ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଗୁରୁ ଦିବସ ଓ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଦ୍ୱିତୀୟ ବାର୍ଷିକ ପୁସ୍ତକ ମେଳା ଆୟୋଜିତ


ସମ୍ବଲପୁର: ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଗୁରୁ ଦିବସ ପାଳନ ଅବସରରେ ଗୋଶାଳାର ବସନ୍ତପୁରସ୍ଥିତ କ୍ୟାମ୍ପସରେ ଦ୍ୱିତୀୟ ବାର୍ଷିକ ପୁସ୍ତକ ମେଳା ଅନୁଷ୍ଠିତ ହୋଇଯାଇଛି। ସେପ୍େଟମ୍ବର ୫ରୁ ଆରମ୍ଭ ହୋଇ ସେପ୍େଟମ୍ବର ୮ରେ ଶେଷ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପରିପ୍ରେକ୍ଷୀରେ ଆୟୋଜନ କରାଯାଇଛି। ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ଏହି ପ୍ରଦର୍ଶନୀର ଉଦଘାଟନୀ ଉତ୍ସବରେ ଯୋଗଦେଇ ଅନୁଷ୍ଠାନ ପ୍ରତି ଅଧ୍ୟାପକମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହି ପୁସ୍ତକ ମେଳାରେ ବ୍ଲୁମସବେରି, ସେଙ୍ଗେଜ୍‌, ମ୍ୟାକଗ୍ର-ହିଲ୍‌, ୱିଲି, ସେଜ୍‌, ସ୍ପ୍ରିଙ୍ଗର ନେଚର, ଟେଲର ଆଣ୍ଡଫ୍ରାନସିସ୍‌, ସିଆରସି, ରୁଟଲେଜ୍ ଏବଂ ସିବିଏସ୍ ପବ୍ଲିକେସନ୍ ଭଳି ପ୍ରକାଶକମାନେ ଉଲ୍ଲେଖନୀୟ ଅଂଶଗ୍ରହଣ କରିଥିଲେ। ପ୍ରଦର୍ଶିତ ପୁସ୍ତକଗୁଡ଼ିକୁ ଦୁଇଟି ପ୍ରାଥମିକ ଶ୍ରେଣୀରେ ବିଭକ୍ତ କରାଯାଇଛି। ତାହା ହେଉଛି ବ୍ୟବସାୟ ଏବଂ ପରିଚାଳନା ସମ୍ବନ୍ଧୀୟ ସାହିତ୍ୟ, ଏବଂ ଉଚ୍ଚଶିକ୍ଷା, ଶିକ୍ଷାଗତ ସାମଗ୍ରୀ, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସମ୍ବଳ (ଯେପରିକି ଜିଆରଇ, ଟିଓଇଏଫ୍‌ଏଲ୍‌, ଆଇଇଏଲ୍ଟିଏସ୍ ଇତ୍ୟାଦି), ଗଳ୍ପ, ବିଜ୍ଞାନ ଗଳ୍ପ, ଜୀବନୀ ଏବଂ ଭାରତର ସ୍ୱଦେଶୀ ଜ୍ଞାନକୁ ଅନ୍ତର୍ଭୁକ୍ତ କରି ବିଭିନ୍ନ ପ୍ରକାରର କୃତି ଚୟନ କରାଯାଇଥିଲା।

ଏହି ସାହିତ୍ୟ କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ମହିଳା ମହାବିଦ୍ୟାଳୟ, ଚିପିଲିମାର କୃଷି ମହାବିଦ୍ୟାଳୟ, ବୁର୍ଲାର ଏନଏସି କଲେଜ, ହୀରାକୁଦ କଲେଜ, ସମ୍ବଲପୁରର ଏନଏସସି ବୋଷ କଲେଜ ସମେତ ଅନେକ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଥିଲା।

କୋଲକାତା, ବରୋଦା ବୁକ୍ କର୍ପୋରେସନ୍ ଓ ବିଏସପିର ଭାରତ ବୁକ୍ ଡିଷ୍ଟ୍ରିବ୍ୟୁଟର, କ୍ୟାପିଟାଲ ବୁକ୍ସ, ଦିଲ୍ଲୀର ନ୍ୟୁ ଇଣ୍ଡିଆ ବୁକ୍ ଏଜେନ୍ସି, ନୂଆଦିଲ୍ଲୀ ପବ୍ଲିସର୍ସ, ନୂଆଦିଲ୍ଲୀର ଓଭରସିଜ୍ ବୁକ୍ସ ଏବଂ ବମ୍ବେ ବୁକ୍ସ ସମେତ ଦେଶର ବିଭିନ୍ନ ଅଞ୍ଚଳର ବିଶିଷ୍ଟ ପୁସ୍ତକ ବିତରକମାନେ ଏହି ପ୍ରଦର୍ଶନୀରେ ଉପସ୍ଥିତ ଥିଲେ। ଏଥିସହିତ ବିକଳାନନ୍ଦକର ମେମୋରିଆଲ ଟ୍ରଷ୍ଟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସମ୍ବଲପୁରର ସଂସ୍କୃତି ଓ ଇତିହାସକୁ ପ୍ରତିଫଳିତ କରୁଥିବା ଏହାର ପ୍ରକାଶନଗୁଡ଼ିକୁ ପ୍ରଦର୍ଶିତ କରିଥିଲା।

ଏଥିସହ କଳାମାଟିର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଗୋଶାଳାର ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଥିରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମାଷ୍ଟର ଅଫ୍ ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନିର୍ଦ୍ଦେଶକ ଙ୍କ ଦ୍ୱାରା ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା।

ଆଇଆଇଏମ୍ ସମ୍ବଲପୁରର ପାଠାଗାର କମିଟିର ଅଧ୍ୟାପକ, କର୍ମଚାରୀ ଓ ଛାତ୍ର ସଂଯୋଜକଙ୍କ ପ୍ରତିବଦ୍ଧ ଓ ଗତିଶୀଳ ଅବଦାନ ଏହି ପଦକ୍ଷେପର ସଫଳ ରୂପାୟନରେ ସହାୟକ ହୋଇଥିଲା। ନିର୍ଦ୍ଦେଶକ ଏବଂ ପାଠାଗାର କମିଟିର ନେତୃତ୍ୱରେ ଲାଇବ୍ରେରିଆନ୍ ଏବଂ ତାଙ୍କ ଟିମ୍ ଦ୍ୱାରା କରାଯାଇଥିବା ନିରନ୍ତର ନିଷ୍ଠା ଏବଂ ଯତ୍ନବାନ ଯୋଜନା ଏହି ପୁସ୍ତକ ମେଳାର ଉଲ୍ଲେଖନୀୟ ସଫଳତା ହାସଲ କରିବାରେ ମୌଳିକ ଥିଲା ।


Share It

Comments are closed.