ଚଳିତ ବର୍ଷ ଲକ୍ସ ପକ୍ଷରୁ ଏହାର ଉତ୍ସବର ତୃତୀୟ ସଂସ୍କରଣ ଘୋଷଣା କରାଯାଇଛି, ଯାହା କେବଳ ଶିଳ୍ପ ପାଇଁ ନୁହେଁ ବରଂ ସାରା ବିଶ୍ୱର ବିପୁଳ ସିନେପ୍ରେମୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ପରିଣତ ହୋଇଛି । ଏହି ଉତ୍ସବରେ ଦେଖାଯାଇଛି ଯେ, ହୃଦୟର ରାଜା-ଶାହରୁଖ ଖାନ୍ ତାଙ୍କୁ ଅନୁପ୍ରାଣିତ କରିଥିବା ବଲିଉଡ୍ର ମହିଳାମାନଙ୍କ ବିଷୟରେ ଆଲୋଚନା କରିିଛନ୍ତି ।
ଏହି ଆୱାର୍ଡଗୁଡ଼ିକ ଗ୍ରାଣ୍ଡ୍ ସିନେମା ରୂପେ ଘୋଷିତ ହୋଇଛି, ଯେଉଁଥିରେ ଶାହରୁଖ ଖାନ୍ ଲକ୍ସ ଦିବସରେ ସିନେମା ଶୈଳୀରେ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଶର୍ମିଳାଙ୍କଠାରୁ ଆରମ୍ଭ କରି କରିନା ଓ ଆଲିଆଙ୍କ ପର୍ଯ୍ୟନ୍ତ-କିଙ୍ଗ୍ ଖାନ ସେମାନଙ୍କ ଅନିନ୍ଦ୍ୟ ସୌନ୍ଦର୍ଯ୍ୟ ଓ ଦଶକ ଦଶକ ଧରି ସେମାନଙ୍କ ସୌନ୍ଦର୍ଯ୍ୟ ତତ୍ୱକୁ ନେଇ ବିମୋହିତ ହୋଇଥିଲେ । ଲକ୍ସ ଗୋଲ୍ଡେନ୍ ରୋଜ୍ ଆୱାର୍ଡ ଦିନକୁ ଦିନ ଦୃଢ଼ ହେବାରେ ଲାଗିଛି ଓ ଏହି ମଞ୍ଚରେ ଚଳିତ ବର୍ଷ ବିଶ୍ୱର ସର୍ବବୃହତ ଲିଙ୍ଗ ସମାନତା ଅଭିଯାନ-ଜାତିସଂଘର ହିଫର୍ସିକୁ ସମର୍ଥନ କରିଛି । ଚଳିତ ବର୍ଷ ଏହି ପୁରସ୍କାରର ସ୍ତର ଉଚ୍ଚ ହୋଇଛି, ଯାହାର ଲକ୍ଷ୍ୟ ହେଉଛି ସିନେମା ଜଗତର ପୁରୁଷ ସଦସ୍ୟମାନଙ୍କୁ ସେମାନଙ୍କ ମହିଳା ପ୍ରତିପକ୍ଷଙ୍କ ପ୍ରତି ସଂହତି ଜ୍ଞାପନ କରିବା ଓ ସେମାନଙ୍କ ଉପସ୍ଥିତି ଓ ଉଲ୍ଲେଖନୀୟ ଯୋଗଦାନକୁ ପାଳନ କରିବା । ଏହି ଉତ୍ସବ ଭାରତର ପ୍ରଥମ ସୌନ୍ଦର୍ଯ୍ୟ ସାବୁନ ଲକ୍ସ ଦ୍ୱାରା ଉପସ୍ଥାପିତ, ଯାହାର ୯୦ ବର୍ଷର ସୌନ୍ଦର୍ଯ୍ୟ ପରମ୍ପରା ରହିଛି । ଏହି ଉତ୍ସବର କାର୍ଯ୍ୟକ୍ରମ ହେଉଛି ବଲିଉଡ୍ର ବହୁ ପ୍ରତିକ୍ଷୀତ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ।
ଲକ୍ସ ଦିବସ ବିଷୟରେ ଆଲୋଚନା କରି ଶାହରୁଖ ଖାନ୍ କହିଛନ୍ତି ଯେ, “ସେଲୁଲଏଡ୍ ପରଦାରେ ମୁଁ ଅନେକ ମହିଳାଙ୍କୁ ମୋ ପ୍ରେମରେ ପାଗଳ କରିଛି, କିନ୍ତୁ ବାସ୍ତବରେ ମୁଁ ମହିଳାଙ୍କ ପ୍ରେମରେ ପାଗଳ ହୋଇଛି । ଲିଙ୍ଗ ସମାନତା କ୍ଷେତ୍ରରେ ମୁଁ ମୋର ଅଭିପ୍ରାୟ ସ୍ପଷ୍ଟ କରିଛି । ମୁଁ ଦୃଢ଼ ଭାବେ ବିଶ୍ୱାସ କରେ ଯେ ପ୍ରତିଭା ଅନୁଯାୟୀ ଦେୟ ମିଳିବା ଉଚିତ, ଲିଙ୍ଗ ଅନୁଯାୟୀ ନୁହେଁ । ଉଭୟ ଲିଙ୍ଗର ଭଲ ଓ ଖରାପ ଦିଗ ରହିଛି, ଯଦିଓ କାମକୁ ଅଧିକ ସୁନ୍ଦର କରୁଥିବା ମହିଳାଙ୍କୁ ମୁଁ ଭଲପାଏ ।’’ ଏହି ପୁରସ୍କାର ବିଷୟରେ ମନ୍ତବ୍ୟ ଦେଇ ପ୍ରବକ୍ତା କହିଛନ୍ତି ଯେ, “ଆକର୍ଷଣୀୟ ବଲିଉଡ୍ ଦିବସରେ ଆକର୍ଷଣୀୟ ଓ ମହିଳାଙ୍କ ପସନ୍ଦର ବ୍ୟକ୍ତି ଶାହରୁଖ ଖାନ୍ଙ୍କୁ ଆମ ସୋ’ର ପରିଚାଳକ ଭାବେ ଚୟନ କରି ଆମେ ବେଶ୍ ଆନନ୍ଦିତ । ଚିନ୍ତାଧାରା ହେଉଛି ଏକଜୁଟ ହେବା ଓ ଆବେଗ, ସାହସିକ ପସନ୍ଦ ଓ ବ୍ୟକ୍ତିତ୍ୱ ଅନୁଯାୟୀ ମହିଳାଙ୍କ ସୌନ୍ଦର୍ଯ୍ୟ ପ୍ରଦର୍ଶନକୁ ପାଳନ କରିବା । ଆମର ଲକ୍ସ ଦିବସ ହେଉଛି ସୌନ୍ଦର୍ଯ୍ୟର ଜ୍ୱଳନ୍ତ ଉଦାହରଣ ଓ ଏହି ତୃତୀୟ ସଂସ୍କରଣ ସହିତ ଆମେ ସେମାନଙ୍କ ସହିତ ଠିଆ ହୋଇ ଏହି ବିଶ୍ୱ ମଂଚରେ ସେମାନଙ୍କ ଉତ୍ସବ ପାଳନ କରୁଛୁ ।’’
Next Post
Comments are closed.