ଆମ୍ରପାଲି ପକ୍ଷରୁ ‘ମଣିକର୍ଣ୍ଣିକା’ ଅଳଙ୍କାର କଲେକ୍ସନ


ବିଭିନ୍ନ ଫିଲ୍ମ ତଥା ଟ୍ରଏ, ଦି ବେଷ୍ଟ ଏକଜୋଟିକ ମାରିଗୋଲ୍ଡ ହୋଟେଲ, ରାମ ଲୀଲା, ସାୱରିଆ, ଖୁବସୁରତ, କକଟେଲ ଏବଂ ବର୍ତ୍ତମାନର ବାହୁବଲି ୧ ଏବଂ ୨ରେ ସେମାନଙ୍କ ଅତ୍ୟାଧୁନିକ ପ୍ରସ୍ତୁତି ଅଗ୍ରଣୀ ସେଲିବ୍ରିଟିଙ୍କ ଦ୍ୱାରା ପିନ୍ଧିବା ପରେ ଜୟପୁରର ଏହି ଏøତିହାସିକ ଜୁଏଲର୍ସ ପକ୍ଷରୁ ମଣିକର୍ଣ୍ଣିକା ସହିତ ନିଜର ଶୃଙ୍ଖଳାରେ ଅନ୍ୟ ଏକ ବ୍ଲକବଷ୍ଟର ଯୋଡି ହୋଇଛି । ଏହି କଲେକସନ ଟ୍ରାଇବବାୟଆମ୍ରପାଲି.କମ ରେ ଏବଂ ଭାରତର ସମସ୍ତ ଷ୍ଟୋରରେ ଉପଲବ୍ଧ ହେଉଛି ।
ବାୟୋପିକ ପାଇଁ ଏହା ଅଫିସିଆଲ ଜୁଏଲରି ଡିଜାଇନ ହାଉସ ହୋଇଥିବାବେଳେ କଙ୍ଗନା ରାଣାୱତଙ୍କ ସହିତ ତାଙ୍କର ସମସ୍ତ ସହଯୋଗୀ କାଷ୍ଟ ଆମ୍ରପାଲି ଜୁଏଲର୍ସ ପିନ୍ଧିଥିବାର ଦେଖିବାକୁ ମିଳିବ । ମରାଠା କ୍ଷେତ୍ରର କଳା ଏବଂ ସଂସ୍କୃତି ଦ୍ୱାରା ସ୍ୱତନ୍ତ୍ରଭାବେ ପ୍ରୋତ୍ସାହିତ, ଫିଲ୍ମମେକର ତଥା କଷ୍ଟ୍ୟୁମ ଡିଜାଇନର ନିତା ଲୁଲାଙ୍କ ଦ୍ୱାରା ଦୁଇ ପ୍ରକାରର ବ୍ୟକ୍ତିତ୍ୱ ତଥା ମହାରାଣୀ ଏବଂ ସାହାସୀ ଯୋଦ୍ଧା ରାଣୀ ଲକ୍ଷ୍ମୀ ବାଇଙ୍କ ପାଇଁ ଏହା ପ୍ରସ୍ତୁତ ହୋଇଛି । ଟ୍ରାଇବବାଏଆମ୍ରପାଲି.କମରେ ଟ.୨,୦୦୦ରୁ ଟ.୪୦,୦୦୦ମଧ୍ୟରେ ଉକ୍ତ ଗହଣାଗୁଡିକ ଉପଲବ୍ଧ । ପାଖାପାଖି ୭୦୦ ବିଭିନ୍ନ ଷ୍ଟାଇଲରେ ୯୫୫ ପିସର ଅତ୍ୟାଧୁନିକ କଲେକସନ ପ୍ରସ୍ତୁତ କରିବା ପାଇଁ ୧.୫ବର୍ଷ ଏବଂ ୩୦ କାରିଗର ଲାଗିଥିଲେ ।
ଏହି ସମ୍ପର୍କରେ ଆମ୍ରପାଲି ଜୟପୁରର ସହ-ପ୍ରତିଷ୍ଠାତା ଶ୍ରୀଯୁକ୍ତ ରାଜୀବ ଅରୋରା ଏବଂ ଶ୍ରୀଯୁକ୍ତ ରାଜେଶ ଆଜମେରା କହିଛନ୍ତି ଯେ, “ଆମ୍ରପାଲି ମଣିକର୍ଣ୍ଣିକାର ଏକ ଅଭିନ୍ନ ଅଙ୍ଗ ହୋଇଯାଇଛି ଯେଉଁଠାରେ ଆମ୍ଭମାନଙ୍କର ଗହଣା ସମସ୍ତ ଚରିତ୍ର ଏବଂ ଲାଇଫ ସେଟ ଏବଂ ସିନକୁ ମେଳ ଖାଉଛି । ସ୍କ୍ରିପ୍ଟର ଆବଶ୍ୟକତା ହିସାବରେ ସଠିକ ସୌନ୍ଦର୍ଯ୍ୟପ୍ରାପ୍ତ କରିବା ପାଇଁ ଆମ୍ଭମାନଙ୍କ ଡିଜାଇନର ଏବଂ ଆର୍ଟସିଆନମାନେ ବର୍ଷକ ଧରି କାର୍ଯ୍ୟ କରିଛନ୍ତି ।”


Share It

Comments are closed.