ଆଇଆଇଏମ୍ ସମ୍ବଲପୁରରେ ଆଇ-ହବ୍ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶାର ଗ୍ରାମ୍ୟ ଉଦ୍ଭାବକମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ

Share It

ସମ୍ବଲପୁର: ଭ।ରତର ପ୍ରମୁଖ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଏହାର ଆଇହବ୍ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଏବସରରେ ଅନୁଷ୍ଠାନର ଇନୋଭେସନ୍ ଏବଂ ଇନ୍‌ଟ୍ରପ୍ରେନର୍ସିପ୍ ସେଲ୍ ପକ୍ଷରୁ “ନବଯୁବ 2.0” କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। “ମେଡ୍ ଇନ୍ ଭାରତ: ଲୋକାଲ୍ ରୁଟ୍ସ୍, ଗ୍ଲୋବାଲ୍ ରାଉଟ୍ସ୍” ବିଷୟବସ୍ତୁ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଛୋଟ ସହର ଓ ଗ୍ରାମ୍ୟ ଅଞ୍ଚଳରୁ ଭାରତର ଉଦ୍ୟମୀ ପରିଦୃଶ୍ୟକୁ ପରିବର୍ତ୍ତନ କରୁଥିବା ଗ୍ରାସରୁଟ୍ ଉଦ୍ଭାବକମାନଙ୍କୁ ପ୍ରୋତ୍ସାହିତ କରୁଛି ।

ଏହି କାର୍ଯ୍ୟକ୍ରମରେ ଶିଶୁ ସେବାରୁ ଆରମ୍ଭ କରି ଆଦିବାସୀ ଜୀବିକା, ସ୍ଥାୟୀ ଫ୍ୟାସନ୍‌, ସହରାଂଚଳ ଗତିଶୀଳତା, ଏବଂ ଛୋଟ ବ୍ୟବସାୟମାନଙ୍କୁ ସହଜ କରୁଥିବା ଡିଜିଟାଲ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ଚ୍ୟାଲେଞ୍ଜ‌କୁ ମୁକାବିଲା କରୁଥିବା ଷ୍ଟାର୍ଟଅପ୍‌ ଗୁଡ଼ିକ ପ୍ରର୍ଦଶିତ ହୋଇଥିଲା ।
ଏହି ଅବସରରେ ଉଦ୍ଭାବନ ସମ୍ପର୍କକୁ ସୁଦୃଢ କରିବା ପାଇଁ ଆଇଆଇଏମ୍ ସମ୍ବଲପୁର ଅଂଚଳର ପ୍ରମୁଖ ଶିକ୍ଷାନୁଷ୍ଠାନ ଯଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ସହ ଏକ କୋ-ଇନ୍କ୍ୟୁବେସନ୍ ବା ସଂଯୁକ୍ତ ଉଦ୍ଭାବନ ଚୁକ୍ତି ସ୍ୱାକ୍ଷର କରିଛି। ଅଞ୍ଚଳର ଉଦ୍ୟମୀମାନଙ୍କୁ ସଶକ୍ତ କରିବା ଦିଗରେ ଏହି ପଦକ୍ଷେପ ନିଆଯାଇଛି।ଏହି କାର୍ଯ୍ୟକ୍ରମରେ ପ୍ରଥମ ବ୍ୟାଚର ଇନ୍କ୍ୟୁବେଟରମାନଙ୍କୁ ସମ୍ମାନିତ କରାଯିବା ସହ ଦ୍ୱିତୀୟ ବ୍ୟାଚକୁ ମଧ୍ୟ ସ୍ବାଗତ କରାଯାଇଥିଲା ।

ଏହି ଅବସରରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହ।ଦେବ ଜୈସୱ।ଲ ନିଜ ଅଭିଭାଷଣରେ କହିଥିଲେ ଯେ, ଗୋଟିଏ ଜାତିର ଉନ୍ନତି ଗବେଷଣା, ଉଦ୍ଭାବନ ଏବଂ ଉଦ୍ୟମଶୀଳତା ଉପରେ ନିର୍ଭର କରେ। ଷ୍ଟାର୍ଟଅପ୍‌ମାନେ କେବଳ ଅର୍ଥନୀତିକୁ ସହଯୋଗ କରୁନ୍ତି ନୁହେଁ, ସମାଜରେ ସମାଧାନମୂଖୀ ଚିନ୍ତାଧାରାକୁ ମଧ୍ୟ ତିଆରି କରନ୍ତି। ଆଇଆଇଏମ୍ ସମ୍ବଲପୁର ସ୍ଥାନୀୟ ସମାଜକୁ ପ୍ରଭାବିତ କରୁଥିବା ସମସ୍ୟାଗୁଡିକୁ ସମାଧାନ କରୁଥିବା ଉଦ୍ୟମମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ପଦକ୍ଷେପ ନେଇ ଆସୁଛି ।

ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଇସିଆଇସିଆଇ ବ୍ୟାଙ୍କର ନ୍ୟାସନାଲ୍ ପ୍ରୋଡକ୍ଟ ହେଡ୍ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ରଞ୍ଜୁ ସିଗ୍ଟିଆ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି କହିଲେ, ଇକୋସିଷ୍ଟମ୍ ସହ ଯୁକ୍ତ ହୁଅନ୍ତୁ, ଯେଉଁମାନେ ଏହି ପଥରେ ଚାଲିଛନ୍ତି ସେମାନଙ୍କଠାରୁ ଶିଖନ୍ତୁ, ଏବଂ ପ୍ରତ୍ୟେକ ସୁଯୋଗକୁ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଘଟାଇବାରେ ବ୍ୟବହାର କରନ୍ତୁ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସୁଗର୍ ଫିଟ୍ ର ସହ ପ୍ରତିଷ୍ଠାତା ଶିଭତୋଷ କୁମାର ,ଉପସ୍ଥିତ ଯୁବ ଉଦ୍ୟମୀମାନଙ୍କୁ ପ୍ରେରିତ କରି କହିଲେ, ସତ୍ୟ ଉଦ୍ୟମଶୀଳତା କେବଳ ଗୋଟିଏ ପ୍ରୋଡକ୍ଟ ଲଞ୍ଚ କରିବା ନୁହେଁ; ଏହା ସମାଜକୁ ଉପକାର କରୁଥିବା ସମାଧାନ ଗଢ଼ିବାରେ ମନୋନିବେଶ। ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ନିଜକୁ ପଚାରନ୍ତୁ—ବଜାରରେ ଏହାର ପ୍ରୟୋଜନ ଅଛି କି? ଏହା ଲୋକମାନଙ୍କୁ ସହଯୋଗ କରିବ କି? ଏବଂ ଏହା ସସ୍ତାୟୀ କି?
ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏଭିପି ଫାଇନାନ୍ସ ଓ ୟୋରନେଷ୍ଟ କ୍ୟାପିଟାଲ ର ରଜତ ଚାୱଲା ରଣନୀତି ଓ ବ୍ୟାପକତାର ଗୁରୁତ୍ୱକୁ ଉଲ୍ଲେଖ କରି କହିଥିଲେ ଯେ ଭେନଚର୍ସ କ୍ୟାପିଟାଲ୍‌କୁ ବୁଝିବା ଏବଂ ସେଥିପାଇଁ ଉଚିତ ବ୍ୟାପାର ମୋଡେଲ୍ ସହ ସମନ୍ୱୟ କରିବା ଅତି ଆବଶ୍ୟକ। ଆସନ୍ତା ଦଶକରେ ସମ୍ବଲପୁରର ଛାତ୍ରଛାତ୍ରୀମାନେ ଗ୍ଲୋବାଲ୍ ସ୍ତରରେ ପ୍ରଶଂସା ଅର୍ଜନ କରିପାରୁଥିବା ପ୍ରଡକ୍ଟ ତିଆରିରେ ଅଗ୍ରଣୀ ହେବେ।”

ଆଇ-ହବ୍‌ର ଭବିଷ୍ୟତ ଯୋଜନା ବିଷୟରେ ଆଇଆଇଏମ୍‌ ସମ୍ବଲପୁରର ଇନ୍କ୍ୟୁବେସନ୍‌ ଅଧ୍ୟକ୍ଷ ଦିବାହର ସୁନ୍ଦର ନାଦାର କହିଥିଲ୍ ଯେ , ଆଇ-ହବ୍ ବିଜନେସ୍ କ୍ଲିନିକ୍, ମହିଳା ଇନ୍କ୍ୟୁବେସନ୍ ପ୍ରୋଗ୍ରାମ୍, ସହିତ ଏକ ବିଶେଷ ମାଷ୍ଟରପିସ୍ ଇନ୍କ୍ୟୁବେସନ୍ ପ୍ରୋଗ୍ରାମ୍ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏହା ସହିତ ସହିତ, ଗ୍ରାସରୁଟ୍ସ ଇନୋଭେଟର୍ ଏବଂ ଷ୍ଟାର୍ଟଅପ୍‌ମାନଙ୍କୁ ସଶକ୍ତ କରିବା ପାଇଁ ଅନ୍ୟାନ୍ୟ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ।

ଗତ ବର୍ଷରେ ଆଇହବ୍ ଫାଉଣ୍ଡେସନ ୮୦ରୁ ଅଧିକ ମେଣ୍ଟରଶିପ୍ ସେସନ୍, ୩୦ ମାଷ୍ଟରକ୍ଲାସ୍ ଆୟୋଜନ କରିବା ସହିତ ମିଲେଟ୍ ଚାଷ, ଗ୍ରାମ୍ୟ ମହିଳାଙ୍କ ପାଇଁ ପୁନଃବ୍ୟବହାର ଯୋଗ୍ୟ ସାନିଟାରି ପ୍ରୋଡକ୍ଟ, ମାଷ୍ଟର ବୁଣାକାର ମାନଙ୍କୁ ସଶକ୍ତ କରିବା, ଏବଂ ଶିଶୁସେବା ସହିତ ଜଡିତ ୨୭ଟି ଷ୍ଟାର୍ଟଅପ୍‌କୁ ସମର୍ଥନ କରିଛି। ଆଇଆଇଏମ୍ ସମ୍ବଲପୁରର ଏହି ପଦକ୍ଷେପ ଗ୍ରାସରୁଟ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍‌କୁ ସକ୍ରିୟ ଭାବେ ପରିବର୍ତ୍ତନ କରୁଛି। ଆଇଆଇଏମ୍ ସମ୍ବଲପୁର ଏହାର ଫ୍ଲାଗ୍ଶିପ୍ ମିଶନ୍ “୧୦୦ କ୍ୟୁବ୍ ଅଧିନରେ ୨୦୩୬ ସୁଦ୍ଧା ₹୧୦୦ କୋଟି ମୂଲ୍ୟାୟନ ସହିତ ୧୦୦ଟି ଷ୍ଟାର୍ଟଅପ୍‌କୁ ସମର୍ଥନ କରିବାକୁ ଲକ୍ଷ୍ୟରେ ରହିଛି। ସମ୍ବଲପୁରୀ ବସ୍ତ୍ର, ଆଦିବାସୀ ଉଦ୍ୟମଶୀଳତା, ଏଗ୍ରୋଟେକ୍ ଏବଂ ମହିଳା-ନେତୃତ୍ୱ ଉଦ୍ୟମମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ।


Share It

Comments are closed.