ଓଡ଼ିଶାର ମାନ୍ୟବର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ଦ୍ୱାରା ୧୮ତମ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ଟାଟା ଷ୍ଟିଲ୍ ପକ୍ଷରୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନସ୍ଥ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ସହଯୋଗିତାରେ ୟାଟ୍‌ସ ଆୟୋଜିତ ହୋଇଆସୁଛି


ଭୁବନେଶ୍ୱର, ଅଗଷ୍ଟ ୨୭, ୨୦୨୪: ଟାଟା ଷ୍ଟିଲ୍ ପକ୍ଷରୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନସ୍ଥ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌, ଭୁବନେଶ୍ୱର ସହଯୋଗିତାରେ ଆୟୋଜିତ ହୋଇଆସୁଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) କାର୍ଯ୍ୟକ୍ରମର ୧୮ତମ ସଂସ୍କରଣକୁ ଓଡ଼ିଶା ସରକାରଙ୍କ ମାନ୍ୟବର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ରାଜ୍ୟ ସଚିବାଳୟରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି।

ୟାଟ୍‌ସ ହେଉଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯେଉଁଥିରେ ଓଡ଼ିଶାର ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ମହାକାଶ ବିଜ୍ଞାନ, ଆଷ୍ଟ୍ରୋଫିଜିକ୍‌ସ ଓ ଜ୍ୟୋତିର୍ବିଜ୍ଞାନ ବିଷୟରେ ଜାଣିବା ସହ ଓଡ଼ିଶାର କିମ୍ବଦନ୍ତୀ ଜ୍ୟୋତିର୍ବିଜ୍ଞାନୀ ପଠାଣୀ ସାମନ୍ତଙ୍କ କୃତିକୁ ଜାଣିବାର ମଧ୍ୟ ସୁଯୋଗ ପାଉଛନ୍ତିି।

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭରେ ନିଜର ଖୁସୀ ବ୍ୟକ୍ତ କରି ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ‘‘ମୁଁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣର ୧୮ତମ ସଂସ୍କରଣର ସଫଳତା କାମନା କରୁଛି। ଓଡ଼ିଶାର ଦୁର୍ଗମ ଅଂଚଳ ସମେତ ବିଭିନ୍ନ ସ୍ଥାନରୁ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ଜ୍ୟୋତିର୍ବିଜ୍ଞାନ ପ୍ରତି କିମ୍ବଦନ୍ତୀ ଓଡ଼ିଆ ବୈଜ୍ଞାନିକଙ୍କ ଅବଦାନକୁ ଜାଣିବେ ବୋଲି ମୁଁ ଆଶା କରୁଛି।’’

ଏହି ଶୁଭାରମ୍ଭ ସମାରୋହରେ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ର ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ କୁମାର ପାତ୍ର, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ଉପସଚିବ ଶ୍ରୀମତୀ ଉର୍ମିପ୍ରଭା ମହାରଣା, ପ୍ଲାନେଟୋରିୟମ୍ ଇଞ୍ଜିନିୟର ଡ. ଜୟଦେବ କର ଏବଂ ଟାଟା ଷ୍ଟିଲ୍‌ର ଚିଫ୍ ରେସିଡେଂଟ୍ ଏକ୍‌ଜିକ୍ୟୁଟିଭ୍ ଶ୍ରୀ ଦେବାଶିଷ ଜେନା ଉପସ୍ଥିତ ଥିଲେ।

ୟାଟସକୁ ଓଡିଶାର ଅଧିକରୁ ଅଧିକ ପିଲାଙ୍କ ପାଖକୁ ପହଞ୍ଚାଇ ଉଭୟ ପ୍ରତ୍ୟକ୍ଷ ଓ ଅଭାସି ମାଧ୍ୟମରେ ଅଂଶଗ୍ରହଣ ବଢ଼ାଇବା ଲାଗି କମ୍ପାନୀର ଥିବା ପ୍ରତିବଦ୍ଧତା ଉପରେ ଶ୍ରୀ ଦେବାଶିଷ ଜେନା ଆଲୋକପାତ କରିଥିଲେ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୁବବର୍ଗଙ୍କ ଆଗ୍ରହ ବଢ଼ାଇବା ଓ ସେମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଟାଟା ଷ୍ଟିଲ ସମର୍ପିତ ବୋଲି ସେ ଦୋହରାଇଥିଲେ।

ଚଳିତ ବର୍ଷ ପ୍ରତ୍ୟକ୍ଷ ଓ ଅଭାସି ମାଧ୍ୟମରେ ୟାଟ୍‌ସ ଆୟୋଜିତ ହେବ। ନିଜ ସ୍କୁଲ୍‌ରେ ପ୍ରତ୍ୟକ୍ଷ ଭାବେ କିମ୍ବା ୟାଟ୍‌ସ ୱେବସାଇଟ୍‌ରେ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଗ୍ଧବଗ୍ଧବଗ୍ଦଗ୍ଧରରକ୍ଷ.ମକ୍ଟଜ୍ଞ/ମବକ୍ସରରକ୍ସଗ୍ଦ/ମବଜ୍ଞକ୍ଟ୍ରଙ୍କଗ୍ଦ-ମକ୍ଟଦ୍ଭଦ୍ଭରମଗ୍ଧ/ଗ୍ଧବଗ୍ଧବ-ଗ୍ଦଗ୍ଧରରକ୍ଷ-ଚ୍ଚକ୍ଟଙ୍କଦ୍ଭଶ-ବଗ୍ଦଗ୍ଧକ୍ସକ୍ଟଦ୍ଭକ୍ଟଜ୍ଞରକ୍ସ-ଗ୍ଧବକ୍ଷରଦ୍ଭଗ୍ଧ-ଗ୍ଦରବକ୍ସମଷ/) ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇପାରିବେ। ସେଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ।

ୟାଟ୍‌ସ ୨୦୨୪ର ବିଷୟବସ୍ତୁ ହେଉଛି ‘ମହାକାଶ ଆପଣଙ୍କ ପରବର୍ତୀ ଗନ୍ତବ୍ୟ ସ୍ଥଳ ହେବ କି?’ ଏଥିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୁଇଜ୍ ଏବଂ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ ଲାଗି ମଲ୍ଟିପଲ ଚୟେସ ପ୍ରଶ୍ନ (ଏମ୍‌ସିକ୍ୟୁ) ରହିବ। ଓଡ଼ିଶାର ପ୍ରତି ଜିଲ୍ଲାରୁ ଚୟନ କରାଯିବାକୁ ଥିବା ଅଂଶଗ୍ରହଣକାରୀମାନଙ୍କୁ ୨୦୨୪ ଡିସେମ୍ବର ୧୩ରେ ଭୁବନେଶ୍ୱରର ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ରେ ହେବାକୁ ଥିବା ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯିବ। ସେହି ଦିନଟି ହେଉଛି ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତଙ୍କ ଜୟନ୍ତୀ। ସେହି ଦିନ ବିଜେତାଙ୍କ ନାମ ଘୋଷଣା କରି ସେମାନଙ୍କୁ ପୁରସ୍କୃତ କରାଯିବ।

ଗତ ୧୭ ବର୍ଷ ଧରି ମହାକାଶ ବିଜ୍ଞାନ ସମ୍ବଦ୍ଧୀୟ ଏହି ୟାଟ୍‌ସ କାର୍ଯ୍ୟକ୍ରମ ଯୁବ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରୁଛି। ୟାଟ୍‌ସର ୧୭ତମ ସଂସ୍କରଣର ବିଜେତା ଛାତ୍ରଛାତ୍ରୀମାନେ ୨୦୨୪ ଜୁନ୍ ଶେଷ ସପ୍ତାହରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍‌ଏସି) ପରିଦର୍ଶନ କରିବାର ସୁଯୋଗ ପାଇଥିଲେ। ସେମାନେ ମହାକାଶ ପ୍ରୟୋଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ବୈଜ୍ଞାନିକମାନଙ୍କୁ ମଧ୍ୟ ଭେଟିବାର ସୁଯୋଗ ପାଇଥିଲେ।


Share It

Comments are closed.