ଆଭେଂଜର ଷ୍ଟାର କ୍ରିସ ହେମସଓର୍ଥଙ୍କ କାର ପଛରେ ଭାରତୀୟ ପ୍ରଶଂସକ, ନିଜ ଇନଷ୍ଟାଗ୍ରାମରେ ସେୟାର କଲେ ଭିଡିଓ


ହଲିଉଡ ଅଭିନେତା କ୍ରିଶ ହେମ୍‌ସଓର୍ଥ ତାଙ୍କର ଆଗାମୀ ଫିଲ୍ମ ‘ଏକ୍ସାଟ୍ରାକ୍ସନ’ ପାଇଁ ଭାରତରେ ସୁଟିଂ ସମୟରେ କିଛି ଭାରତୀୟ ପ୍ରଂଶସକ ତାଙ୍କ କାରର ପାଶ୍ୱର୍ରେ ପାଶ୍ୱର୍ରେ ଯାଉଥିବାର ଭିଡିଓ ନିଜର ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି । ଏହି ନେଟଫ୍ଲିକ୍ସ ଆକ୍ସନ ମୁଭି ମୁମ୍ବାଇ ଓ ଅହମ୍ମଦାବାଦରେ ସୁଟିଙ୍ଗ ହେବ ।
ହେମସୱର୍ଥ ଏହି ଭିଡିଓକୁ ମଙ୍ଗଳବାର ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ହେମ୍‌ସଓର୍ଥ ଗୋଟିଏ କାର ଚଳାଉଥିବା ସମୟରେ ଜଣେ ଯୁବକ ମୋଟର ସାଇକେଲରେ ତାଙ୍କ କାରକୁ ଫଲୋ କରୁଥିବାର ଦେଖାଯାଉଛି । ବ୍ୟକ୍ତି ଜଣଙ୍କ ହେମ୍‌ସଓର୍ଥଙ୍କୁ ତାଙ୍କର ଏକ ପ୍ରିଂଟେଡ ଛବି ଦେଖାଉଛି ଏବଂ ଅଟୋଗ୍ରାଫ ନେବା ପାଇଁ ଚାହୁଁଛି । କିନ୍ତୁ ହେମ୍‌ସଓର୍ଥ ସେହି ବ୍ୟକ୍ତିକୁ ଦେଖି ବ୍ୟସ୍ତ ହେଉଥିବାର ଏବଂ ବ୍ୟକ୍ତି ଜଣଙ୍କୁ ସାବଧାନତା ସହ ଗାଡ଼ି ଚଳାଇବା ପାଇଁ କହୁଥିବାର ଦେଖାଯାଉଛି । ଏହାପରେ ସେ କାର ରଖି ଯୁବକଟିକୁ ଅଟୋଗ୍ରାଫ ଦେବା ସହ ଅନ୍ୟ ପ୍ରଶଂସକଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି ।


ରୁସୋ ବ୍ରଦରର୍ସଙ୍କ ଦ୍ୱାରା ପ୍ରଯୋଜିତ ଏବଂ ସାମ୍ ହାରଗ୍ରେଭଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚିତ୍ରରେ ଭାରତୀୟ ଅଭିନେତା ରନ୍ଦୀପ ହୁଡ୍ଡା, ପଙ୍କଜ ତ୍ରିପାଠୀ, ପ୍ରିୟାଂଶୁ ପେନ୍ୟୁଲି ଏବଂ ରୁଦ୍ରାକ୍ଷ ଜେଶୱାଲ ପ୍ରମୁଖ ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚିତ୍ରଟି ଆସନ୍ତା ଏପ୍ରିଲ ୨୪ ତାରିଖରେ ନେଟଫ୍ଲିକ୍ସରେ ରିଲିଜ ହେବ ।


Share It

Comments are closed.