ଆଇଆଇଏମ୍ ସମ୍ବଲପୁର ଓଡ଼ିଶାର ଏକ ସ୍ଥାୟୀ ନେଟ୍- ଜିରୋ ଭବିଷ୍ୟତ ପାଇଁ ଅଗ୍ରଣୀ
ସମ୍ବଲପୁର: ସ୍ଥାୟିତ୍ୱ, ପରିବେଶ ଦାୟିତ୍ୱ ଏବଂ ସାଂସ୍କୃତିକ ସଂରକ୍ଷଣ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ କାଉନସିଲ୍ ଅନ୍ ଏନର୍ଜି, ଏନଭାର୍ଣ୍ଣମେଂଟ୍ ଆଣ୍ଡ ୱାଟର (ସିଇଇଡବ୍ଲୁ) ଏବଂ ମେରିଲାଣ୍ଡ୍ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗିତାରେ ଭାବେ ଓଡ଼ିଶାର ଅର୍ଥନୈତିକ ପରିବର୍ତନ ଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଇକୋନୋମିକ୍ ଟ୍ରାନ୍ସିସନ୍ କୋଆଲିସନ୍ ଓଡ଼ିଶା (ଇଟିସିଓ) ମାଧ୍ୟମରେ ଆଇଆଇଏମ୍ ସମ୍ବଲପୁର ରାଜ୍ୟରେ ନିଯୁକ୍ତି, ଅର୍ଥନୈତିକ ବୃଦ୍ଧି ଏବଂ ସ୍ଥାୟିତ୍ୱକୁ ସମନ୍ୱିତ କରିବା ପାଇଁ ଏକ ରଣନୈତିକ ଯୋଜନା ପ୍ରସ୍ତୁତ କରୁଛି।
ଇଟିସିଓ ଦ୍ୱାରା ପ୍ରକାଶିତ ଏକ ଶ୍ବେତପତ୍ରରେ ଆଇଆଇଏମ୍ ସମ୍ବଲପୁର ଏବଂ ଓଡ଼ିଶାର ଶିଳ୍ପ ଏବଂ ଶିକ୍ଷା ଲିଡରମାନଙ୍କ ଗଭୀର ସ୍ଥାନୀୟ ବିଶେଷଜ୍ଞତା, ଇଟିସିଓ ଭାରତ ଏବଂ ଅନ୍ୟାନ୍ୟ ଅଂଚଳରେ ଶକ୍ତି ଫ୍ରେମୱର୍କ କାର୍ଯ୍ୟର ଅଭିଜ୍ଞତା ଉପଯୋଗ କରାଯାଇଛି। “ଓଡ଼ିଶାରେ ନିଯୁକ୍ତି, ଅଭିବୃଦ୍ଧି ଏବଂ ସ୍ଥାୟିତ୍ୱ ପାଇଁ ଏକ ନୂତନ ଅର୍ଥନୈତିକ ରୂପାନ୍ତରଣ ଫ୍ରେମ୍ୱର୍କ’ ଶୀର୍ଷକ ଏହି ଶ୍ୱେତ ପତ୍ରରେ ୨୦୫୦ ସୁଦ୍ଧା ଓଡ଼ିଶାକୁ ଏକ ଉଚ୍ଚ-ଆୟ, ଅନ୍ତର୍ଭୁକ୍ତୀକରଣ ଏବଂ ନେଟ୍-ଜିରୋ ଅଥ ର୍ବ୍ୟବସ୍ଥା ଭାବରେ ଗଠନ କରିବାର ଏକ ବିସ୍ତୃତ ଦର୍ଶନ ବର୍ଣ୍ଣନା କରାଯାଇଛି। ଏହି ସହଯୋଗ ଉଚ୍ଚ ଏବଂ ସମାନ ଆୟ, ସ୍ଥାୟୀ ଖାଦ୍ୟ ପ୍ରଣାଳୀ, ଜଳବାୟୁ ସହନଶୀଳତା, ଜୈବିକ ବିବିଧତା ହ୍ରାସ ରହିତ ଏବଂ ନେଟ୍-ଜିରୋ ଗ୍ରୀନ ହାଉସ୍ ଗ୍ୟାସ୍ ନିର୍ଗମନ ଉପରେ ଗୋଟିଏ ପାଂଚ ସୂତ୍ରୀ ରଣନୀତି ଉପରେ ଆଲୋକପାତ କରୁଛି।
ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ କହିଛନ୍ତି ଯେ, “ଆଇଆଇଏମ୍ ସମ୍ବଲପୁରରେ ସ୍ଥାୟିତ୍ୱ କେବଳ କୋଠା ବା ରାଙ୍କିଙ୍ଗ ପର୍ପ୍ୟନ୍ତ ସୀମିତ ନୁହେଁ। ଆମେ ଜାଣିଛୁ ଯେ ଓଡ଼ିଶା ଭାରତର ବିଶ୍ୱସ୍ତରୀୟ ସ୍ଥାୟୀ ବିକାଶ କାହାଣୀକୁ ନେଇ ଏକ ଐତିହାସିକ ମୁହୂର୍ତରେ ରହିଛି। ଏହି ସହଯୋଗିତାରେ ଆଇଆଇଏମ୍ ସମ୍ବଲପୁରର ଭୂମିକା ଏକ ଉତ୍ତମ ଉଦାହରଣ ଯେଉଁଥିରେ ଶିକ୍ଷାନୁଷ୍ଠାନ ନୀତି ପ୍ରଭାବିତ କରିପାରେ ଏବଂ ଶିଳ୍ପରେ ଗଭୀର ପରିବର୍ତନ ସୃଷ୍ଟି କରିପାରିବ। ଇଟିସିଓର ଏକ ପ୍ରମୁଖ ସହଯୋଗୀ ଭାବେ ଆଇଆଇଏମ୍ ସମ୍ବଲପୁର ଗ୍ରୀନ୍ ମ୍ୟାନୁଫ୍ୟାକ୍ଚରିଂ, ଅକ୍ଷୟ ଶକ୍ତି ଏବଂ ଅନ୍ତର୍ଭୁକ୍ତୀକୀଈ ବିକାଶ ପାଇଁ ଓଡ଼ିଶାକୁ ଏକ କେନ୍ଦ୍ର ଭାବରେ ଗଠନ କରିବା ପାଇଁ ଆବଶ୍ୟକ ନୀତି କାର୍ଯ୍ୟ ଏବଂ ରଣନୀତି ଫ୍ରେମ୍ୱର୍କ ଚିହ୍ନଟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଏଥିରେ ଖଣି ଏବଂ ତାପଜ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ରୂପାନ୍ତରଣ ରଣନୀତି, ଗ୍ରୀନ୍ ଷ୍ଟିଲ୍, କାର୍ବନ୍ କ୍ୟାପଚର୍ ଏବଂ ହାଇଡ୍ରୋଜେନ ଆଧାରିତ ଶକ୍ତି ପ୍ରଣାଳୀ ପରି ଗ୍ରୀନ୍ ପ୍ରଯୁକ୍ତି ପ୍ରଚାର, ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସହନଶୀଳ ଜଳବାୟୁ ସ୍ଥାୟୀ ମୌଳିକ ସୁବିଧା ସ୍ଥାନ, ଜୈବ ବିବିଧତା ସଂରକ୍ଷଣ, ପଶୁ-ମଣିଷ ସଂଘର୍ଷ ହ୍ରାସ ଏବଂ କୃତ୍ରିମ ଆବାସ ସ୍ଥାନ ଏବଂ ଇକୋ-କରିଡର୍ ସୃଷ୍ଟି ତଥା ସ୍ଥାୟୀ ଖାଦ୍ୟ ପ୍ରଣାଳୀ ଯାହା କୃଷକଙ୍କୁ ସମାନ ଆୟ, କୃଷିଜାତ ବନୀକରଣ ଏବଂ ମୃତ୍ତିକା କାର୍ବନ୍ ପୁନରୁଥ୍ତାନକୁ ସମର୍ଥନ କରିବା ଭଳି ବିଷୟ ଅନ୍ତର୍ଭୁକ୍ତ ରହିଛି।’’
ଭାରତର ନେଟ୍-ଜିରୋ ଲକ୍ଷ୍ୟ ଏବଂ ଏନ୍ଇପି ୨୦୨୦ର ସହଯୋଗ ଆହ୍ୱାନ ସହିତ ସମାନ୍ତରାଳ ଭାବେ ଆଇଆଇଏମ୍ ସମ୍ବଲପୁର ଏକବିଂଶ ଶତାବ୍ଦୀରେ ଏକ ବିଜନେସ୍ ସ୍କୁଲ୍ ହେବାର ଅର୍ଥକୁ ପୁନର୍ବ୍ୟାଖ୍ୟା କରୁଛି ଯାହା କେବଳ ମ୍ୟ୍ୟାନେଜର ନୁହେଁ, ବରଂ ସ୍ଥାୟୀ ରାଷ୍ଟ୍ର ନିର୍ମାତା ସୃଷ୍ଟି କରୁଛି।’’
ଏହା ବ୍ୟତୀତ, ଏହି ଫ୍ରେମ୍ୱର୍କରେ ଓଡ଼ିଶାର ଖଣିଜ ସମ୍ପଦପୂର୍ଣ୍ଣ ଭୂମି ଏବଂ ଦୀର୍ଘ ଉପକୂଳକୁ ଏକ ବିଶ୍ୱସ୍ତରୀୟ ଗ୍ରୀନ୍ ମ୍ୟାନୁଫ୍ୟାକ୍ଚରିଂ ଏବଂ ରପ୍ତାନି କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ସେଥିରେ ପରିବେଶୀୟ ସୁରକ୍ଷା ଏବଂ ସମ୍ପ୍ରଦାୟ ଅଂଶଗ୍ରହଣ ମୁଖ୍ୟ ରହିବ।
Comments are closed.