ଭାରତରେ ରାଡିସନ୍ କଲେକ୍ସନ ଓ ରାଡିସନ୍ ରେଡ୍‌ର ଅଭିବୃଦ୍ଧି ପାଇଁ ରାଡିସନ୍ ହୋଟେଲ୍ ଗ୍ରୁପ୍ ଓ ଏମ୍‌ବିଡି ଗ୍ରୁପ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା

Share It

ଭୁବନେଶ୍ୱର: ରାଡିସନ୍ ହୋଟେଲ୍ ଗ୍ରୁପ୍‌ର ବିଳାସପୂର୍ଣ୍ଣ ଓ ଜୀବନଶୈଳୀ ବ୍ରାଣ୍ଡ୍ ରାଡିସନ୍ କଲେକ୍ସନ ଓ ରାଡିସନ୍ ରେଡ୍‌ର ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ରାଡିସନ୍ ହୋଟେଲ୍ ଗ୍ରୁପ୍ (ଆର୍‌ଏଚ୍‌ଜି) ଓ ଏମ୍‌ବିଡି ଗ୍ରୁପ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଘୋଷଣା ହୋଇଛି। ଆର୍‌ଏଚ୍‌ଜିର ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ପ୍ଲାଟଫର୍ମ ଓ ଏମ୍‌ବିଡି ଗ୍ରୁପ୍‌ର ବିକାଶ ଓ ପରିଚାଳନା ଉତ୍କର୍ଷକୁ ମିଶାଇ ଏହି ସହଯୋଗିତା ଦେଶରେ ବିଳାସପୂର୍ଣ୍ଣ ଆତିଥେୟତାକୁ ଆଗକୁ ବଢ଼ାଇବ ଏବଂ ବିଭିନ୍ନ ମାଧ୍ୟମ ଓ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଜରିଆରେ ବ୍ରାଣ୍ଡ୍‌ର ଅଭିବୃଦ୍ଧି କରିବାରେ ସହାୟକ ହେବ।
ଏହି ସହଯୋଗିତାରେ ରାଡିସନ କଲେକ୍ସନ ଓ ରାଡିସନ୍ ରେଡ୍‌ର ବିକାଶକୁ ଏମ୍‌ବିଡି ଗ୍ରୁପ୍ ସମର୍ଥନ କରିବ। ଆରଏଚ୍‌ଜିର ସ୍ୱାଧୀନ ବିକାଶ ଅଭିଯାନ ଓ ବ୍ୟାପକ ସହଯୋଗୀ ନେଟ୍‌ୱାର୍କ ସମେତ ଏମ୍‌ବିଡି ଗ୍ରୁପ୍ ପକ୍ଷରୁ ଉଭୟ ବ୍ରାଣ୍ଡ୍‌ର ବ୍ୟବସାୟ ବିକାଶ, ପରିଚାଳନା ଓ ଫ୍ରାଂଚାଇଜି କାର‌୍ୟ୍ୟର ତଦାରଖ କରାଯିବ।
ଏହି ସହଯୋଗିତା ଅଧୀନରେ ରାଡିସନ୍ ବ୍ଲୁ ଏମ୍‌ବିଡି ନୋଏଡାକୁ ରାଡିସନ୍ କଲେକ୍ସନ ଏମ୍‌ବିଡିରେ ରୂପାନ୍ତରୀତ କରାଯିବ। ଏହା ହେଉଛି ଆର୍‌ଏଚ୍‌ଜିର ଅନ୍ୟତମ ପ୍ରମୁଖ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ପଂଚ ତାରକା ହୋଟେଲ୍‌। ଏହା ଜରିଆରେ ଆର୍‌ଏଚ୍‌ଜି ଭାରତରେ ଏହାର ବିଳାସପୂର୍ଣ୍ଣ ପୋର୍ଟଫୋଲିଓକୁ ସୁଦୃଢ଼ କରିବାକୁ ଚାହୁଁଛି।
ଏହି ସହଯୋଗିତା ସମ୍ପର୍କରେ ରାଡିସନ୍ ହୋଟେଲ୍ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଓ ଦକ୍ଷିଣ ଏସିଆର ମୁଖ୍ୟ ପରିଚାଳନା ଅଧିକାରୀ ନିଖିଲ ଶର୍ମା କହିଛନ୍ତି ଯେ, “ସମସାମୟିକ, ଡିଜାଇନ ଆଧାରିତ ଜୀବନଶୈଳୀ ଅନୁଭୂତି ବଢ଼ୁଥିବାରୁ ଭାରତର ପ୍ରିମିୟମ ଆତିଥେୟତା ବଜାରରେ ଦୃଢ଼ ଅଭିବୃଦ୍ଧି ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଆମକୁ ଭାରତର ପ୍ରମୁଖ ବଜାରରେ ରାଡିସନ୍ କଲେକ୍ସନ ଓ ରାଡିସନ୍ ରେଡ୍‌କୁ ସମ୍ପ୍ରସାରଣ କରିବା ଓ ବିକାଶମୂଳକ କାର‌୍ୟ୍ୟକୁ ବ୍ୟାପକ କରିବାରେ ସହାୟକ ହେବ। ଏମ୍‌ବିଡି ଗ୍ରୁପ୍ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଡିସନ୍ ହୋଟେଲ୍ ଗ୍ରୁପ୍‌ର ବିଶ୍ୱସନୀୟ ସହଯୋଗୀ ହୋଇରହିଛି। ମିଳିତ ଭାବେ ଆମେ ଏହି ବ୍ରାଣ୍ଡ୍‌କୁ ବ୍ୟାପକ କରିବୁ ଏବଂ ଉତ୍କୃଷ୍ଟ ହୋଟେଲ୍ ସୃଷ୍ଟି କରିବୁ ଯାହା ଅତିଥିଙ୍କ ଆଶାକୁ ପୂରଣ କରିବ ଏବଂ ଭାରତ ପ୍ରତିି ଆମ ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ସୁଦୃଢ଼ କରିବ।”
ରାଡିସନ୍ ହୋଟେଲ୍ ଗ୍ରୁପ୍‌ର ବରିଷ୍ଠ ନିର୍ଦ୍ଦେଶକ-ବିକାଶ ଦେବାଶିଷ ଶ୍ରୀବାସ୍ତବ କହିଛନ୍ତି ଯେ, “ଏହି ସହଯୋଗିତା ଭାରତର ପ୍ରିମିୟମ ଆତିଥେୟତା କ୍ଷେତ୍ରରେ ଆମ ବିକାଶ ଧାରାକୁ ସମର୍ଥନ କରିବ। ଆମ ବିକାଶ ଉଦ୍ୟମ ସହିତ ଏମବିଡି ଟିମ୍‌ର ସହାୟତା ଆମକୁ ଦୃଢ଼ ଅଭିବୃଦ୍ଧି ଦକ୍ଷତାରେ ଉଚ୍ଚ ସୁଯୋଗ ସନ୍ଧାନ କରିବାରେ ସହାୟକ ହେବ। ଉତ୍ତମ ସଂପତ୍ତି ଉପରେ ଗୁରୁତ୍ୱ ଦେଇ ଆମେ ଲୋକପ୍ରିୟ ହେବା ପାଇଁ ଭଲ ସ୍ଥିତିରେ ରହିବୁ ଏବଂ ଦୀର୍ଘକାଳୀନ ବ୍ରାଣ୍ଡ୍ ମୂଲ୍ୟ ବଜାୟ ରଖିବୁ।”
ଏମ୍‌ବିଡି ଗ୍ରୁପ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୋନିକା ମଲହୋତ୍ରା କାନ୍ଧାରୀ କହିଛନ୍ତି ଯେ, “ଏମବିଡିର ଆତିଥେୟତା ଯାତ୍ରାରେଏହି ସହଯୋଗିତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ। ସହଯୋଗିତାର ପ୍ରଥମ ଦଶନ୍ଧିରେ ଆସେଟ ଲାଇଟ୍ ମଡେଲ୍ ଜରିଆରେ ୫୦ କୋ-ବ୍ରାଣ୍ଡେଡ ରାଡିସନ କଲେକ୍ସନ ଏମବିଡି ଓ ରାଡିସନ ରେଡ ଏମବିଡି ହୋଟେଲ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏମବିଡିର ସଂପତି ବୁକ ୨୫ ପ୍ରତିଶତ ରହିଛି। ରାଡିସନ କଲେକ୍ସନ ଏମବିଡି ବିଳାସକୁ ଏବଂ ରାଡିସନ ରେଡ ଜୀବନଶୈଳୀ କ୍ଷେତ୍ରକୁ ଉପସ୍ଥାପନ କରି ଦ୍ରୁତ ଗତିରେ ଆଗକୁ ବଢ଼ିବ। ସର୍ବଭାରତୀୟ ବ୍ରାଣ୍ଡ ଉପସ୍ଥିତି, ପରିଚାଳନା ଉତ୍କର୍ଷ ଓ ଦେଶର ସମସ୍ତ ରାଡିସନ ହୋଟେଲମଧ୍ୟରେ ଏକ ନମ୍ବର ନେତୃତ୍ୱ ପ୍ରଦର୍ଶନକୁ ଏମବିଡି ବ୍ୟବହାର କରିବ।”
“ଯୋଜନା ଅନୁସାରେ ପୋର୍ଟଫୋଲିଓର ୮୦% ହେବ ପରିଚାଳିତ ଓ ଫ୍ରାଂଚାଇଜି ହୋଟେଲ ଏବଂ ୨୦% ନିଜସ୍ୱ ମାଲିକାନର ହୋଟେଲ୍ ଯାହା ବ୍ୟାପକତା, ସଂପତ୍ତି ସମ୍ପ୍ରସାରଣରେ ମିଳିତ ଗୁରୁତ୍ୱକୁ ଦର୍ଶାଉଛି। ଏହି ସହଯୋଗିତା ରାଡିସନ ହୋଟେଲ୍ ଗ୍ରୁପ୍‌ର ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ଦୃଢ଼ତା ଓ ଏମ୍‌ବିଡି ଗ୍ରୁପ୍‌ର ସ୍ଥାନୀୟ ବଜାର ଉପରେ ଜ୍ଞାନ ଓ ପରିଚାଳନା ଉତ୍କର୍ଷକୁ ମିଶାଇ ଉଚ୍ଚ ମାନର ବିଳାସ ଓ ଡିଜାଇନ ଆଧାରିତ ଜୀବନଶୈଳୀ ଆତିଥେୟତାର ବଢ଼ୁଥିବା ଚାହିଦାକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି।”
ଏମ୍‌ବିଡି ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ସୋନିକା ମଲହୋତ୍ରା କନ୍ଧାରୀ କହିଛନ୍ତି ଯେ, “ଆଜିର ଦିନରେ ବିଳାସର ଅର୍ଥ ହେଉଛି ସୌନ୍ଦର‌୍ୟ୍ୟରେ ଉନ୍ନତି ଓ ତଲ୍ଲୀନ ଅନୁଭୂତି। ଏମବିଡିରେ ଆମ ପ୍ରକଳ୍ପ ଡିଜାଇନ ଓ ପରିଚାଳନା ବିଶେଷତାକୁ ନେଇ ଆମେ ଉତ୍କର୍ଷ ଡିଜାଇନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଅତିଥିଙ୍କ ଅନୁଭୂତିରେ ଉନ୍ନତି ଆଣିବ। ରାଡିସନ କଲେକ୍ସନ ଏମବିଡି ଅସୀମ, ମୌଳିକ ଓ ଉନ୍ନତ ବିଳାସ ଏବଂ ରାଡିସନ ରେଡ ଏମବିଡି ଶକ୍ତିଶାଳୀ, କୌତୁକିଆ ଓ ସାମାଜିକ ଭାବେ ଡିଜାଇନକୁ ପ୍ରତିଫଳିତ କରିବ। ଏମବିଡିର ସାଂସ୍କୃତିକ ବ୍ୟାଖ୍ୟା ଭାରତରେ ବିଳାସ ଓ ଜୀବନଶୈଳୀ ଆତିଥେୟତାକୁ ବଦଳାଇବ। ଶିକ୍ଷା ହେଉ କିମ୍ବା ଆତିଥେୟତା ଏମବିଡି ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ କରିଛି ଏବଂ ଏହି ସହଯୋଗିତାରେ ଆମେ ଭାରତୀୟ ମୂଳ ସହ ବିଶ୍ୱସ୍ତରୀୟ ସମ୍ମେଳନକୁ ନେଇ ଏକ ଅଗ୍ରଣୀ ବିଳାସ ଓ ଜୀବନଶୈଳୀ ବ୍ରାଣ୍ଡ ହେବାକୁ ଲକ୍ଷ୍ୟ ରଖିଛୁ।”
ଏମବିଡି ଗ୍ରୁପ୍‌ର ଅଧ୍ୟକ୍ଷ ସତୀଶ ବାଲା ମାଲହୋତ୍ରା କହିଛନ୍ତି ଯେ, “ଆରଏଚଜି ସହିତ ଆମ ସହଯୋଗିତା ସର୍ବଦା ବିଶ୍ୱାସ ଓ ମିଳିତ ପ୍ରତିବଦ୍ଧତାର ମୁଳଦୁଆ ଉପରେ ଗଢ଼ା ହୋଇଛି। ଏହି ସମ୍ପ୍ରସାରିତ ସହଯୋଗିତା ଆମ ପ୍ରତିଷ୍ଠାତା ଶ୍ରୀ ଅଶୋକ କୁମାର ମାଲହୋତ୍ରାଙ୍କ ଦୂରଦୃଷ୍ଟିର ପରମ୍ପରା-ସଚ୍ଚୋଟତା ଓ ଉତ୍କର୍ଷ ଉପରେ ସଂସ୍ଥା ଗଠନ,ସଂସ୍କୃତି ଓ ମୂଲ୍ୟବୋଧ ସହ ସାଲିସ ବିନା ନେତୃତ୍ୱ ଉପସ୍ଥାପନ କରିବାକୁ ପ୍ରତିଫଳିତ କରୁଛି। ଭାରତୀୟ ଆତିଥେୟତା କ୍ଷେତ୍ରରେ ପ୍ରକୃତରେ ଅର୍ଥପୂର୍ଣ୍ଣ କାମ କରିବା ଏବଂ ଭାରତକୁ ସବୁଠୁ ପସନ୍ଦର ସ୍ଥାନରେ ପରିଣତ କରୁଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ।”


Share It

Comments are closed.