ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ଟାଟା ଷ୍ଟିଲ୍‌ର ପ୍ରତିବଦ୍ଧତା

ଗୋଷ୍ଠୀ ସଶକ୍ତୀକରଣ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉଦ୍ୟମ


ଭୁବନେଶ୍ୱର: ଶିକ୍ଷାର ରୁପାନ୍ତିକରଣର ଦକ୍ଷତାକୁ ପ୍ରାଧାନ୍ୟ ଦେଇ ଟାଟା ଷ୍ଟିଲ୍ ପକ୍ଷରୁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନେକ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ବେଳେ ସାର୍ବଜନୀନ ସାକ୍ଷରତା ହାସଲ କରିବା, ଓ ବିଶେଷ କରି ଅନଗ୍ରସର ପାଖରେ ପହଞ୍ଚାଇବା ଆଦି କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇଛି ।

ସେଭଳି ଏକ ଅଭିଯାନ ହେଉଛି ଏଜୁକେସନ ସିଗ୍ନେଚର ପ୍ରୋଗ୍ରାମ (ଇଏସ୍‌ପି)। ଏହା ହେଉଛି ଏକ ବ୍ୟାପକ କାର୍ଯ୍ୟକ୍ରମ ଯାହାର ପ୍ରଭାବ ଝାଡ଼ଖଣ୍ଡ ଓ ଓଡ଼ିଶାର ୧୩,୦୦୦ରୁ ଅଧିକ ଗ୍ରାମରେ ଥିବା ୬୦୦୦ରୁ ଅଧିକ ସରକାରୀ ବିଦ୍ୟାଳୟରେ ପଡ଼ିଛି।

ଇଏସ୍‌ପି ବ୍ୟତୀତ ଟାଟା ଷ୍ଟିଲ୍ ପକ୍ଷରୁ ଅନେକ ଶିକ୍ଷାବୃତି ମଧ୍ୟ ପ୍ରଦାନ କରାଯାଉଛି ଯଥା ଜ୍ୟୋତି ଫେଲୋସିପ୍ ଯାହା ଓଡ଼ିଶାର ଅନଗ୍ରସର ଗୋଷ୍ଠୀର ପ୍ରତିଭାବାନ ପିଲାମାନଙ୍କୁ ଆର୍ôଥକ ପ୍ରତିବନ୍ଧକକୁ ଅତିକ୍ରମ କରିବା ଓ ଉଚ୍ଚ ଶିକ୍ଷା ହାସଲ କରିବାରେ ସହାୟତା ପ୍ରଦାନ କରୁଛି। ଜ୍ୟୋତି ଫେଲୋସିପ୍ ୩୫ ବର୍ଷ ବ୍ୟାପୀ ଚାଲୁ ରହିଛି ଯାହା ଷଷ୍ଠରୁ କଲେଜ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷାବୃତି ପ୍ରଦାନ କରି ନିଜର ଶିକ୍ଷାଗତ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ କରି ଆଦିବାସୀ ପିଲାମାନଙ୍କୁ ସହାୟତା କରୁଛି।

ସେହିପରି ଗ୍ରିନ୍ ସ୍କୁଲ୍ କାର୍ଯ୍ୟକ୍ରମ ହେଉଛି ଏକ ପ୍ରଭାବଶାଳୀ ଅଭିଯାନ। ଏଥିରେ ପରିବେଶ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଓଡ଼ିଶାର ୩୦ରୁ ଅଧିକ ଘରୋଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟକ୍ଷ ପ୍ରକଳ୍ପ ଜରିଆରେ ପରିବେଶ ସ୍ଥାୟିତ୍ୱର ସୁରକ୍ଷା ଲାଗି ଉତ୍ସାହିତ କରାଯାଉଛି।

ଓଡ଼ିଶାରେ ଶିକ୍ଷାର ବିକାଶ ପ୍ରତି ଟାଟା ଷ୍ଟିଲ୍‌ର ପ୍ରତିବଦ୍ଧତା ରହିଛି। କଂପାନି ଆଖପାଖ ଲୋକଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଥିବା ବେଳେ ଶିକ୍ଷା ଓ ସଶକ୍ତୀକରଣର ଏକ ସଂସ୍କୃତି ସୁଦୃଢ଼ କରୁଛି। ଏହି ସାମଗ୍ରିକ ଦୃଷ୍ଟିକୋଣ ପାଇଁ ଶିକ୍ଷାର ଲାଭ ଓଡ଼ିଶାର କୋଣ ଅନୁକୋଣରେ ପହଂଚିଥିବା ବେଳେ ଏକ ଉଚିତ, ସମାନତା ଓ ସମୃଦ୍ଧ ଭବିଷ୍ୟତ ପ୍ରତି ଯୋଗଦାନ ପ୍ରଦାନ କରୁଛି।


Share It

Comments are closed.