ଫେସବୁକରୁ ତଥ୍ୟ ଚୋରି ?


ଲକ୍ଷ ଲକ୍ଷ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହେବାର ଅଭିଯୋଗ ଆସିଛି । ବିଶ୍ୱର ବୃହତ ସୋସିଆଲ ମିଡିଆ ଫେସବୁକ ଆକାଉଣ୍ଟଧାରୀଙ୍କ ତଥ୍ୟ ଚୋରି ହେଉଛି । ଲଣ୍ଡନ ସ୍ଥିତ ଏକ ପଲିଟିକାଲ କନସଲଟିଂ କମ୍ପାନୀ କେମ୍ବ୍ରିଜ ଆନାଲିଟିକାଲ, ୨୦୧୬ରେ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଲୋକଙ୍କୁ ପ୍ରଭାବିତ କରିଥିଲା । ବର୍ତ୍ତମାନର ଏହି ତଥ୍ୟ ହ୍ୟାକ ହେବାର ମୁଖ୍ୟ କାରଣ ଭାରତ, ବ୍ରାଜିଲ ଏବଂ ବିଶ୍ୱର ଅନ୍ୟାନ୍ୟ ଦେଶର ନିର୍ବାଚନ ବୋଲି ମାର୍କ ଜୁକରବର୍ଗ ସିଏନଏନକୁ ଏକ ସାକ୍ଷାତକାରରେ କହିଛନ୍ତି ।

ସୂଚନା ଅନୁଯାଇ ଫେସବୁକରୁ ବ୍ୟକ୍ତିଗତ ଡାଟା ଚୋରି ସଙ୍ଗୀନ ଆରୋପ ଦିନକୁ ଦିନେ ବଢିବାରେ ଲାଗିଛି   । ଏଭଳି ପରିସ୍ଥିତିରେ ହ୍ୱାଟସଆପର ସଂସ୍ଥାପନା ବ୍ରାୟନ ଏକ୍ଟନଙ୍କ ଏକ ଟ୍ୱିଟ ମାମଲାକୁ ଆହୁରୀ ଅଧିକ ବଢାଇଦେଇଛି । ସେ ତାଙ୍କ ଟ୍ୱିଟ ମାଧ୍ୟମରେ ବିଶ୍ୱବାସୀଙ୍କୁ ଫେସବୁକ ଡିଲିଟ କରିବା ପାଇଁ ଅନୁରୋଧ କରିଛନ୍ତି । ହ୍ୱାଟ୍ସଆପକୁ ଏକ୍ଟନ ୨୦୧୪ ମସିହାରେ ୧୬ ମିଲିୟନ ଡଲାରରେ ଫେସବୁକକୁ ବିକ୍ରି କରିଦେଇଥଲେ । ଆରୋପ ଅନୁଯାଇ ୫ କୋଟି ଫେସବୁକ ବ୍ୟବହାରକାରୀଙ୍କ ଡାଟା ବ୍ରିଟିଶ କମ୍ପାନୀ କେମ୍ବ୍ରିଜ ଏଲନିଟିକା ୨୦୧୬ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରିଥିଲେ । ଟ୍ରମ୍ପଙ୍କ ଅଭିଯାନ ସମ୍ଭାଳୁଥିବା କେମ୍ବ୍ରିଜ ଏଲନିଟିକା କମ୍ପାନୀ ଫେସବୁକ ସହ ଜଡିତ ୫ କୋଟି ସଦସ୍ୟଙ୍କ ବ୍ୟକ୍ତିଗତ ତଥ୍ୟର ଦୁରୁପଯୋଗ୍ୟ କରିଥିଲା । ଏହା ସହ ଚ୍ନେକ୍ସିଟ ସନ୍ୱନ୍ଧୀୟ ସୂଚନାର ଦୁରୂପଯୋଗ ମାମଲାରେ ଫେସବୁକ ବିପକ୍ଷରେ ଯାଞ୍ଚକୁ ବଢାଇବା ପାଇଁ ସେ ଦାବି କରଛନ୍ତି । ଏହି ଖବର ଯୋଗୁଁ ୧୯ ତାରିଖରେ ଫେସବୁକର ଷ୍ଟୋକ ୬ ପ୍ରତିଶତ ତଳକୁ ଖସି ମାର୍କେଟ କ୍ୟାପ ପାଖାପାଖି ୨ ଲକ୍ଷ କୋଟି ଟଙ୍କା କମିଯାଇଛି ।
ଏହି ସମ୍ପର୍କରେ ଜୁକରବର୍ଗ କହିଛନ୍ତି ଯେ,ଫେସବୁକରେ ଆପଣଙ୍କ ତଥ୍ୟ ଗୋପନୀୟ ରଖିବା ଆମ୍ଭମାନଙ୍କର କର୍ତ୍ତବ୍ୟ । ଏହିପରି ହୋଇଥିବାରୁ ମୁଁ ଖୁବ ଦୁଃଖିତ । ଫେସବୁକରେ ଆସୁଥିବା ଆଡ ଗୁଡିକର ତଦନ୍ତ ପାଇଁ ଯୋଜନା କରାଯାଉଛି । ବ୍ୟବହାରକାରୀମାନେ ଏହା ଜାଣିବା ଆବଶ୍ୟକ ଯେ ସେମାନେ ଫେସବୁକରେ ଆଡର ମାଲିକାନା କାହା ପାଖରେ ରହିଛି ।


Share It

Comments are closed.