ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ପକ୍ଷରୁ ‘ପଣ୍ଡସ୍ ଏବଂ ଡୋଭ୍ ରଜ ଉତ୍ସବ-୨୦୧୮‘ ପାଳିତ


ଭାରତ ଅଗ୍ରଣୀ ପର୍ସନାଲ କେୟାର ବ୍ରାଣ୍ଡ୍ ପଣ୍ଡସ୍ ଏବଂ ଡୋଭ୍ ପକ୍ଷରୁ ୨୦୧୮ ଜୁନ୍ ୧୬ରେ ଭୁବନେଶ୍ୱରରେ ରଜ ଉତ୍ସବ ପାଳନ ପାଇଁ ଏକ ଅନନ୍ୟ ପ୍ରୟାସ କରାଯାଇଛି ଏହି ଅବସରରେ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ଓଡ଼ିଶା ତଥା ଝାଡ଼ଖଣ୍ଡର କୁ୍ୟମର କ୍ଲଷ୍ଟର ମୁଖ୍ୟ ଶ୍ରୀ ବିକ୍ରାନ୍ତିସିନ୍ଧେ ପ୍ରମୁଖ ଉପସ୍ଥିତ ଥିଲେ

ଏହି ଅବସରରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ଓଡ଼ିଶା ତଥା ଝାଡ଼ଖଣ୍ଡର କୁ୍ୟମର କ୍ଲଷ୍ଟର ମୁଖ୍ୟ ଶ୍ରୀ ବିକ୍ରାନ୍ତ ସିନ୍ଧେ କହିଲେ, ପଣ୍ଡସ୍ ଏବଂ ଡୋଭ୍ ପକ୍ଷରୁ ଏକ ଅନନ୍ୟ ପ୍ରୟାସ ଅନ୍ତର୍ଗତ ରଜ ଅବସରରେ ମହିଳାଙ୍କ ଉପଯୋଗୀ ଏହି କାର୍ଯ୍ୟକ୍ରମର ଅାୟୋଜନ କରାଯାଇଛି ଏହି କାର୍ଯ୍ୟକ୍ରମରେ ସେମାନଙ୍କର ପର୍ସନାଲ ଯତ୍ନ ପାଇଁ ଉପଯୁକ୍ତ ସଚେତନତା ଲାଗି ଅାବଶ୍ୟକ ଶିକ୍ଷା ପ୍ରଦାନ କରାଯିବ ଉଜ୍ଜ୍ୱଳ ତ୍ୱଚା ଏବଂ କେଶ ପାଇଁ ଫେସ୍ଓ୍ୱାସ୍ ଏବଂ କଣ୍ଡିସନର୍ ଉପଯୋଗୀତା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ

ବର୍ଷାଋତୁ ଅାରମ୍ଭରେ ୪ ଦିନିଅା ରଜ ଉତ୍ସବ ପାଳିତ ହୋଇଥାଏ ଓଡ଼ିଶାରେ ଏହିଋତୁଠାରୁ ଫସଲ ବିହନ ବୁଣାବୁଣି କାର୍ଯ୍ୟ ଅାରମ୍ଭ ହୋଇଥାଏ ଏହି ସମୟରେ ପ୍ରଭୁ ଶ୍ରୀବିଷ୍ଣୁଙ୍କର ପତ୍ନୀ ମାଟି ମା’ ରଜସ୍ବଳା ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ତେଣୁ ମହିଳାମାନଙ୍କୁ ଏହି ତିନି ଦିନ ସମସ୍ତ ଘରକାମରୁ ଛୁଟି ମିଳିଥାଏ ଝିଅମାନେ ପାରମ୍ପରିକ ଶାଢ଼ି ପିନ୍ଧିବା ସହିତ ପାଦରେ ଅଳତା ପିନ୍ଧିଥାନ୍ତି

ଏହି କାର୍ଯ୍ୟକ୍ରମ ଦର୍ଶକମାନଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ହାସଲ କରିଥିବାବେଳେ ୨୦୧୮ ଜୁନ୍ ୧୪ ତାରିଖଠାରୁ ଜୁନ୍ ୧୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହାର ପୋଷ୍ଟଗୁଡ଼ିକ ଫେସବୁକ୍ ପେଜ୍ରେ ଅପଲୋଡ୍ ହୋଇଛି


Share It

Comments are closed.