ଭାରତୀୟ ବଜାରରେ ପ୍ରବେଶ କଲା ସାଓମି ରେଡ଼ମି ନୋଟ୍ ୬ ପ୍ରୋ


ଭାରତର ୧ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ସାଓମି ଆଜି ଦେଶରେ ରେଡ଼ମି ନୋଟ୍ ୬ ପ୍ରୋର ଘୋଷଣା କରିଛି । ଏହା ଦୁଇ ଦିନର ବ୍ୟାଟେରୀ କାଳର ବୈଶିଷ୍ଟତା ପ୍ରଦାନ କରୁଛି, ଯାହା ପାଇଁ ରେଡ଼ମି ସ୍ମାର୍ଟଫୋନ୍ ଜଣାଶୁଣା ଅଟେ । ପ୍ରଥମ ଥର ପାଇଁ ଏହା ସେଗମେଣ୍ଟକୁ ଏଆଇ ପାୱାରଯୁକ୍ତ କ୍ୱାଡ଼-କ୍ୟାମେରା ଅନୁଭୂତି ଆଣୁଛି । ରେଡ଼ମି ନୋଟ୍ ୬ ପ୍ରୋ ରେଡ଼ମି ନୋଟ୍ ୫ ପ୍ରୋର ପରବର୍ତ୍ତୀ ପିଢ଼ି ଓ ଜୁଲାଇ ୨୦୧୮ର କାନାଲିସ୍ ରିପୋର୍ଟ ଅନୁଯାୟୀ ଏହା ହେଉଛି ଭାରତର ୧ ନମ୍ବର ଡୁଆଲ୍ କ୍ୟାମେରା ସ୍ମାର୍ଟଫୋନ୍ ।
ରେଡ଼ମି ନୋଟ୍ ୬ ପ୍ରୋ ଏକ ସମକାଳିନ ଆର୍କ ଡିଜାଇନ୍ ଓ ଉତ୍ତମ କାର୍ଯ୍ୟକ୍ଷମ କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୬୩୬ ଅକ୍ଟାକୋର୍ ପ୍ରୋସେସର୍ ପ୍ରଦାନ କରୁଛି । ଏହା ସାରଣୀରେ ଏକ ଏଆଇ ପାୱାର୍ଯୁକ୍ତ କ୍ୱାଡ଼ କ୍ୟାମେରା ସେଟ୍ ଅପ୍ ଓ କ୍ୱାଲକମ୍ କ୍ୱିକ୍ ଚାର୍ଜ ୩.୦ ପାଇଁ ଏହା ଦୁଇ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ରଖୁଥିବା ୪୦୦୦ ଏମ୍ଏଏଚ୍ ବ୍ୟାଟେରୀ ପ୍ରଦାନ କରୁଛି । ହାଇସ୍ପିଡ଼ ଏଲ୍ପିଡିଡିଆର୍୪ଏକ୍ସ ରାମ୍, ରେଡ଼ମି ନୋଟ୍ ୬ ପ୍ରୋକୁ ଶ୍ରୀଘ୍ର କାର୍ଯ୍ୟ ସକ୍ଷମତା ପ୍ରଦାନ କରୁଛି ।
ସମସ୍ତ ନୂତନ ସେଲ୍ଫି ଅନୁଭୂତି ପାଇଁ ରେଡ଼ମି ନୋଟ୍ ୬ ପ୍ରୋର ୨୦ଏମପି+୨ଏମପି ଏଆଇ ସାମନା ପାଖ ଡୁଆଲ୍ କ୍ୟାମେରା ବ୍ୟବହାରକାରୀଙ୍କୁ ଲାଇଭ୍ ପୋର୍ଟ୍ରେଟ ସହିତ ଉନ୍ନତ ମାନର ପୋର୍ଟ୍ରେଟ୍ ଫଟୋ ଉତ୍ତଳନ କରିବାକୁ ଅନୁମତି ପ୍ରଦାନ କରୁଛି । ୧୨ଏମ୍ପି+୫ଏମ୍ପି ଏଆଇ ଡୁଆଲ୍ ରିୟର୍ କ୍ୟାମରୋ ସ୍ପଷ୍ଟ ଭାବରେ ବୃହତ ୧.୪ ମ୍ୟୁଏମ୍ ପିକ୍ସେଲ୍ ଫଳାଫଳ ପ୍ରଦାନ କରୁଛି ଏବଂ କମ୍ ଆଲୋକରେ ମଧ୍ୟ ଏହା ଫଟୋ ଉତ୍ତୋଳନ କରିବାରେ ସକ୍ଷମ ହେଉଛି । ସାଓମିର ନୂତନ ଏଆଇ ପୋର୍ଟ୍ରେଟ୍ ମୋଡ଼ ୨.୦ ସହିତ ଉଭୟ ଫ୍ରଣ୍ଟ ଓ ରିୟର୍ କ୍ୟାମେରାରେ ପୋର୍ଟ୍ରେଟ୍ ମୋଡ଼, ରେଡ଼ମି ନୋଟ୍ ୬ ପ୍ରୋକୁ ବାସ୍ତବରେ ଏକ କ୍ୱାଡ଼ କ୍ୟାମେରା ଚମତ୍କାରିତା ପ୍ରଦାନ କରୁଛି । ନୂତନ ଓ ପୁନଃ ପ୍ରାପ୍ତ କରାଯାଇଥିବା ଏଆଇ ପୋର୍ଟ୍ରେଟ୍ ମୋଡ଼ ୨.୦ ବ୍ୟବହାରକାରୀଙ୍କୁ ଆକର୍ଷଣୀୟ ବୁକେ ଇଫେକ୍ଟକୁ କାର୍ଯ୍ୟକାରୀ କରିବାକୁ ଅନୁମତି ପ୍ରଦାନ କରୁଛି, ଯାହା ସେମାନଙ୍କ ଫଟୋରେ ଲାଇଟ୍ ଟ୍ରେଲ୍ସ ଏବଂ ଏନ୍କ୍ରେଡିବୁଲ୍ ଷ୍ଟୁଡିଓ ଲାଇଟିଂ ଭଳି ଇଫେକ୍ଟଗୁଡ଼ିକୁ ସଂଯୋଗ କରୁଛି ।
ରେଡ଼ମି ନୋଟ୍ ୬ ପ୍ରୋ ବ୍ଲାକ୍, ରିଜ୍ ଗୋଲ୍ଡ, ବ୍ଲୁ ଏବଂ ରେଡ଼ ରଙ୍ଗରେ ୪ଜିବି+୬୪ଜିବି ଓ ୬ଜିବି+୬୪ଜିବି ଭ୍ୟାରିଆଣ୍ଟ ସହ ଆସୁଛି । ରେଡ଼ମି ନୋଟ୍ ୬ ପ୍ରୋ ୪ଜିବି+୬୪ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା ଓ ୬ଜିବି+୬୪ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୧୫,୯୯୯ ଟଙ୍କା ରଖାଯାଇଛି ।
ରେଡ଼ମି ନୋଟ୍ ୬ ପ୍ରୋ ଏମ୍ଆଇ.କମ୍, ଫ୍ଲିପ୍କାର୍ଟ ଓ ଏମ୍ଆଇ ହୋମ୍ରେ ୨୩ ନଭେମ୍ବର ୨୦୧୮ ମଧ୍ୟାହ୍ନ ୧୨ଟା ପରେ ଶୁଭାରମ୍ଭର ଗୋଟିଏ ଦିନ ପରେ ଅତୀତରୁ ପ୍ରଥମ ଥର ପାଇଁ ବ୍ଲାକ୍ ଫ୍ରାଇଡେ ସେଲ୍ ମଧ୍ୟକୁ ପ୍ରବେଶ କରୁଛି । ଏଥିରେ ଏହାର ୪ଜିବି+୬୪ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୧୨,୯୯୯ ଟଙ୍କା ଓ ୬ଜିବି+୬୪ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ରଖାଯାଇଛି । ୨୩ ନଭେମ୍ବରରେ ଅତିରିକ୍ତ ସର୍ପ୍ରାଇଜ୍ ସେଲ୍ ଉପଲବ୍ଧ ହେଉଛି ଓ ଏହାର ସମ୍ପୂର୍ଣ୍ଣ ସୂଚନା ସେହି ଦିନ ମଧ୍ୟାହ୍ନ ୧୨ଟାରେ ପ୍ରଦାନ କରାଯାଉଛି ।
ରେଡ଼ମି ନୋଟ୍ ୬ ପ୍ରୋର ଉଭୟ ଭ୍ୟାରିଆଣ୍ଟ କେବଳ ଏଚ୍ଡିଏଫ୍ସି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଯୋଗେ ୫୦୦ ଟଙ୍କାର ରିହାତି ପାଇଁ ଯୋଗ୍ୟତା ହାସଲ କରୁଛି ଏବଂ କେବଳ ବ୍ଲାକ୍ ଫ୍ରାଇଡେ ସେଲ୍ରେ ଇଏମ୍ଆଇ ଉପଲବ୍ଧ ହେଉଛି । ରିଲାଏନ୍ସ ଜିଓ ୨,୪୦୦ ଟଙ୍କାର କ୍ୟାସ୍ବ୍ୟାକ୍ ଓ ୬ ଟିବି ପର୍ଯ୍ୟନ୍ତ ଜିଓ ୪ଜି ଡାଟା ପ୍ରଦାନ କରୁଛି ।


Share It

Comments are closed.