ଟାଟା ପାୱାର କ୍ଲାଇମେଟ୍ କ୍ରୁ ଆର୍ଥ ରନ୍ ସବୁଜ ପୃଥିବୀ ପାଇଁ ଭୁବନେଶ୍ୱରରେ ଏକାଠି ହେଲେ ୪,୦୦୦ରୁ ଅଧିକ ଲୋକ

Share It

ଭୁବନେଶ୍ୱର: ଟାଟା ପାୱାର ପକ୍ଷରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ‘ଟାଟା ପାୱାର କ୍ଲାଇମେଟ୍ କ୍ରୁ ଆର୍ଥ ରନ୍’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଜଳବାୟୁ ଦାୟିତ୍ୱବୋଧ ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪,୦୦୦ରୁ ଅଧିକ ପ୍ରତିଯୋଗୀ ୫ କିଲୋମିଟର, ୧୦ କିଲୋମିଟର ଏବଂ ୨୧ କିଲୋମିଟର ବିଭାଗରେ ଅଂଶଗ୍ରହଣ କରିଥିଲେ। ଏକ ମାଗଣା ସାର୍ବଜନୀନ ଦୀର୍ଘସ୍ଥାୟୀ ପଦକ୍ଷେପ ଭାବରେ ପରିକଳ୍ପିତ ଏହି ଦୌଡ଼, ଏକ ସ୍ୱଚ୍ଛ ଏବଂ ସୁସ୍ଥ ପୃଥିବୀ ଗଠନ ପାଇଁ ସାମୂହିକ ପ୍ରତିବଦ୍ଧତାର ଏକ ଶକ୍ତିଶାଳୀ ପ୍ରଦର୍ଶନ କରିଥିଲା।

ରେଡିଓ ମିର୍ଚ୍ଚି ସହଯୋଗରେ ଆୟୋଜିତ ଏହି ‘କ୍ଲାଇମେଟ୍ କ୍ରୁ ଆର୍ଥ ରନ୍’, ଟାଟା ପାୱାର ଏବଂ ମିର୍ଚ୍ଚିର ସ୍ଥାୟୀତ୍ୱ ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଣ୍ଟ ସଦୃଶ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ନାଗରିକମାନଙ୍କୁ ଜଳବାୟୁ-ଅନୁକୂଳ ଜୀବନଶୈଳୀ ଗ୍ରହଣ କରିବା ପାଇଁ ଅନୁପ୍ରାଣିତ କରିବା। ଏହି ମାରାଥନ ଟାଟା ପାୱାରର ‘ସଷ୍ଟେନେବଲ ଇଜ୍ ଆଟେନେବଲ’ ଉପରେ ଆଧାରିତ। କମ୍ପାନୀର ୪୪% ଗ୍ରୀନ୍ ଏନର୍ଜି ପୋର୍ଟଫୋଲିଓ ଏବଂ ସୋଲାର ରୁଫ୍‌ଟପ୍, ଇଭି ଚାର୍ଜିଂ ଭିତ୍ତିଭୂମି ତଥା ସ୍ମାର୍ଟ ହୋମ ସଲ୍ୟୁସନ୍ ଭଳି ପରିବେଶ ଅନୁକୂଳ ବ୍ୟବସାୟିକ ସମାଧାନ ଏହି ଅଭିଯାନକୁ ଅଧିକ ସୁଦୃଢ଼ କରୁଛି।

ଓଡ଼ିଶାରେ ରାଜ୍ୟ ସରକାରଙ୍କ ସହ ସରକାରୀ-ବେସରକାରୀ ସହଭାଗିତା (ପିପିପି) ମୋଡ୍‌ରେ କାର୍ଯ୍ୟ କରୁଥିବା ଟାଟା ପାୱାରର ଡିସକମ୍‌ଗୁଡ଼ିକ ପ୍ରାୟ ୪.୭ କୋଟି ଜନସଂଖ୍ୟାକୁ ନିର୍ଭରଯୋଗ୍ୟ ଏବଂ ଗୁଣାତ୍ମକ ବିଦ୍ୟୁତ ଯୋଗାଇ ଦେଉଛି। ଏହି ଡିସକମ୍ ମାଧ୍ୟମରେ ଟାଟା ପାୱାର ଗ୍ରାହକମାନଙ୍କୁ ଶକ୍ତି ସଂରକ୍ଷଣ ଅଭ୍ୟାସ ଗ୍ରହଣ କରିବାକୁ ଉତ୍ସାହିତ କରୁଛି, ଯାହା ଏକ ସ୍ଥାୟୀ ଶକ୍ତି ବ୍ୟବସ୍ଥା ଗଠନରେ ସହାୟକ ହେଉଛି।

ଟାଟା ପାୱାରର ଦୀର୍ଘସ୍ଥାୟୀତ୍ୱ ଅଭିଯାନ ଏହାର କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ‘କ୍ଲାଇମେଟ୍ କ୍ରୁ’ ପଦକ୍ଷେପ ମାଧ୍ୟମରେ ଆଗକୁ ବଢ଼ୁଛି, ଯାହା ଭାରତ ସରକାରଙ୍କ ‘ମିଶନ ଲାଇଫ୍’ ସହ ସଂଲଗ୍ନ। ଏହି ଅଭିଯାନ ଆରମ୍ଭ ହେବା ଦିନଠାରୁ ଟାଟା ପାୱାରର ୫୦%ରୁ ଅଧିକ କର୍ମଚାରୀ ଏଥିରେ ଯୋଗ ଦେଇଛନ୍ତି । ଚଳିତ ବର୍ଷ କମ୍ପାନୀ ଏହି ଅଭିଯାନରେ କର୍ମଚାରୀଙ୍କ ପରିବାର, ଗ୍ରାହକ, ଅଂଶୀଦାର ଏବଂ ଯୋଗାଣକାରୀଙ୍କୁ ମଧ୍ୟ ସାମିଲ କରିଛି। ଏଥିପାଇଁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ଉପଲବ୍ଧ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ବିଧାୟକ ତଥା ଅଭିନେତା-ନିର୍ଦ୍ଦେଶକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିଜୟ ସ୍ୱାଇଁ, କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ଡ. ସରଣଜିତ୍ ସିଂ, ପାରାଲିମ୍ପିକ୍ସ ବିଜୟିନୀ ସୁଶ୍ରୀ ଲୋମା ସ୍ୱାଇଁ, ଅଲିମ୍ପିଆନ୍ ରବି କୁମାର, ଅଲିମ୍ପିଆନ୍, କମନୱେଲଥ ପଦକ ବିଜେତା, ଅଲିମ୍ପିଆନ୍ ଅରୁନ୍ଧତୀ ବିଶ୍ୱାଳ ଏବଂ ଏଣ୍ଟରଟେନମେଣ୍ଟ ନେଟୱାର୍କ ଇଣ୍ଡିଆ ଲିମିଟେଡର ସିଓଓ ଶ୍ରୀମତୀ ପ୍ରୀତି ନିହାଲାନି ପ୍ରମୁଖ ଉପସ୍ଥିତ ଥିଲେ।

ଟାଟା ପାୱାରର ଅଧିକାରୀ ମାନଙ୍କ ମଧ୍ୟରେ ଶ୍ରୀ ହିମାଲ ତିୱାରୀ (ସିଏଚଆରଓ ଏବଂ ଚିଫ୍ – ସଷ୍ଟେନେବିଲିଟି ଓ ସିଏସାର), ଶ୍ରୀ ଗଜାନନ କାଲେ (ଚିଫ୍ – ଓଡ଼ିଶା ଡିସକମ୍‌ସ, ସିଇଓ – ଟିପିଏନଓଡିଏଲ), ଶ୍ରୀ ଅରବିନ୍ଦ ସିଂ (ସିଇଓ – ଟିପିସିଓଡିଏଲ) ଏବଂ ଶ୍ରୀ ଅମିତ ଗର୍ଗ (ସିଇଓ – ଟିପିଏସଓଡିଏଲ)  ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ପାୱାରର କର୍ମଚାରୀ, ସେମାନଙ୍କ ପରିବାର, ଗ୍ରାହକ ଏବଂ ଅଂଶୀଦାରମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, ଯାହା ସାମୁଦାୟିକ ସ୍ତରରେ ଜଳବାୟୁ ସୁରକ୍ଷା ଅଭିଯାନର ସାମୂହିକ ଭାବନାକୁ ଅଧିକ ସୁଦୃଢ଼ କରିଛି ।

ଟାଟା ପାୱାର କ୍ଲାଇମେଟ୍ କ୍ରୁ ଆର୍ଥ ରନ୍ ହେଉଛି ଏକ ଶକ୍ତିଶାଳୀ ଏବଂ ସମୟୋଚିତ ପଦକ୍ଷେପ, ଯାହା ପୃଥିବୀ ପ୍ରତି ଏକ ସାମୂହିକ ପ୍ରତିବଦ୍ଧତା ପାଇଁ ନାଗରିକ, ପରିବାର ଏବଂ ସ୍ଥାନୀଲୋକମାନଙ୍କୁ ଏକାଠି କରିଛି । ଆଜି, ଆମେ ମାତୃଭୂମି ପାଇଁ ଦୌଡ଼ିଥିଲୁ, କାରଣ ଜଣେ ମା’ ଆମକୁ ଜନ୍ମ ଦେଇଥିବା ବେଳେ, ଧରିତ୍ରୀ ମାତା ଆମକୁ ପ୍ରତିଦିନ ବଞ୍ଚାଇ ରଖିଥାଏ। ଏହି ଦୌଡ଼ ଏକ ସ୍ମାରକୀ ଯେ, ତାଙ୍କର ଯତ୍ନ ନେବା କେବଳ ଗୋଟିଏ ଦିନ କିମ୍ବା ଗୋଟିଏ କାର୍ଯ୍ୟକ୍ରମରେ ସୀମିତ ରହିବା ଉଚିତ୍ ନୁହେଁ; ଏହା ଜୀବନର ଏକ ଶୈଳୀ ହେବା ଆବଶ୍ୟକ। କ୍ଲାଇମେଟ୍ କ୍ରୁ ଭଳି ପଦକ୍ଷେପଗୁଡ଼ିକ ଲୋକମାନଙ୍କୁ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା, ବ୍ୟବହାର ହ୍ରାସ କରିବା ଏବଂ ପୁନଃ ବ୍ୟବହାରକୁ ଅଭ୍ୟାସକୁ  ଆପଣାଇବା ଭଳି ଛୋଟ ଅଥଚ ଅର୍ଥପୂର୍ଣ୍ଣ ପଦକ୍ଷେପ ନେବାକୁ ଅନୁପ୍ରାଣିତ କରେ, ଯାହା ଦ୍ୱାରା ଆଗାମୀ ପିଢ଼ି ପାଇଁ ଏକ ସ୍ୱଚ୍ଛ ଓ ସୁସ୍ଥ ଭବିଷ୍ୟତ ଗଠନ କରାଯାଇପାରିବ।”

ଏହି ଅଭୂତପୂର୍ବ ପ୍ରତିକ୍ରିୟା ଉପରେ ମତ ରଖି ଟାଟା ପାୱାରର ସିଏଚଆରଓ ତଥା ଚିଫ୍ – ସଷ୍ଟେନେବିଲିଟି ଓ ସିଏସାର, ଶ୍ରୀ ହିମାଲ ତିୱାରୀ କହିଛନ୍ତି, “ଓଡ଼ିଶା ହେଉଛି ଐତିହ୍ୟ, ପ୍ରଗତି ଏବଂ ସ୍ଥାନୀୟ ଭାବନାର ଏକ ଶକ୍ତିଶାଳୀ ମିଶ୍ରଣ; ଏହି ମୂଲ୍ୟବୋଧଗୁଡ଼ିକ ଟାଟା ପାୱାରର ଦୀର୍ଘସ୍ଥାୟୀତ୍ୱ ଯାତ୍ରା ସହିତ ଗଭୀର ଭାବରେ ଜଡ଼ିତ। କ୍ଲାଇମେଟ୍ କ୍ରୁ ଆର୍ଥ ରନ୍‌ରେ ବହୁସଂଖ୍ୟକ ଅଂଶଗ୍ରହଣ, ସୁସ୍ଥ ଜୀବନଶୈଳୀ ଏବଂ ଜଳବାୟୁ ସଚେତନ ପସନ୍ଦ ପ୍ରତି ରାଜ୍ୟର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆମର ଲୋକମାନେ ଦୀର୍ଘସ୍ଥାୟୀତ୍ୱ ସମ୍ପୃକ୍ତି ପଦକ୍ଷେପ ‘କ୍ଲାଇମେଟ୍ କ୍ରୁ’, ଏବେ ଆମ ସମାଜ ପାଇଁ ଏକ ମୁକ୍ତ-ବ୍ୟବହାର ଯୋଗ୍ୟ ଜଳବାୟୁ କାର୍ଯ୍ୟାନୁଷ୍ଠାନ ପ୍ଲାଟଫର୍ମରେ ପରିଣତ ହେଉଛି। ଏହା କେବଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ସୀମିତ ନ ରହି ନାଗରିକମାନଙ୍କୁ ଦୀର୍ଘସ୍ଥାୟୀ ଯାତ୍ରାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସଶକ୍ତ କରୁଛି। କ୍ଲାଇମେଟ୍ କ୍ରୁ ଆପ୍ ମାଧ୍ୟମରେ ବ୍ୟକ୍ତିବିଶେଷମାନେ ସହଜରେ ଜଳବାୟୁ-ଅନୁକୂଳ ଅଭ୍ୟାସଗୁଡ଼ିକୁ ଆପଣାଇ ପାରିବେ, ଟ୍ରାକ୍ କରିପାରିବେ ଏବଂ ବଜାୟ ରଖିପାରିବେ, ଯାହା ସଚେତନତାକୁ ଦୈନନ୍ଦିନ କାର୍ଯ୍ୟରେ ପରିଣତ କରିବ ଏବଂ ଶକ୍ତି ପରିବର୍ତ୍ତନ ଯେ ଅନ୍ତର୍ଭୁକ୍ତିକରଣ, ସହଭାଗିତା ଏବଂ ସମ୍ପୂର୍ଣ୍ଣ ଭାବେ ସମାଜ ଉପରେ ଆଧାରିତ ହେବା ଉଚିତ୍, ସେହି ବିଶ୍ୱାସକୁ ଦୃଢ଼ କରିବ।”

କେବଳ ଏକ କ୍ରୀଡ଼ା କାର୍ଯ୍ୟକ୍ରମ ନୁହେଁ, ଆର୍ଥ ରନ୍ ଜଳବାୟୁ ସଚେତନତା ପାଇଁ ଏକ ଦୃଶ୍ୟମାନ ଏବଂ ଅଂଶଗ୍ରହଣମୂଳକ ମଞ୍ଚ ଭାବରେ ଉଭା ହୋଇଛି। ଏହି କାର୍ଯ୍ୟକ୍ରମ ଏହି ଧାରଣାକୁ ଦୃଢ଼ କରିଛି ଯେ ଦୀର୍ଘସ୍ଥାୟୀତ୍ୱକୁ ଆମର ଦୈନନ୍ଦିନ ପସନ୍ଦ,ଯେପରିକି ଆମେ କିପରି ଯାତାୟାତ କରୁଛୁ, କ’ଣ ବ୍ୟବହାର କରୁଛୁ ଏବଂ ପରିବେଶ ସହିତ କିପରି ଜଡ଼ିତ ରହୁଛୁ ତାହା ସହିତ ସହଜରେ ଯୋଡ଼ାଯାଇପାରିବ। ଟାଟା ପାୱାରର ‘ପେ ଅଟେନସନ’ ପଦକ୍ଷେପକୁ ପ୍ରତିଫଳିତ କରି, ଭିନ୍ନକ୍ଷମମାନଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ଏକ ସ୍ୱତନ୍ତ୍ର ଦୌଡ଼ ବର୍ଗ ମଧ୍ୟ ପ୍ରବର୍ତ୍ତନ କରାଯାଇଥିଲା, ଯାହା ସମାନ ଏବଂ ସମସ୍ତଙ୍କୁ ସାମିଲ କରୁଥିବା ଜଳବାୟୁ କାର୍ଯ୍ୟାନୁଷ୍ଠାନ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି।

କ୍ଲାଇମେଟ୍ କ୍ରୁ ଆର୍ଥ ରନ୍‌ର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଏହାର ଦୀର୍ଘସ୍ଥାୟୀ-ଭିତ୍ତିକ ପରିଚାଳନା। କାର୍ଯ୍ୟକ୍ରମର ସାମଗ୍ରୀଗୁଡ଼ିକୁ ସର୍ବାଧିକ ପୁନଃ ବ୍ୟବହାର ଏବଂ ପୁନଃ ଚକ୍ରଣ ପାଇଁ ପ୍ରସ୍ତୁତ କରାଯାଇଥିଲା, ୫ କିଲୋମିଟର ଦୌଡ଼ର ବ୍ୟବହୃତ ବିବ୍‌ଗୁଡ଼ିକ ରୋପଣ ଯୋଗ୍ୟ ଥିଲା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହଭାଗୀ ‘ସ୍କ୍ରାପ୍’ ଦାୟିତ୍ୱର ସହ ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ କାର୍ଯ୍ୟକ୍ରମ ପରେ ସଫେଇ ନିଶ୍ଚିତ କରିଥିଲେ, ଯାହା ଫଳରେ ଷ୍ଟାଡିୟମକୁ ତାର ମୂଳ ଅବସ୍ଥାକୁ ଫେରାଇ ଅଣାଯାଇଥିଲା। ଏହି ପଦକ୍ଷେପଗୁଡ଼ିକ ଦୀର୍ଘସ୍ଥାୟୀ ବ୍ୟବହାରିକ ଏବଂ ପ୍ରାପ୍ୟ ଯୋଗ୍ୟ କରିବା ପାଇଁ ଟାଟା ପାୱାରର ପ୍ରୟାସକୁ ଦର୍ଶାଉଛି।

କ୍ଲାଇମେଟ୍ କ୍ରୁ ଆର୍ଥ ରନ୍‌ର ଭୁବନେଶ୍ୱର ସଂସ୍କରଣ ଜଳବାୟୁ ଦାୟିତ୍ୱବୋଧକୁ ନେଇ ଏକ ନିରନ୍ତର ନାଗରିକ ଆନ୍ଦୋଳନ ଗଠନ ପାଇଁ ଏକ ଦୃଢ଼ ମୂଳଦୁଆ ପକାଇଛି। ୪,୦୦୦ରୁ ଅଧିକ ଲୋକଙ୍କୁ ଜଳବାୟୁ କାର୍ଯ୍ୟାନୁଷ୍ଠାନର ଏକ ସାଧାରଣ ବ୍ୟାନର ତଳେ ଏକାଠି କରି, ଟାଟା ପାୱାର ପ୍ରମାଣ କରିଛି ଯେ କିପରି ଏକ ସରଳ ଚିନ୍ତାଧାରା ସଦ୍‌ଇଚ୍ଛା ଏବଂ ଲୋକମାନଙ୍କ ସହଭାଗିତା ଦ୍ୱାରା, ଅର୍ଥପୂର୍ଣ୍ଣ ପ୍ରଭାବ ପକାଇପାରେ। କ୍ଲାଇମେଟ୍ କ୍ରୁ ସମାଜର ଅଭିବୃଦ୍ଧି ସହିତ, ଟାଟା ପାୱାର ଏଭଳି ମଞ୍ଚ ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ ରହିଛି ଯାହା ନାଗରିକମାନଙ୍କୁ ଏକାଠି ହେବାକୁ, ପଦକ୍ଷେପ ନେବାକୁ ଏବଂ ସବୁଜ ପୃଥିବୀର ଲକ୍ଷ୍ୟକୁ ଦୈନନ୍ଦିନ ଜୀବନର କେନ୍ଦ୍ରବିନ୍ଦୁରେ ରଖିବାକୁ ସକ୍ଷମ କରିବ।


Share It

Comments are closed.