବିଷୟରେ ଘୋଷଣା କରୁଛୁ ଏହି ବୈପ୍ଳବିକ ମଡେଲ୍ରେ ଅାପଲ୍ କାର୍ ପ୍ଲେ ବୈଶିଷ୍ଟ୍ୟ ରହିଛି ଯାହା ବିଶ୍ୱର ଯେକୌଣସି ମୋଟରସାଇକଲ୍ରେ ପ୍ରଥମ ଓ ଯାହାକୁ 7 ଇଂଚ୍ର ଟିଏଫ୍ଟି ଡିସ୍ପ୍ଲେ ଜରିଅାରେ ହାସଲ କରାଯାଇପାରିବ’’
2018 ଗୋଲ୍ଡ ଓ୍ୱିଙ୍ଗ କାଣ୍ଡି ଅାର୍ଡେଂଟ୍ ରଙ୍ଗରେ ଉପଲବ୍ଧ ହେଉଥିବା ବେଳେ ଦିଲ୍ଳୀରେ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ 26.85 ଲକ୍ଷ ଟଙ୍କା ରହିଛି
ଏଥିରେ ଥ୍ରଟଲ୍ ବାଏ ଓୟାର ଜରିଅାରେ କ୍ରୁଜ୍ କଂଟ୍ରୋଲ୍, ଫୁଲ୍ ଏଲଇଡି ଲାଇଟ୍, ଅଟୋ-କ୍ୟାନ୍ସେଲିଂ ଇଣ୍ଡିକେଟର୍ ଓ ସ୍ମାର୍ଟ କି କଂଟ୍ରୋଲ୍ ଭଳି ସୁବିଧା ରହିଛି


Share It

Comments are closed.